ଏସିଆ କପ୍ ଜିତିଲେ ବି ଏକ ନମ୍ବର ହୋଇପାରିବନି ଭାରତ – bajravana
[ad_1]
ନୂଆଦିଲ୍ଲୀ: ଅନ୍ତିମ ସୁପର୍ ଫୋର୍ ମ୍ୟାଚ୍ରେ ବାଂଲାଦେଶ ନିକଟରୁ ହାରିଯିବା କାରଣରୁ ଭାରତ ଏବେ ଏସିଆ କପ୍ ଜିତିଲେ ମଧ୍ୟ ତୁରନ୍ତ ଆଇସିସି ଦିନିକିଆ ମାନ୍ୟତାରେ ବିଶ୍ବର ଏକ ନମ୍ବର ସ୍ଥାନ ଦଖଲ କରିପାରିବ ନାହିଁ। ବାଂଲାଦେଶ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତ ୨ ନମ୍ବର ସ୍ଥାନରେ ଥିଲା। ଭାରତକୁ ଏକ ନମ୍ବର ସ୍ଥାନ ଦଖଲ ପାଇଁ ବାଂଲାଦେଶକୁ ଶୁକ୍ରବାର ହରାଇବା ସହିତ ଅଷ୍ଟ୍ରେଲିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଶୃଙ୍ଖଳା ବିଜୟ ଆବଶ୍ୟକ ରହିଛି। ଶୁକ୍ରବାର ବାଂଲାଦେଶଠାରୁ ଭାରତ ହାରିଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ୧୬୪ ରନ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି।
ଭାରତର ପରାଜୟ ଏବେ ଦଳକୁ ୩ ନମ୍ବରକୁ ଖସାଇ ଦେଇଛି। ଅଷ୍ଟ୍ରେଲିଆ (୧୧୫.୨୫୯) ଏବଂ ପାକିସ୍ତାନ (୧୧୪.୮୮୯) ପ୍ରଥମ ଦୁଇ ସ୍ଥାନରେ ରହିଥିବା ବେଳେ ଭାରତ ୧୧୪ ପଏଣ୍ଟ ପାଇଛି। ରବିବାର ଅଷ୍ଟ୍ରେଲିଆ ଏହାର ଶେଷ ମ୍ୟାଚ୍ ଦକ୍ଷିଣ ଆଫ୍ରିକାଠାରୁ ହାରିଗଲେ ମଧ୍ୟ ଭାରତ ଏସିଆ କପ୍ ଜିତିଲେ ବି ଏକ ନମ୍ବର ସ୍ଥାନ ପର୍ଯ୍ୟନ୍ତ ପହଞ୍ଚିପାରିବ ନାହିଁ ବୋଲି ଆକଳନରୁ ଜଣାପଡ଼ିଛି। ବରଂ ଅଷ୍ଟ୍ରେଲିଆ ହାରିଗଲେ ପାକିସ୍ତାନ ପୁଣି ଶୀର୍ଷକୁ ଫେରିପାରିବ। ଭାରତ ପାଇଁ କିନ୍ତୁ ପୁଣି ଏକ ସୁଯୋଗ ରହିବ। ଏସିଆ କପ୍ ବିଜୟ ସହ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ୩ ମ୍ୟାଚ୍ ଦିନିକିଆ ଶୃଙ୍ଖଳା ଜିତିଲେ ଭାରତ ନିଶ୍ଚିତ ଏକ ନମ୍ବର ଦଳ ଭାବେ ବିଶ୍ବକପ୍ ଖେଳିବା ସମ୍ଭାବନା ରହିଛି।
[ad_2]