ରାଜନୀତି

ଆସନ୍ତାକାଲି ମୁମ୍ବାଇରେ ଇଣ୍ଡିଆର ତୃତୀୟ ବୈଠକ – bajravana

[ad_1]

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢୁବାରେ ଲାଗିଛି । ଆସନ୍ତାକାଲି ବସିବ ବିରୋଧୀ ଦଳ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ । ପ୍ରଥମେ ପାଟନା, ଦ୍ୱିତୀୟରେ ବେଙ୍ଗାଳୁରୁ ପରେ ଏବେ ମୁମ୍ବାଇରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ ବିରୋଧୀ । ଏଥିପାଇଁ ବିରୋଧୀ ମେଣ୍ଟ ଦଳର ନେତାମାନେ ଆଜିଠୁ ମୁମ୍ବାଇ ଗସ୍ତ କରୁଛନ୍ତି । ଇଣ୍ଡିଆ ମେଣ୍ଟର ୨୬ଟି ଦଳ ମଧ୍ୟରେ ଆସନ ବୁଝାମଣା ସହ ମେଣ୍ଟର ଚିହ୍ନ ଉନ୍ମୋଚନ କରାଯିବାକୁ ଥିବା ସୂଚାନା ମିଳିଛି । କୌଣସି ଦଳ ପରିବର୍ତ୍ତେ ଇଣ୍ଡିଆ ମେଣ୍ଟ ପତାକା କିମ୍ବା ସଙ୍କେତ ବ୍ୟବହାର ହେବ । ଏଥିପାଇଁ ଆଶୋକ ଚକ୍ର ବିନା ତ୍ରିରଙ୍ଗାକୁ ମେଣ୍ଟ ପତାକା ଭାବେ ସ୍ଥିର କରିବାକୁ ପ୍ରସ୍ତାବ ରହିଛି । ଯେଉଁସବୁ ରାଜ୍ୟରେ ନିର୍ଦ୍ଦିଷ୍ଟ କୌଣସି ଦଳ ପ୍ରତିଦ୍ୱନ୍ଦିତା କରିବ ସେଠାରେ ନିଜ ଦଳର ପତାକା ବ୍ୟବହାର ହେବ । ଏହାବ୍ୟତୀତ ବିରୋଧୀ ମେଣ୍ଟର ଜଣେ ଅଧ୍ୟକ୍ଷ ରହିବେ ଏବଂ ଆଞ୍ଚଳିକ ସ୍ତରରେ ୫ ଜଣ ସଂଯୋଜକ ନିଯୁକ୍ତି ପାଇଁ ବୈଠକରେ ନିଷ୍ପତ୍ତି ହୋଇପାରେ । ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖିଆ ନୀତୀଶ କୁମାର ପ୍ରମୁଖ ଭୂମିକା ନିଭାଇଥିଲେ । ଆଗକୁ ଆଉ କିଛି ଦଳ ମେଣ୍ଟରେ ସାମିଲ ହେବା ସୂଚନା ମିଳିଛି । କେନ୍ଦ୍ରରୁ ବିଜେପି ଶାସନ ହଟାଇବା ଲାଗି ସବୁ ବିରୋଧୀ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button