ଆନ୍ତଃଜିଲ୍ଲା ସୁନା ଚେନ୍ ଛିନତାଇ ମାମଲାରେ ମାଇଣ୍ଡ ସହ ୪ଗିରଫ, ୟୁଟୁବ୍ ଦେଖି ଶିଖିଥିଲେ କୌଶଳ – bajravana
[ad_1]
ଜୟପୁର: ଆନ୍ତଃଜିଲ୍ଲା ସୁନା ଚେନ୍ ଛିନତାଇ ମାମଲାରେ ମୁଖ୍ୟମାଷ୍ଟର ମାଇଣ୍ଡ ସହ ୪ଦୁର୍ବତ୍ତଙ୍କୁ ଧରିବାରେ ସଫଳ ହୋଇଛି ଜୟପୁର ଓନବରଙ୍ଗପୁର ପୁଲିସ। ଅଭିଯୁ୍କ୍ତମାନେ ହେଲେ କୁନ୍ଦ୍ରା ଥାନା ଅର୍ନ୍ତଗତ ପାଣ୍ଡିକିମାରି ଗାଁର ହେମନ୍ତ ନାଗ(୨୪), ନରେନ୍ଦ୍ର ମାଛ(୨୨), କୁଡୁମପଦର ଗାଁର ଅଭିହରିଜନ(୨୧) ଓଜୟପୁର ସଦରଥାନା ଅନ୍ତର୍ଗତ କାଳିଆଗାଁର ସୁବାଷ ହରିଜନ(୨୪)। ଅଭିଯୁକ୍ତଙ୍କୁ ଧରିବା ସହ ସେମାନେ ଛିନତାଇ କରି ନେଇଥିବା ସୁନା ଚେନ୍ କୁ ବି ବନ୍ଧକ ରଖିଥିବା ମୁଥ୍ଥୁଟ୍ ବ୍ୟାଙ୍କରୁ ଉଦ୍ଧାର କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ଦେଇଛନ୍ତି ନବରଙ୍ଗପୁର ଏଏସପି ବଟକୃଷ୍ଣ ମିଶ୍ର।
ସୂଚନା ଅନୁଯାୟୀ, ଉପରୋକ୍ତ ତିନି ଅଭିଯୁକ୍ତ ପ୍ରଥମେ କୁନ୍ଦ୍ରାଥାନା ଅଂଚଳରେ ଗୋଟିଏ ୟୁନିକର୍ନ ବାଇକ ଚୋରି କରିଥିଲେ। ଏହା ପରେ ଏହି ବାଇକ ସହ ଆଉଗୋଟିଏ ବାଇକ୍ ନେଇ କ୍ରମାନ୍ବୟରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ତିନୋଟି ଛିନତାଇ ମାମଲା ସଂଘଟିତ କରିଥିଲେ। ଗତ ୨୦ତାରିଖ ଦିନ କୋରାପୁଟ ପନିପରିବା ବଜାରରେ ବିଜୟଲକ୍ଷ୍ମୀ ପଣ୍ଡା ନାମକ ଜୈନେକା ମହିଳା ପନିପରିବା କିଣି ଘରକୁ ଯାଉଥିବା ବେଳେ ତାଙ୍କ ବେକରୁ ସୁନାଚେନ୍ କୁ ଝାମ୍ପି ଚମ୍ପଟ ମାରିଥିଲେ ୩ ଅଭିଯୁକ୍ତ। ଏହା ପରେ ଏହି ମାସର ୨୩ତାରିଖ ଦିନ ମଧ୍ୟାହ୍ନ ୨ଟା ୨୦ ବେଳେ ନବରଙ୍ଗପୁର କାନାରାବ୍ୟାଙ୍କ (ଗାଦବା ଗୁଡା) ଛକ ନିକଟରେ ଜେମାମଣି ବିଷୋୟୀଙ୍କ ବେକରୁ ସୁନାଚେନ୍ ଝାମ୍ପି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ଏହା ପରେ ଗତ ୨୩ତାରିଖ ଦିନ ରାତି ସାତଟା ବେଳେ ପିଆରପେଟା ଓ କୁମ୍ଭାରସାହି ଛକରୁ ପିଆର ପେଟା ଚତୁର୍ଥ ଲାଇନର ଭି.ଜୟଲକ୍ଷ୍ମୀଙ୍କ ବେକରୁ ଝାମ୍ପି ନେଇଥିଲେ ସୁନାଚେନ୍ ।
ତିନୋଟି ମାମଲା କ୍ରମାନ୍ବୟରେ କରିବା ପରେ ଉଭୟ ଜିଲ୍ଲାର ପୁଲିସ ପ୍ରତି ଏହା ଚ୍ୟାଲେଂଜ ସୃଷ୍ଟି କରିଥିଲା। ତିନୋଟି ଯାକ ଥାନା ପକ୍ଷରୁ ଛିନତାଇ ହୋଇଥିବା ଅଂଚଳର ସିସିଟିଭି କ୍ୟାମେରା ଫୁଟେଜ୍ ସଂଗ୍ରହ କରି ଦୁଇ ଜିଲ୍ଲାପକ୍ଷରୁ ଏହି ମାମଲାକୁ ନେଇ ଟିମ୍ ଗଠନ କରାଯାଇଥିଲା। ସିସିଟିଭି ଫୁଟେଜକୁ ଆଧାର କରି ମାମଲାର ତଦନ୍ତ କରିବା ପରେ ୩ଅଭିଯୁକ୍ତ କୁନ୍ଦ୍ରା ଥାନା ଅଂଚଳର ବୋଲି ପୁଲିସ ଜାଣି ପାରିଥିଲେ। କୁନ୍ଦ୍ରା ଥାନା ଅର୍ନ୍ତଗତ ପାଣ୍ଡିକିମାରି ଗାଁର ଅଭିଯୁକ୍ତ ହେମନ୍ତ, ନରେନ୍ଦ୍ର, କୁଡୁମପଦର ଗାଁର ଅଭି ଓ ଜୟପୁର ସଦରଥାନା ଅନ୍ତର୍ଗତ କାଳିଆଗାଁର ସୁବାଷଙ୍କୁ ଧରିବା ପରେ ଅଭିଯୁକ୍ତ ମାନେ ଚୋରି କରିଥିବା ସ୍ବୀକାର କରିଥିଲେ। ଚୋରି କରି ଏମାନେ ଏହି ସୁନାକୁ ବନ୍ଧକ ରଖିବା ପାଇଁ ସୁବାସଙ୍କୁ ଦେଉଥିବା ପୁଲିସକୁ ଦେଇଥିଲେ ସୁଚନା। ଏମାନେ ଗତ କିଛି ମାସ ଧରି ୟୁଟୁବରେ ବିଭିନ୍ନ ଅପରାଧ କରି କିଭଳି ଖସି ଯିବେ ସେ ସଂପର୍କରେ ବିଭିନ୍ନ ବିଡିଓ ଓ ଅପରାଧିକ ଘଟଣା ଗୁଡିକ ଦେଖିଥିଲେ। କିଭଳି ଛିନତାଇ କରିବେ ସେ ସଂପର୍କରେ ବି ଶିଖିଥିଲେ। ତା ପରେ ବୟସ୍କ ମହିଳା ଏବଂ ଶୁନ୍ ଶାନ୍ ରାସ୍ତାରେ ଯାଉଥିବା ବୟସ୍କ ମହିଳାଙ୍କୁ ଟାର୍ଗେଟ୍ କରିଥିଲେ। ଦୁଇଟି ଏକା ନମ୍ବର ପ୍ଲେଟ୍ ଥିବା ଚୋରୀ ବାଇକକୁ ନେଇ ଛିନତାଇ କରିବାକୁ ଯାଉଥିଲେ। ମୁଖ୍ୟମାଷ୍ଟର ମାଇଣ୍ଡ ଦୁର୍ବତ୍ତ ଅଭିଯୁକ୍ତ ହେମନ୍ତ ଗୋଟିଏ ବାଇକରେ ବସି ଚଳାଉଥିବା ବେଳେ ଅନ୍ୟ ଅଭିଯୁକ୍ତ ଅଭି ମହିଳାମାନଙ୍କ ବେକରୁ ଅତି ସନ୍ତର୍ପଣର ସହ ସୁନା ଚେନ୍ ଟାଣି ଆଣୁଥିଲେ। ଏସମୟରେ ଏମାନେ ମୁହଁରେ ମାସ୍କ, ହୁଡି ପିନ୍ଧି ଯାଉଥିଲେ। ଚେନ୍ ଟାଣି ଆଣିବା ପରେ ଅଭିଯୁକ୍ତ ଅଭି ଅନ୍ୟ ଅଭିଯୁକ୍ତ ନରେନ୍ଦ୍ରଙ୍କ ହାତକୁ ବଢ଼ାଇ ଦେଉଥିଲା।
ଅଭିଯୁକ୍ତ ନରେନ୍ଦ୍ର ଏହି ଛିନତାଇ ସୁନାକୁ ଅଭିଯୁକ୍ତ ସୁବାସକୁ ଦେଉଥିଲେ। ସୁବାସ ଏହାକୁ ଆଣି ଜୟପୁର ମୁଥ୍ଥୁଟ୍ ସୁନା ବନ୍ଧକ ବ୍ୟାଙ୍କରେ ବନ୍ଧକ ରଖି ଟଙ୍କା ଉଠାଇ ଆଣୁଥିଲା। ଏହା ପରେ ଚାରି ଜଣ ଟଙ୍କା ବାଣ୍ଟି ନେଉଥିବା ଅଭିଯୁକ୍ତ ମାନେ ପୁଲିସ ନିକଟରେ କହିଥିବା ସୂଚନା ମିଳିଛି। ଅଭିଯୁକ୍ତଙ୍କ ସ୍ବୀକାରକ୍ତି ପ୍ରକାରରେ ପୁଲିସ ଜୟପୁର ମୁଥ୍ଥୁଟ୍ ବ୍ୟାଙ୍କରୁ ତିନି ସ୍ଥାନରେ ହୋଇଥିବା ଛିନତାଇ ସୁନା ଚେନ୍ କୁ ଉଦ୍ଧାର କରିଛି। ୪ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ ଓ ଚୋରୀରେ ବ୍ୟବହୃତ ଚୋରୀ ହୋଇଥିବା ୟୁନିକର୍ନ ବାଇକକୁ ଜବତ କରିଛି ପୁଲିସ। ଏହି ସାମ୍ବାଦିକ ସମ୍ମିଳନୀରେ ଜୟପୁର ଏସଡିପିଓ ହରିଶ. ବି.ସି, ଜୟପୁର ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର, ନବରଙ୍ଗପୁର ଏସଡିପିଓ ନିହାର ରଂଜନ ପ୍ରଧାନ, ନବରଙ୍ଗପୁର ଥାନା ଅଧିକାରୀ ସମ୍ବିତ ବେହେରା ପ୍ରମୁଖ ଭାଗ ନେଇଥିଲେ।
[ad_2]