ଓଡିଶା

କର୍ମଜୀବୀ ମହିଳାମାନଙ୍କ ମାନସିକ ସୁସ୍ଥତା ପାଇଁ ‘ଆଇଏନଡବ୍ଲୁଇସି’ର କର୍ମଶାଳା – bajravana

[ad_1]

ଭୁବନେଶ୍ବର: ମହିଳାମାନେ ପରିବାର, କର୍ମକ୍ଷେତ୍ର ଓ ବ୍ୟବସାୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ଏକାଧିକ ଭୂମିକାରେ ସନ୍ତୁଳନ ରକ୍ଷା କରିବା ବେଳେ ସେମାନେ ଚାପ, ଉଦବିଗ୍ନତା ଓ ଅବସାଦର ଶିକାର ହୋଇଥାଆନ୍ତି। ଏହି ସମସ୍ୟାକୁ ଲାଘବ କରିବା ନିମନ୍ତେ ଆଇସିସି ଜାତୀୟ ମହିଳା ଉଦ୍ୟୋଗିତା ପରିଷଦ ସମିତି (ଆଇଏନଡବ୍ଲୁଇସି)-ଓଡ଼ିଶା ଚାପ୍ଟର୍ ପକ୍ଷରୁ କର୍ମଜୀବୀ ମହିଳାଙ୍କ ପାଇଁ ଏକ ଦୁଇ ଦିନିଆ କର୍ମଶାଳା ଆୟୋଜନ ହୋଇଯାଇଛି। ଏହାର ଉଦଘାଟନୀ ଅଧିବେଶନରେ ମନୋଚିକିତ୍ସକ, ପ୍ରଶିକ୍ଷକ ତଥା ‘ୱେଲନେସ୍ ସ୍ପେସ୍’ର ସହ-ସଂସ୍ଥାପକ ରିରି ତ୍ରିବେଦୀ ‘ଉଦବିଗ୍ନତା ଓ ମାନସିକ ଚାପ ପରିଚାଳନା’ ଉପରେ ମତ ରଖିଥିଲେ।

କିଟ୍-ଟେକ୍ନୋଲୋଜି ବିଜିନେସ୍ ଇନକ୍ୟୁବେଟର କ୍ୟାମ୍ପସ୍ ୧୧ରେ ଆୟୋଜିତ କର୍ମଜୀବୀ ମହିଳାମାନଙ୍କ ମାନସିକ ସୁସ୍ଥତା ଶୀର୍ଷକ କର୍ମଶାଳାରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ବହୁସଂଖ୍ୟକ ମହିଳା ଯୋଗ ଦେଇଥିଲେ। ପ୍ରଥମ ଦିନର ଦ୍ବିତୀୟ ଅଧିବେଶନରେ ‘ଅହଙ୍କାର, ଚାପ ଓ ଜୀବନଚର୍ଯ୍ୟା ବିଶୃଙ୍ଖଳା’ ଉପରେ କ୍ଲିନିକାଲ୍ ସାଇକୋଲୋଜିଷ୍ଟ୍, କର୍ପୋରେଟ୍ ଟ୍ରେନର୍ ତଥା ଲେଖିକା ପ୍ରଗତି ଜଲାନ ସୁରେକା ଆଲୋକପାତ କରିଥିଲେ। ଜୀବନରେ କଠିନ ପରିସ୍ଥିତି ସହିତ ସାଲିସ କରିବା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ଜୀବନ ପରିବର୍ତ୍ତନକାରୀ କୌଶଳ ବିଷୟରେ ଏହି ଭାବବିନିମୟ ଅଧିବେଶନରେ ଅବଗତ କରାଯାଇଥିଲା।

କର୍ମଶାଳାର ଦ୍ବିତୀୟ ତଥା ଚୂଡ଼ାନ୍ତ ଦିବସରେ ଦୋଷ, କ୍ରୋଧ ଓ ଆନନ୍ଦ ଏବଂ ଅଳ୍ପ ଆଲୋଚିତ ଆବେଗର ଗତିଶୀଳତା ଆଧାରିତ ଅଧିବେଶନରେ ଅଭିଜ୍ଞ ମନୋବିଜ୍ଞାନୀ ଶ୍ରୀଧର ମାଣ୍ଡ୍ୟମ୍ ଅଧ୍ୟକ୍ଷତା କରିଥିଲେ। ସେହିପରି ସୁସଙ୍ଗତ ସଂପର୍କରେ ଯୋଗାଯୋଗର ଆବଶ୍ୟକତା ଓ କାର୍ଯ୍ୟଜୀବନରେ ସନ୍ତୁଳନ ପ୍ରସଙ୍ଗରେ ଅଭିଜ୍ଞ ପ୍ରଶିକ୍ଷକ ତଥା ପରାମର୍ଶଦାତା ଈଶ୍ୱର ସୁନ୍ଦରେସନ୍ ଉଦବୋଧନ ଦେଇଥିଲେ।

‘ଆଇଏନଡବ୍ଲୁଇସି’ ଓଡ଼ିଶାର ଆବାହକ ତନୟା ପଟ୍ଟନାୟକ କହିଲେ, ମହିଳାଙ୍କ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଉପରେ କମ୍ ଆଲୋଚନା ହୁଏ। ଆମେ ଆୟୋଜନ କରିଥିବା କର୍ମଶାଳାରେ ବିଶେଷଜ୍ଞମାନେ ସେମାନଙ୍କ ଅନ୍ତର୍ଦୃଷ୍ଟି ପ୍ରକାଶ କରିଛନ୍ତି। ଏଥିସହିତ ଅଂଶଗ୍ରହଣକାରୀମାନେ ସେମାନଙ୍କ ସହ ଭାବବିନିମୟ ଜରିଆରେ ଯାହା ଶିଖିବେ ତାହାକୁ ଚାପମୁକ୍ତ ଜୀବନ ପାଇଁ ବାସ୍ତବ ପରିସ୍ଥିତିରେ ଉପଯୋଗ କରିପାରିବେ। ବିଭିନ୍ନ ପରିସ୍ଥିତିରେ କର୍ମଜୀବୀ ମହିଳାମାନେ ସମ୍ମୁଖୀନ ହେଉଥିବା ଭିନ୍ନ ଭିନ୍ନ ପ୍ରକାରର ଆହ୍ବାନ ଯୋଗୁଁ ମାନସିକ ସ୍ବାସ୍ଥ୍ୟ ଉପରେ ଆଲୋଚନା କରିବାର ସମୟ ଆସିଛି । ଅଂଶଗ୍ରହଣକାରୀମାନଙ୍କର ଆଗ୍ରହ ଦେଖି ମୁଁ ଆନନ୍ଦିତ। ଏହା ସେମାନଙ୍କ ଲାଗି ଖୁବ୍ ସହାୟକ ହେବ ବୋଲି ମୋର ଆଶା।

ମହିଳାମାନଙ୍କର, ବିଶେଷକରି କର୍ମଜୀବୀ ମହିଳାମାନଙ୍କର ଉପକାର ଲାଗି ଆଗାମୀ ଦିନରେ ଆମେ ନୂଆ ନୂଆ କର୍ମଶାଳା ଆୟୋଜନ କରିବୁ ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ‘ଆଇଏନଡବ୍ଲୁଇସି’ ଓଡ଼ିଶାର ଆବାହକ ତନୟା ପଟ୍ଟନାୟକ କହିଛନ୍ତି। ଏହି କର୍ମଶାଳାରେ ବିଶେଷ ସହାୟତା କରିଥିବାରୁ ଏଚଡିଏଫସି ବ୍ୟାଙ୍କ୍, ଇମ୍ପ୍ରେସନ୍ ହାଉସ୍, ଇ-ସ୍କୋୟାର ସିଷ୍ଟମ୍ ଆଣ୍ଡ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍, ଓ୍ୱଣ୍ଡର୍ ୱାର୍ଲ୍ଡ ୱାଟର ପାର୍କ ଆଣ୍ଡ୍ ରିସୋର୍ଟ, କିଟ୍ ଟିବିଆଇ, ବିଗକପ୍ କାଫେ, ୟୁକେକ୍ସ ଆଦି ସଂସ୍ଥାକୁ ‘ଆଇଏନଡବ୍ଲୁଇସି’ ପକ୍ଷରୁ ଧନ୍ୟବାଦ ଦିଆଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button