ପଙ୍କରେ ଭର୍ତ୍ତି ବଳଙ୍ଗା ବଜାର: ବ୍ୟବସାୟୀ କଲବଲ – bajravana
[ad_1]
ବଳଙ୍ଗା: ଟିକିଏ ବର୍ଷା ହେଲେ ବଳଙ୍ଗା ବଜାରକୁ ପଶି ହେଉନି। ରାସ୍ତା ସାରା ପଙ୍କ କାଦୁଅରେ ଭର୍ତ୍ତି ହୋଇଯାଉଛି। ବଳଙ୍ଗା ବଜାର ଉପରେ ପ୍ରାୟ ୧୭ଟି ପଞ୍ଚାୟତର ଜନସାଧାରଣ ନିର୍ଭର କରନ୍ତି। କିନ୍ତୁ ପ୍ରତି ବର୍ଷ ବର୍ଷା ଦିନେ ମେଳଣ ପଡ଼ିଆରେ ଥିବା ପ୍ରାୟ ଶହେରୁ ଊର୍ଦ୍ଧ୍ବ ଦୋକାନ ଜଳବନ୍ଦି ହୋଇଯାଉଥିବାରୁ ଖାଉଟି ଓ ବ୍ୟବସାୟୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଙ୍କ କାଦୁଅରେ ଲୋକେ କଲବଲ ହେଉଥିବା ନେଇ ସ୍ଥାନୀୟ ସରପଞ୍ଚ ଓ ବିଧାୟକଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଡ୍ରେନେଜ୍ ସମସ୍ୟା ଦୂର ହେଲାଭଳି କୌଣସି ପଦକ୍ଷେପ ନିଆଯାଉନାହିଁ। କେବଳ ନିର୍ବାଚନ ଆସିଲେ ଜନସାଧାରଣଙ୍କୁ ଲଲିପପ୍ ଦେଖେଇ ଭଣ୍ଡେଇବା ଛଡ଼ା କିଛି ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ତେବେ ପାଣି ନିଷ୍କାସନ ପାଇଁ ଡ୍ରେନ୍ ବ୍ୟବସ୍ଥା ଥିଲେ ମଧ୍ୟ ଡ୍ରେନ୍ରେ ପାଣି ନିଷ୍କାସନ ନ ହେବାରୁ ଏଭଳି ପରିସ୍ଥିତି ଉପୁଜିଛି। ଦୀର୍ଘଦିନ ହେବ ଡ୍ରେନ୍ ଉପରେ କିଛି ବ୍ୟବସାୟୀ ବେଆଇନ ଭାବେ ଗୃହ ନିର୍ମାଣ କରିବା ଦ୍ୱାରା ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ସେହଭଳି ବଳଙ୍ଗା ବଜାରରେ ଡଷ୍ଟବିନ୍ ସୁବିଧା ନଥିବାରୁ ବଜାରର ଅଳିଆ ଆବର୍ଜନା ଡ୍ରେନ୍ରେ ଭର୍ତ୍ତି ହୋଇ ପୋତି ହୋଇଗଲାଣି। ସାପ୍ତାହରେ ବୁଧବାର ଓ ରବିବାର ହାଟ ବସେ, କିନ୍ତୁ ଏହି ହାଟର ବିଭିନ୍ନ ସମସ୍ୟା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ହାଟ ପରିସରରେ କୁଢ଼କୁଢ଼ ଅଳିଆ ସାଙ୍ଗକୁ ଆବର୍ଜନା ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଥିବାରୁ ବ୍ୟବସାୟୀମାନେ ମେଳଣ ପଡ଼ିଆ ଓ ପୂର୍ତ୍ତ ରାସ୍ତାରେ ବସିବାକୁ ବାଧ୍ୟ ହେଉଛନ୍ତି। ଏ ଦିଗରେ ବିଭାଗୀୟ ଅଧକାରୀ ତଥା ଜିଲ୍ଲାପାଳ ଧ୍ୟାନ ଦେବାକୁ ପ୍ରାୟ ସତରଟି ପଞ୍ଚାୟତର ବ୍ୟବସାୟୀ ଓ ଖାଉଟି ଉପକୃତ ହୁଅନ୍ତେ।
[ad_2]