ଓଡିଶା

ସିଜିମାଳି ଖଣିକୁ ନେଇ ପ୍ରଫୁଲ୍ଲ ସାମନ୍ତରା ଅଶାନ୍ତି ସୃଷ୍ଟି କରୁଛନ୍ତି: ବିଜେଡି – bajravana

[ad_1]

ଆଦିବାସୀଙ୍କ ସୁରକ୍ଷା ଓ ଅଧିକାର ପାଇଁ ଲଢିବା ନୈତିକ କର୍ତ୍ତବ୍ୟ: ପ୍ରଫୁଲ୍ଲ ସାମନ୍ତରା

ରାୟଗଡ଼ା: ଜିଲ୍ଲା ଅନ୍ତର୍ଗତ କାଶୀପୁର ଖଣିକୁ ନେଇ ବିଜେଡି ମୁହଁ ଖୋଲିଛି। ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ବିଜେଡିର ରାଜ୍ୟ ସଂପାଦକ ଜଗଦୀଶ ପାତ୍ର ସମାଜସେବୀ ପ୍ରଫୁଲ୍ଲ ସାମନ୍ତରାଙ୍କ ଉପରେ ଗର୍ଜିଥିଲେ। କାଶୀପୁର ଭଳି ଶାନ୍ତିପୂର୍ଣ୍ଣ ଅଂଚଳରେ ଅଶାନ୍ତି କରୁଥିବା ନେଇ ତୀବ୍ର ବିରୋଧ କରିଥିଲେ। କାଶୀପୁର ଅଂଚଳର ସୁଙ୍ଗେର ପଞ୍ଚାୟତର ସିଜିମାଳି ଖଣିକୁ ନେଇ ଅଂଚଳରେ କୌଣସି ଅଭିଯୋଗ ନଥିବା ବେଳେ ଶ୍ରୀ ସାମନ୍ତରା ଏହି ଅଂଚଳକ ଗସ୍ତ କରି ନିରୀହ ଆଦିବାସୀଙ୍କୁ ଭୁଆଁ ବୁଲାଇ ଖଣି ବିରୋଧରେ ସ୍ବରତ୍ତୋଳନ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେଡି କହିଛି। କାଶୀପୁର ଏକ ପଛୁଆ ବ୍ଲକ ଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ଅଂଚଳର ବିକାଶ ନେଇ ପ୍ରଥମେ ଉତ୍କଳ ଆଲୁମିନା ଏବଂ ପରେ ବେଦାନ୍ତକୁ ଖଣି ଲିଜ ପ୍ରଦାନ କରି ଅଂଚଳର ଉନ୍ନତି ପାଇଁ ଚେଷ୍ଟା ଜାରି ରଖିଛନ୍ତି। ନରିହୀ ଆଦିବାସୀଙ୍କୁ ଭୁତାଇ ସେମାନଙ୍କୁ ଆଇନ ବିରୋଧରେ ଯିବା ପାଇଁ ଉସୁକାଇ ଜେଲରେ ଭର୍ତ୍ତି କରାଇଛନ୍ତି। ଏହି ଅଂଚଳରେ ଶ୍ରୀ ସାମନ୍ତରାଙ୍କୁ ପୁରାଇ ଦେବୁ ନାହିଁ ବୋଲି ବିଜେଡି କହିଛି।

ଦିନ ଥିଲା କାଶୀପୁର ଆମ୍ବ ଟାକୁଆ ଏବଂ ଆପୁଚି ମଞ୍ଜି ଖାଇ ଲୋକେ ବଞ୍ଚୁଥିଲେ। ଯାହାଫଳରେ ବହୁ ଲୋକ ଅଜଣା ରୋଗରେ ପଡ଼ି ମଧ୍ୟ ମରୁଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ସେତେବେଳେ କାଶୀପୁରର ବିକାଶ ପାଇଁ ବହୁ ଯୋଜନା ପ୍ରଣୟନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଶୀପୁର ଲୋକଙ୍କ ପାଇଁ ସମସ୍ତ ସୁବିଧା କରିବା ସହ କିପରି ଏହି ଅଂଚଳର ଖଣିରୁ ଯାହା ଲାଭ ହେବ ସେସବୁ କାଶୀପୁର ଅଂଚଳର ବକାଶରେ ଖର୍ଚ୍ଚ କରାଯିବ ବୋଲି କୁହାଯାଇଥିଲା। ଲୋକଙ୍କୁ ମିଥ୍ୟା ଓ ଲୋଭନିୟ କତା କହି ଶ୍ରୀ ସାମନ୍ତରା ଆଇନକୁ ହାତକୁ ନେଉଛନ୍ତି। ଲୋକେ ନିଜର ଭଲମନ୍ଦ ବୁଝିପାରୁନଥିବାରୁ ବିରୋଧ କରୁଛନ୍ତି। ତେବେ ସମାନଙ୍କୁ ସେମାନଙ୍କର ସୁବିଧା ସଂପର୍କରେ ଅବଗତ କରାଯିବା ପରେ ହିଁ ସବୁ ସତ କଥା ପଦାକୁ ଆସିବ ବୋଲି କୁହାଯାଇଛି। ତେଣୁ ନିରୀହ ଆଦିବାସୀଙ୍କୁ ଭୁଆଁ ବୁଲାଇ ନିଜର ସ୍ବାର୍ଥକୁ ଏଠାରେ ରଖନ୍ତୁ ନାହିଁ ବୋଲି ବିଜେଡି କହିଥିଲା। ଶାନ୍ତିପୂର୍ଣ୍ଣ କାଶୀପୁର ଅଂଚଳରେ ଅଶାନ୍ତି ହେବାକୁ ଦେବୁ ନାହିଁ ବୋଲି ବିଜେଡି କହିଥିଲା। ଖଣି ଆସିଲେ ଆମର ହିଁ ବିକାଶ ହେବ। ଏଥିରେ ରାଜ୍ୟ ସରକାରଙ୍କର ସହଯୋଗ ରହିଛି ବୋଲି କୁହାଯାଇଥିଲା।

ବିଜେଡିର ଧମକପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ପରେ ପ୍ରଫୁଲ୍ଲ ସାମନ୍ତରା ନିଜର ପ୍ରତିକ୍ରିୟା ଦେଇ କହିଲେ ଯେ କାଶୀପୁରରେ ବାଫିଲି ମାଳିରେ ଖଣି ଖନନ ପରିବେଶ, ଜଳ ସ୍ରୋତ ଓ ନାଳ ଗୁଡ଼ିକୁ ପ୍ରଦୂଷିତ କରିସାରିଲାଣି। ଜନସାଧାରଣ ବିଷାକ୍ତ ପରିବେଶରେ ରହୁଛନ୍ତି। ସିଜିମାଳି, କୁତୁର ମାଳିରେ ଖଣି ଖନନ ମରୁଭୂମି ସୃଷ୍ଟି କରିବ। ରାଜ୍ୟରେ ଖଳିଲୁଟକୁ ବିରୋଧ କରିବାକୁ ମୋପରି ଅନେକ ଆନ୍ଦୋଳନ ନେତା ଅଛନ୍ତି। ଆଦିବାସୀଙ୍କ ସୁରକ୍ଷା ଓ ଅଧିକାର ପାଇଁ ଲଢ଼ିବା ଏକ ନୈତିକ କର୍ତ୍ତବ୍ୟ।ଯେଉଁମାନେ ମୋତେ ଧମକ ଦେଇଛନ୍ତି ସେମାନଙ୍କୁ ମୋର ସାଧୁବାଦ। ପ୍ରଥମେ ଦଳର ମୁଖ୍ୟଙ୍କୁ ପଚାର ଏପରି ଧମକକୁ ସେ ସ୍ଵୀକୃତି ଦେଇଛନ୍ତି କି ବୋଲି ସମାଜସେବୀ ପ୍ରଫୁଲ୍ଲ ସାମନ୍ତରା ପ୍ରଶ୍ନ କରିଛନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button