ସ୍ୱାସ୍ଥ୍ୟ

ମଧୁମେହ ରୋଗରୁ ମୁକ୍ତି ଦେବ ଜୁଆଣୀ : ଏପରି କରନ୍ତୁ ବ୍ୟବହାର – bajravana

[ad_1]

ଆଜିକାଲି ମଧୁମେହ ସମସ୍ୟା ଏକ ସାଧାରଣ କଥା ହୋଇଗଲାଣି । ଭାରତରେ ମଧୁମେହ ରୋଗୀ ଅତି ଦ୍ରୁତ ଗତିରେ ବଢୁଛନ୍ତି । ବୃଦ୍ଧମାନଙ୍କ ସହିତ ଯୁବପିଢି ମଧ୍ୟ ମଧୁମେହର ଶିକାର ହେଉଛନ୍ତି। ମଧୁମେହ ଏତେ ବିପଜ୍ଜନକ ରୋଗ ଯେ ଥରେ ଯାହାକୁ ହୁଏ ଜୀବନସାରା ତାଙ୍କ ସହିତ ରହିଥାଏ । ଜୁଆଣୀ ବ୍ୟବହାର କରି ଆପଣ ମଧୁମେହ ସମସ୍ୟାରୁ ରକ୍ଷା ପାଇପାରିବେ ।

ଜୁଆଣୀ ଖାଇବା ଦ୍ୱାରା ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ, ଯାହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ସହିତ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ । ଏହା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ଜୁଆଣୀ ଲାଭଦାୟକ ହୋଇଥାଏ।

ଜୁଆଣୀରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଭଳି ଅନେକ ଗୁଣ ରହିଛି। ଏହା ସହିତ ଏଥିରେ ଫାଇବର ମଧ୍ୟ ରହିଛି। ମଧୁମେହରେ ପୀଡିତ ରୋଗୀ ଖାଦ୍ୟ ଖାଇବା ପରେ ଜୁଆଣୀ ଖାଇବା ଆବଶ୍ୟକ। ନିୟମିତ ଜୁଆଣୀ ଖାଇବା ଦ୍ୱାରା ବ୍ଲଡ୍ ସୁଗାର ସବୁବେଳେ ନିୟନ୍ତ୍ରଣରେ ରହିଥାଏ ।

ଜାଣନ୍ତୁ କିପରି କରିବେ ବ୍ୟବହାର : ଜୁଆଣୀକୁ ଖାଇବା ବ୍ୟତୀତ ଆପଣ ଏହାର ଚା’ ମଧ୍ୟ ପିଇପାରିବେ। ସୁଗାର ରୋଗୀଙ୍କ ପାଇଁ ଜୁଆଣୀ ଚା ଲାଭଦାୟକ ହୋଇଥାଏ । ଜୁଆଣୀ ଚା’ ତିଆରି କରିବା ପାଇଁ ପ୍ରଥମେ ପ୍ୟାନରେ ଏକ କପ୍ ପାଣି ଢାଳନ୍ତୁ । ଏହା ପରେ ଏଥିରେ ଅଧା ଚାମଚ ଜୁଆଣୀ, ଅଧା ଚାମଚ ପାନମଧୁରୀ, ଏକ ଚତୁର୍ଥ ଚାମଚ ଡାଲଚିନି ପାଉଡର ପକାଇ ଫୁଟାନ୍ତୁ । ଏହି ଚା’କୁ ଖାଦ୍ୟ ଖାଇବାର ପ୍ରାୟ ୪୫ ମିନିଟ୍ ପରେ ପିଅନ୍ତୁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button