news

ଜାଣନ୍ତୁ ବିବାହ କରିବାର ଉପଯୁକ୍ତ ସମୟ ।

ବିବାହ ସମସ୍ତଙ୍କ ଜୀବନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ । ଜୀବନସାଥି ସହିତ ସୁଖମୟ ଜୀବନ ଅତିବାହିତ କରିବା ପାଇଁ ବିବାହ ପୂର୍ବରୁ କିଛି ବିଷୟ ପ୍ରତି ଧ୍ୟାନ ରଖିବା ଜରୁରୀ । ଏଥିପାଇଁ ବିବାହ କରିବା ପୂର୍ବରୁ ନିଜକୁ ପ୍ରଶ୍ନ କରନ୍ତୁ କ’ଣ ଆପଣ ବିବାହ କରିବା ପାଇଁ ଓ ବିବାହର ସମସ୍ତ କର୍ତ୍ତବ୍ୟ ଉଠାଇବା ପାଇଁ ପ୍ରସ୍ତୁତ ଅଛନ୍ତି ? ତେବେ ଆସନ୍ତୁ ଜାଣିବା ବିବାହ କରିବାର ଉପଯୁକ୍ତ ସମୟ ବିଷୟରେ –

– ଜୀବନରେ କ୍ୟାରିୟର ଓ ଆର୍ଥିକ ରୂପରେ ସଫଳତା ପାଇବା ପରେ ହିଁ ବିବାହ କରିବାର ନିର୍ଣ୍ଣୟ ନିଅନ୍ତୁ । ବିବାହ ସମୟରେ ଆପଣଙ୍କର ଜୀବନସାଥିର ରୋଜଗାର ବିଷୟରେ ଚିନ୍ତା ନକରି ଆପଣ ଆର୍ଥିକ ଜରୁରୀ ପୂରା କରିବା ପାଇଁ କେତେ ସକ୍ଷମ ସେ ବିଷୟରେ ଚିନ୍ତା କରନ୍ତୁ । ଫଳରେ ସମୟ ପଡିଲେ ଆପଣ ଆପଣଙ୍କର ପରିବାରର ସାହାରା ହୋଇପାରିବେ ।

– ଯଦି କୌଣସି ବନ୍ଧୁ କିମ୍ବା ବ୍ୟକ୍ତିଙ୍କ ପାଇଁ ଆପଣଙ୍କ ହୃଦୟରେ ପ୍ରେମ ଭାବନା ଜାତ ହେଉଛି କିମ୍ବା ତାଙ୍କ ସହିତ ଜୀବନ ବିତାଇପାରିବେ ବୋଲି ବିଶ୍ୱାସ ହେଉଛି ଏବଂ ଉଭୟ ପରସ୍ପରକୁ ବୁଝିପାରିବେ ବୋଲି ଭାବୁଛନ୍ତି ତେବେ ଆପଣ ବିବାହ କରିବା ପାଇଁ ନିର୍ଣ୍ଣୟ ନେଇପାରିବେ ।

– ସମସ୍ତଙ୍କ ଅତୀତରେ କିଛି ନା କିଛି ଘଟଣା ଘଟିଥାଏ । ତେଣୁ ଅତୀତକୁ ଭୁଲି ଆଗକୁ ବଢିବା ଦରକାର । ଯଦି ଆପଣ ଅନୁଭବ କରନ୍ତି ଯେ ଆପଣ ଅତୀତକୁ ଭୁଲି ଆଗକୁ ବଢିଛନ୍ତି ଏବଂ ନିଜ ପ୍ରେମୀକୁ ହୃଦୟରେ ସ୍ଥାନ ଦେଇଛନ୍ତି ତେବେ ବିବାହ କରିବା ପାଇଁ ନିର୍ଣ୍ଣୟ ନେଇପାରିବେ । କିନ୍ତୁ ବିବାହ ପୂର୍ବରୁ ନିଜ ଜୀବନ ସହିତ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ କଥା ଜୀବନସାଥି ସହିତ ଶେୟାର କରନ୍ତୁ, ଯାହା ଦ୍ୱାରା ପ୍ରେମ ଓ ବିଶ୍ୱାସ ବଢିବ ।

– ଭଲପାଇବାରେ ସମସ୍ତେ ଅନ୍ଧ ହୋଇଯାଇଥାନ୍ତି ତେଣୁ ଜଣେ ଚାହିଁଲେ ବି ପାର୍ଟନରର ଅଭାବୀ ଗୁଣକୁ ଦେଖିପାରିନଥାଉ । ଏଥିପାଇଁ ବିବାହ ପୂର୍ବରୁ ଆପଣ ନିଜ ସାଥି ବିଷୟରେ ପରିବାର କିମ୍ବା ବନ୍ଧୁ ମାନଙ୍କର ପରାମର୍ଶ ନିଅନ୍ତୁ । କାରଣ ପରିବାର ଓ ବନ୍ଧୁ ସୁଖୀ ଜୀବନ ପାଇଁ କାମନା କରିଥାନ୍ତି ତେଣୁ ଆପଣଙ୍କ ପାଇଁ ଉପଯୁକ୍ତ ପାତ୍ର ବାଛିଥାନ୍ତି ।

– ଯଦି ଆପଣଙ୍କୁ ଅନୁଭବ ହୁଏ ଆପଣ ବିବାହ ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ଉପଯୁକ୍ତ ଜୀବନସାଥିକୁ ବାଛିଛନ୍ତି ତେବେ ଆପଣ କିଛି ନଭାବି ବିବାହ ନିଷ୍ପତି ନେଇପାରିବେ ।

– ଯଦି ଆପଣ ଯେ କୌଣସି ପରିସ୍ଥିତିକୁ ସାମ୍ନା କରିବାର କ୍ଷମତା ରଖନ୍ତି ଏହା ସହ କୌଣସି ବିଷୟକୁ ସହଜରେ ବୁଝିପାରନ୍ତି ତେବେ ଆପଣ ବିବାହ କରିପାରିବେ । କିନ୍ତୁ ବିବାହ ପୂର୍ବରୁ ଏହା ଧ୍ୟାନ ରଖନ୍ତୁ ଯେ ବିବାହ କରିବାର ନିର୍ଣ୍ଣୟ କେବଳ ଆପଣଙ୍କର ନୁହେଁ ଦୁଇ ପରିବାର ଉପରେ ମଧ୍ୟ ପ୍ରଭାବ ପକାଇବ । ବିବାହ ପରେ ଆପଣଙ୍କୁ ପରିସ୍ଥିତି ଅନୁସାରେ ଖାପ ଖାଇବାକୁ ପଡିଥାଏ । ଯଦି ଆପଣ ସବୁ ପରିସ୍ଥିତି ସହିତ ଖାପ ଖାଇ ଚଳି ପାରିବେ ତେବେ ଆପଣ ବିବାହ କରିବା ପାଇଁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button