ଓଡିଶା

ବିଜେଡି ନେତାଙ୍କୁ ଘେରିଲା ‌ବିଜେପି – bajravana

[ad_1]

ସଚିବଙ୍କୁ ସମାଲୋଚନା କଲେ ମନ୍ତ୍ରୀ କାହିଁକି ଉତ୍ତର ଦେଉଛନ୍ତି: ଅନିଲ

ଭୁବନେଶ୍ବର: ବିଜେଡିର ନେତା, ମନ୍ତ୍ରୀମାନେ ଯେଉଁଭଳି ଢଙ୍ଗରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସମାଲୋଚନା କରୁଛନ୍ତି ସେନେଇ ବିରୋଧୀ ଦଳର ନେତାମାନେ ଶାସକ ଦଳକୁ ଘେରିଛନ୍ତି। ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ସୌମ୍ୟ ବାବୁ ଜଣେ ଅଭିଜ୍ଞ, ଅନୁଭବୀ ଓ ଜ୍ଞାନୀ ଲୋକ। ବିଜେଡିରେ ଯେଉଁ ଟଣାଓଟରା ଚାଲିଛି ତାହା ତାଙ୍କ ଦଳୀୟ କଥା। ତା’ଉପରେ ମତମନ୍ତବ୍ୟ ଦେବା ଠିକ୍ ନୁହେଁ। ହେଲେ ‌ଜଣେ ନାଗରିକ ହିସାବରେ କହିବାକୁ ଚାହିଁବି, ସୌମ୍ୟରଂଜନ ପଟ୍ଟନାୟକଙ୍କ ଭଳି ଲୋକ ଯଦି ସାହାସ କରିକି ସତ କଥାକୁ ସାମ୍ନାକୁ ଆଣିବାକୁ ପ୍ରୟାସ କରୁଛନ୍ତି ତେବେ ସାଧାରଣ ଭାବରେ ପ୍ରତ୍ୟେକ ବିଜେଡି ବିଧାୟକ ଏହାକୁ ସକରାତ୍ମକ ଭାବେ ଗ୍ରହଣ କରିବା କଥା। କାରଣ ତାଙ୍କ ପାଇଁ କୁହାଯାଉଛି। ବିଜେଡି ଯଦି ସୌମ୍ୟ ବାବୁଙ୍କ କଥାକୁ ଶୁଣିଥାନ୍ତା, ତେବେ ଆଜି ଯେଉଁ ଶୋଚନୀୟ ଅବସ୍ଥାରେ ଅଛି ତାହା ହୋଇନଥାନ୍ତା। ଗଭର୍ଣ୍ଣାନ୍‌ସ ମଡେଲକୁ ନେଇ ଓଡ଼ିଶାର ସବୁ ଲୋକ ହସୁଛନ୍ତି। ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ଆହ୍ବାନ ଦେଇ ସେ କହିଛନ୍ତି ‌ଯେ ଆତ୍ମସମ୍ମାନ ଏବଂ ନିଜ ମର୍ଯ୍ୟାଦା ଆଖି ଆଗରେ ରଖି କାମ କରନ୍ତୁ। ଆତ୍ମଚିନ୍ତନ କରନ୍ତୁ, ସମୀକ୍ଷା କରନ୍ତୁ। ବଡ଼ବଡ଼ ସମ୍ବିଧାନିକ ପଦରେ ରହିକି ଯଦି ଆତ୍ମସମ୍ମାନ ରହିଲା ନାହିଁ ତେବେ କ’ଣ ରହିଲା?

ବିଜେଡି ବିଧାୟକମାନେ ସୌମ୍ୟଙ୍କ କଥାକୁ ସକରାତ୍ମକ ଭାବେ ଗ୍ରହଣ କରନ୍ତୁ: ଅପରାଜିତା
ସଚିବଙ୍କୁ ସମାଲୋଚନା କଲେ ମନ୍ତ୍ରୀ କାହିଁକି ଉତ୍ତର ଦେଉଛନ୍ତି: ଅନିଲ

ଆଶ୍ଚର୍ଯ୍ୟ ଲାଗୁଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କୌଣସି ନେତାଙ୍କୁ କାହିଁକି ବିଶ୍ବାସ କରିପାରୁନାହାନ୍ତି? ସେମାନେ ବିଜୟୀ ହୋଇ ଆସୁଛନ୍ତି, ସମସ୍ତେ ଅଭିଜ୍ଞ, ସମ୍ମାନର ଯୋଗ୍ୟ। ଅଥଚ ଜଣେ ନିମ୍ନପଦସ୍ଥ ସରକାରୀ କର୍ମଚାରୀ ଉପରେ କାହିଁକି ବିଶ୍ବାସ କରିବେ? ସେହିପରି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ଟ୍ବିଟ୍ କରି ପ୍ରଶ୍ନ କରିଛନ୍ତି ଯେ ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ସଚିବଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟକଳାପକୁ ସମାଲୋଚନା କରୁଛନ୍ତି। ଏଥିରେ ମନ୍ତ୍ରୀମାନେ କାହିଁକି ଉତ୍ତର ଦେଉଛନ୍ତି? ବିଜେଡି ନେତାଙ୍କ ସଚିବ ବନ୍ଦନାର କାରଣ କେବଳ ଟିକେଟ୍ କଟିବା ଭୟ ନା ଆଉ କିଛି ଭିତିରିଆ କାରଣ ରହିଛି?



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button