୩୦୦ଫୁଟ ଉଚ୍ଚରୁ ଖସି ଯୁବକ ମୃତ – bajravana
[ad_1]
ନୂଆଦିଲ୍ଲୀ, ୨୪/୦୯ : ଉଚ୍ଚତାରୁ ଖସିବାର ଅନେକ ଘଟଣା ଶୁଣିଥିବେ । କିଏ ପାହାଡ ଚଢୁଥିବା ବେଳେ ତ ଆଉ କେହି ଷ୍ଟଣ୍ଟ କରିବା ସମୟରେ କିମ୍ବା ଅସାବଧାନତା ଯୋଗୁଁ ଉଚ୍ଚରୁ ପଡିଯାଆନ୍ତି । ଜଣେ ବ୍ୟକ୍ତି ୩୦୦ ଫୁଟ ଉପରକୁ ଚଢିବା ଆଶ୍ଚର୍ଯ୍ୟର କଥା । ହଠାତ୍ ୩୦୦ଫୁଟ ଉଚ୍ଚରୁ ଖସିପଡିଥିଲେ । ଯାହା ତାଙ୍କର ମୃତ୍ୟୁର କାରଣ ହୋଇଛି । ଘଟଣାଟି ୧୨ ସେପ୍ଟେମ୍ବରରେ ଘଟିଥିଲା । ଏଥିରେ ଜଣେ ୪୨ବର୍ଷ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସେ ଏକୁଟିଆ ବିପଦପୂର୍ଣ୍ଣ ସିଢି ଚଢୁଥିଲେ । ହଠାତ୍ ତାଙ୍କ ପାଦ ଖସିଗଲା ଏବଂ ତଳେ ଥିବା ଘାଟିକୁ ଖସି ପଡିଥିଲେ । ଦୁର୍ଘଟଣା ପରେ ତାଙ୍କୁ ବଞ୍ଚାଇବା ପାଇଁ ପୋଲିସ କର୍ମଚାରୀ ଏବଂ କିଛି ରେସ୍କ୍ୟୁ ହେଲିକପ୍ଟର ପହଞ୍ଚିଥିଲେ । କିନ୍ତୁ ଏହା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
କିଛି ସମୟ ପରେ ଉଦ୍ଧାରକାରୀମାନେ ତାଙ୍କ ମୃତଦେହ ପାଇଥିଲେ । ତେବେ ଘଟଣାରେ କାହାର ସମ୍ପୃକ୍ତି ଥିବା ଅସ୍ୱୀକାର କରିଛନ୍ତି ଅଧିକାରୀ । ଏହା ମଧ୍ୟ କହିଛନ୍ତି କି ପାହାଚ ଚଢିବା ସମୟରେ ବ୍ୟକ୍ତି ଜଣକ ଏକାକୀ ଥିଲେ । ତାଙ୍କର ପରିଚୟ ମଧ୍ୟ ପ୍ରକାଶ କରାଯାଇ ନାହିଁ । ଏହି ବ୍ୟକ୍ତି ୧୩୦ ଫୁଟ ପର୍ଯ୍ୟନ୍ତ ଚଢିଥିଲେ । ଅଭିଜ୍ଞତା ଅଛି ସେମାନେ ହିଁ କେବଳ ପାହାଚ ଚଢିପାରିବେ । ଏହି ସମୟରେ ପାଗ ମଧ୍ୟ ଠିକ୍ ରହିବା ଉଚିତ୍ । ଏମିତିକି ବେଶୀ ପବନ ବି ନହେବା ଦରକାର । ତେବେ ସ୍ୱର୍ଗକୁ ସିଡ଼ି ଲୋକମାନଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ । ଅନେକ ଲୋକ ଏଥିରେ ଚଢିବାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଏଥିରେ ଚଢିବା ଅତ୍ୟନ୍ତ କଷ୍ଟକର ବୋଲି କୁହାଯାଏ ।
[ad_2]