ମନୋରଞ୍ଜନ

ପୁରୁଣା ଦିନର କଥାକୁ ମନେ ପକାଇଲେ କୃଷ୍ଣ ଭାବେ ଯୁବତୀଙ୍କ ମନ ଜିଣିଥିବା ନୀତିଶ ଭରଦ୍ବାଜ – bajravana

[ad_1]

ନୂଆଦିଲ୍ଳୀ: ଜନ୍ମାଷ୍ଟମୀ ଆସିଲେ ମନେପଡ଼ନ୍ତି ନୀତିଶ ଭରଦ୍ବାଜ। ଟିଭି ପରଦା‌ରେ ଶ୍ରୀକୃଷ୍ଣଙ୍କ ଭୂମିକା ନିଭାଇ ଘ‌ରେ ଘରେ ପରିଚିତ ହୋଇଥିବା ନୀତିଶ ଆଜି ବି ଏକ ଆଧ୍ୟାତ୍ମିକ ବ୍ୟକ୍ତିତ୍ବ ନେଇ ବଞ୍ଚନ୍ତି। ତାଙ୍କୁ ଦେଖିଲେ ଆଜି ବି ଲୋକଙ୍କ ମନରେ ଶ୍ରୀକୃଷ୍ଣଙ୍କ ଭାବନା ଆସେ।

ନିକଟରେ ଜନ୍ମାଷ୍ଟମୀ ଯାଇଥିବା ବେଳେ ଆମର ପ୍ରିୟ କୃଷ୍ଣ ନୀତିଶ ଭରଦ୍ବାଜଙ୍କ ସୁଟିଂ ସମୟର କିଛି କଥା ଏବେ ସାମ୍ନାକୁ ଆସିଛି। ଏକ ପ୍ରଶ୍ନର ଉତ୍ତରରେ ନୀତିଶ କହିଛନ୍ତି, ‘‘ମୋର ମନେ ଅଛି କିଛି ବର୍ଷ ତଳେ ମୁଁ ଜନ୍ମାଷ୍ଟମୀ ଅବସରରେ ବୃନ୍ଦାବନ ଯାଇଥିଲି। ସେଠାରେ ମୁଁ ଏକୁଟିଆ ମହିଳା ଓ ପୁରୁଷଙ୍କ ସହ ମିିଶି କରି ଖୁବ୍ ନାଚିଥିଲି। ଆମେ ନାଚରେ ଏତେ ମଜି ଯାଇଥିଲୁ ଯେ ଜଣାପଡ଼ିଲାନି କିପରି ୩ ଘଣ୍ଟା ବିତିଗଲା। ମୁଁ ଏବେ ଭାବୁଛି ଯେ ତାହା ଏକ ଏପରି ମୁହୂର୍ତ୍ତ ଥିଲା, ଯେତେବେଳେ ମୋତେ ପ୍ରକୃତ ଖୁସି କ’ଣ ଅନୁଭବ ହୋଇଥିଲା। ଆମେ ନିଜକୁ ଭୁଲି ଭଗବାନ କୃଷ୍ଣଙ୍କ ପାଦରେ ନିଜକୁ ମଗ୍ନ କରିଦେଲେ ଏପରି ଖୁସି ମିଳିବା ସମ୍ଭବ।’

କୁହାଯାଏ କି ସେ ସମୟରେ ଲୋକ ନୀତିଶ ଭରଦ୍ବାଜଙ୍କୁ କୃ‌ଷ୍ଣ ବୋଲି ମାନୁଥିଲେ। ନିଜ ପ୍ରଶଂସକମାନଙ୍କ ସହ ଜଡ଼ିତ କିଛି ମଜାଦାର୍‌ ଘଟଣାକୁ ମନେ ପକାଇ ସେ କହନ୍ତି, ‘‘ମୁଁ ନିଜ ପ୍ରଶଂସା କରିବାକୁ ଆଦୌ ଭଲପାଏ ନାହିଁ। ମାତ୍ର ମୁଁ ଭାଗ୍ୟବାନ ଯେ କଳିଯୁଗରେ ବି ମୋତେ ଏତେ ନିସ୍ବାର୍ଥ ଭଲପାଇବା ମିଳିଛି। ସେ ସମୟରେ ଯୁବତୀମାନେ ମୋତେ କୃଷ୍ଣ ମାନି ନିଜକୁ ମୀରା ଭାବି ମେସେଜ୍‌ କରୁଥିଲେ।’’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button