ଓଡିଶା

ସାରା ରାଜ୍ୟରେ ‘ସମ୍ବାଦ-ଆମ ଓଡିଶା’ ପକ୍ଷରୁ ଆରମ୍ଭ ହେଲା ବାର୍ଷିକ ପ୍ରତିଯୋଗିତା – bajravana

[ad_1]

 

ଭୁବନେଶ୍ବର: ଆଜି ସକାଳୁ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ସାରା ରାଜ୍ୟରେ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏଥିରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ହେଉଛି। ରାଜ୍ୟର ସମସ୍ତ ବ୍ଲକ୍, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ‌ର ସଦର ମହକୁମାରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। ଆଜି ସକାଳ ୧୦ଟାରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିବାବେଳେ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ପ୍ରତିଯୋଗିତାର ସମୟସୀମା ୧ଘଣ୍ଟା ରଖା ଯାଇଛି।

‘ସମ୍ବାଦ-ଆମ ଓଡ଼ିଶା’ ତରଫରୁ ପ୍ରତିଯୋଗୀମାନଙ୍କୁ ଡ୍ରଇଂସିଟ୍ ଯୋଗାଇ ଦିଆଯାଇଛି | ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ହସ୍ତାକ୍ଷର ପ୍ରତିଯୋଗିତାରେ ଭାଗ ନେଇଛନ୍ତି | ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷା ପାଇଁ ସମୟ ସୀମା ୧ଘଣ୍ଟା ଥିବାବେଳେ ସେଥିରେ ୯ମ ଓ ୧୦ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ପରୀକ୍ଷା ସରିବା ପରେ ପରେ ପରୀକ୍ଷା କେନ୍ଦ୍ରରେ ହିଁ ମୂଲ୍ୟାୟନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତି କେନ୍ଦ୍ରରେ ଏହି ତିନିଟି ପ୍ରତିଯୋଗିତାରେ ୧ମ, ୨ୟ, ୩ୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ‌ଯୋଗ୍ୟ ବିବେଚିତ ହେବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button