NDAରେ ସାମିଲ ହେଲା ଦେବଗୌଡାଙ୍କ JDS – bajravana
[ad_1]
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି.ଦେବଗୌଡାଙ୍କ ଜନତାଦଳ(ସିକ୍ୟୁଲାର) ଜେଡିଏସ୍ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଶୁକ୍ରବାର ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହୋଇଯାଇଛି। ଫଳରେ ଏନଡିଏ ମେଣ୍ଟର ଶକ୍ତି ଆହୁରି ବୃଦ୍ଧି ପାଇଛି। ଏଥି ପାଇଁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି.କୁମାର ସ୍ୱାମୀ ଶୁକ୍ରବାର ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ଭେଟିଛନ୍ତି।
ଏ ନେଇ ନଡ୍ଡା ‘ଏକ୍ସ’ରେ ଛବି ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ଯେ ‘ଆମର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ.ଡି.କୁମାର ସ୍ୱାମୀ ଭେଟିଛନ୍ତି। ତେବେ ମୋତେ ଏହା ଜାଣି ଖୁସି ଲାଗୁଛି ଜେଡିଏସ୍ ଏନଡିଏ ମେଣ୍ଟର ଅଂଶବିଶେଷ ହେବା ପାଇଁ ନିଷ୍ପତ୍ତି ନେଇଛି। ଆମେ ତାଙ୍କୁ ଏନଡିଏରେ ସ୍ୱାଗତ କରୁଛୁ ’। ଏହି ଅବସରରେ ସେଠାରେ ଉପସ୍ଥିତ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଯେପରି ବିକାଶମୂଳକ କାର୍ଯ୍ୟ କରୁଛନ୍ତି ଏଥିରେ କୌଣସି ପାର୍ଟି ଏନଡିଏରେ ସାମିଲ ହେବାକୁ ଅସ୍ୱୀକାର କରିବେନି।
[ad_2]