ମନୋରଞ୍ଜନ

ସୁଫି ନାଇଟ୍‌ରେ ଝୁମି ଝୁମି ଭାବି ଶଶୁରଘର ଲୋକଙ୍କ ସମ୍ମୁଖରେ ଫ୍ଲାଇଂ କିସ୍‌ ଦେଲେ ପରୀଣିତି ଚୋପ୍ରା – bajravana

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା ଆସନ୍ତା ୨୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ବିବାହକୁ ନେଇ ପ୍ରସ୍ତୁତି ଅ‌ାରମ୍ଭ ହୋଇଯାଇଛି। ଗତକାଲି ଏହି ପ୍ରେମପକ୍ଷୀଙ୍କୁ ଦିଲ୍ଳୀର ଗୁରୁଦ୍ବାର ମନ୍ଦିରରେ କିର୍ତ୍ତନ କରୁଥିବାର ଦେଖିବାକୁ ମିଳିଥିଲା।

ତା’ପରେ ବର ରାଘବଙ୍କ ଘରେ ସୁଫି ନାଇଟ୍‌ର ଆୟୋଜନ କରାଯାଇଥିଲା। ଏହି ସୁଫି ନାଇଟ୍‌ରେ ରାଘବଙ୍କ ଘରଲୋକଙ୍କ ସହ ପରୀଣିତିଙ୍କ ପରିବାର ଲୋକ ବି ସାମିଲ୍‌ ହୋଇଥିଲେ। ଦିଲ୍ଳୀର ରାଜିନ୍ଦର ନଗରରେ ଥିବା ତାଙ୍କ ଘରେ ଏହି ଏହି ଉତ୍ସବ ପାଳନ ହୋଇଛି।

ଏହି ଉତ୍ସବର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ପରୀଣିତି ଶଶୁରଘର ଲୋକଙ୍କ ସମ୍ମୁଖରେ ଫ୍ଲାଇଂ କିସ୍‌  ଦେଉଛନ୍ତି। ସେ ରାଘବଙ୍କ ସହ ଛିଡ଼ା ହୋଇ ‘ଓ ମେନୁ ପ୍ୟାର୍‌ କରଦୀ’ ଗୀତରେ ଝୁମୁଥିବାର ନଜର ଆସିଛନ୍ତି। ଗୀତରେ ଝିମିବା ସହ ସେ ଫ୍ଲାଇଂ କିସ୍‌ ବି କରୁଛନ୍ତି।

ପରୀଙ୍କ ଏହି ଭିଡିଓ ଦେଖି ପ୍ରଶଂସକମାନେ ନିଜର ଖୁସି ଜହିର କରିଛନ୍ତି। ରାଘବ ଓ ପରୀ ଏକାସାଥିରେ ଖୁବ୍ ସୁନ୍ଦର ଦିଶୁଛନ୍ତି ବୋଲି ପ୍ରଶଂସକମାନେ ମତ ରଖିଛନ୍ତି।

ଏହି ଦମ୍ପତି ସେପ୍ଟେମ୍ବର ୨୪ ତାରିଖରେ ଉଦୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧିହେବେ। ରିପୋର୍ଟ ଅନୁଯାୟୀ, ଉଦୟପୁରରେ ଏହି ଉତ୍ସବ ସେପ୍ଟେମ୍ବର ୨୩ରେ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଏହି ଯୋଡି ଅମୃତସରର ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button