ମନୋରଞ୍ଜନ

ପ୍ରଥମ ଦିନରେ ୧୫୦ କୋଟି ଟଙ୍କାର ବେପାର! ତାଜୁବ କରୁଛି ବିଶେଷଜ୍ଞଙ୍କ ଆକଳନ – bajravana

[ad_1]

ନୂଆଦିଲ୍ଲୀ: ସୁପର୍‌ଷ୍ଟାର୍‌ ଶାହରୁଖ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯବାନ’ ପ୍ରଥମ ଦିନରେ ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିବ କି? ପ୍ରଥମ ଦିନରେ ଫିଲ୍ମଟି ବିଶ୍ୱବ୍ୟାପୀ ୧୫୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିବ କି? ସିନେମାର ପ୍ରଥମ ଦିନର ରୋଜଗାର କେତେ ହେବ? ଏହିପରି ଅନେକ ପ୍ରକାରର କଳ୍ପନାଜଳନା ‘ଯବାନ’କୁ ନେଇ ହେଉଥିବା ବେଳେ ଏବେ ସେ ସବୁ ପ୍ରଶ୍ନର ଉତ୍ତର ଜଣାପଡ଼ିବାର ସମୟ ଆସିଛି।

ଏବେ ସିନେମାଟି ରିଲିଜ୍‌ ହୋଇ ସାରିଥିବା ବେଳେ ଏହାକୁ ନେଇ ଖୁବ୍ ଭଲ ସମୀକ୍ଷା ହେଉଛି। ବିଶେଷଜ୍ଞମାନଙ୍କ ପ୍ରାରମ୍ଭିକ ଆକଳନ ଅନୁସାରେ, ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ପ୍ରଥମ ଦିନରେ ବିଶ୍ୱରେ ୧୨୦ କୋଟିରୁ ଅଧିକ ରୋଜଗାର କରିବ। ହେଲ ବର୍ତ୍ତମାନ ଚଳଚ୍ଚିତ୍ର ବାଣିଜ୍ୟ ବିଶେଷଜ୍ଞ ରମେଶ ବାଲା କହିଛନ୍ତି ‌ଯେ ‘ଯବାନ’ ୧୫୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିବ। ପ୍ରଥମ ଦିନ ବକ୍ସ ଅଫିସ୍ ସଂଗ୍ରହ ବିଷୟରେ ରମେଶ ବାଲା ଅନେକ ଟ୍ୱିଟ୍ କରିଛନ୍ତି। ଫିଲ୍ମର ରୋଜଗାର ବିଷୟରେ ମଧ୍ୟ ସୂଚନା ଦିଆଯାଇଛି।

‘ପଠାନ୍’ ପରେ ଅଭିନେତାଙ୍କ ଚଳଚ୍ଚିତ୍ର ‘ଯବାନ’ ପ୍ରେକ୍ଷାଳୟରେ ଝଡ଼ ସୃଷ୍ଟି କରିଛି। ଗତକାଲି ରିଲିଜ୍ ହୋଇଥିବା ଫିଲ୍ମ ‘ଯବାନ’କୁ ଦର୍ଶକ ପସନ୍ଦ କରୁଥିବା ଦେଖାଯାଇଛି। ପ୍ରେକ୍ଷାଳୟ ଭିତରର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପ୍ରଶଂସକମାନେ ଫିଲ୍ମର ସଂଳାପରେ ଚିତ୍କାର କରି ସଙ୍ଗୀତରେ ନାଚୁଥିବାର ନଜର ଆସିଛନ୍ତି। ସବୁଠୁ ବଡ଼ କଥା ହେଲା ସବୁବେଳେ ବଲିଉଡ କଳାକାରଙ୍କୁ ସେମାନଙ୍କ ଫିଲ୍ମ ଓ ଖରାପ ଅଭିନୟ ପାଇଁ ଟ୍ରୋଲ କରୁଥିବା କମାଲ ଆର୍ ଖାନ୍(କେଆରକେ) ଶାହରୁଖଙ୍କ ‘ଯବାନ’କୁ ପ୍ରଶଂସା କରିଛନ୍ତି। ଅଭିନୟ, କାହାଣୀ, ଆକ୍ସନ ସବୁ‌ଥିରେ ଶାହରୁଖଙ୍କ ଫିଲ୍ମ ୧ନଂ ବୋଲି କହିଛନ୍ତି କେଆରକେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button