ଦେଶ ବିଦେଶ

ରିଲାୟନ୍ସ ଜିୟୋ ସଭିଙ୍କୁ ପ୍ରତିଟି ଜାଗାରେ ଦେବ ଏଆଇ ସମାଧାନ : ଅମ୍ବାନୀ – bajravana

[ad_1]

ନୂଆଦିଲ୍ଲୀ: ରିଲାୟନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଶେୟାରଧାରୀଙ୍କ ବାର୍ଷିକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ଅମ୍ବାନୀ କହିଛନ୍ତି ଯେ, ବିଭିନ୍ନ କ୍ଷେତ୍ରରେ ଭାରତ କେନ୍ଦ୍ରିତ କୃତ୍ରିମ ମେଧା(ଏଆଇ) ମଡେଲ ଏବଂ ଏଆଇ-ସଞ୍ଚାଳିତ ସମାଧାନର ବିକାଶ ପ୍ରୟାସର ନେତୃତ୍ୱ ନେବାକୁ ଚାହୁଁଛି । ଫଳରେ ଦେଶର ନାଗରିକ, ବ୍ୟବସାୟୀ ଓ ସରକାର ନୂଆ ଯୁଗର ଏହି ପ୍ରଦ୍ୟୋଗିକ ଲାଭ ଉଠାଇ ପାରିବେ । ଜିୟୋ ପ୍ଲାଟଫର୍ମ ‘ପ୍ରତ୍ୟେକ ବ୍ୟକ୍ତିକୁ, ପ୍ରତିଟି ଜାଗାରୁ ଏଆଇ’ର ପ୍ରତିଶ୍ରୁତି ଦେଉଛି । କ୍ଲାଉଡ ଏବଂ ଏଜ୍ ୨ଟି ସ୍ଥାନରେ ୨ ହଜାର ମେଗାୱାଟ ପର୍ଯ୍ୟନ୍ତ ଏଆଇ-ସକ୍ଷମ କମ୍ପ୍ୟୁଟିଙ୍ଗ କ୍ଷମତା ସ୍ଥାପିତ କରିବା ପାଇଁ କମ୍ପାନୀ ପ୍ରତିବଦ୍ଧ ।

ଉଦ୍ୟୋଗପତି ମୁକେଶ ଅମ୍ବାନୀ ଆହୁରି କହିଛନ୍ତି ଯେ, ବୈଶ୍ୱିକ ସ୍ତରରେ ଏଆଇ କ୍ରାନ୍ତି ସମଗ୍ର ବିଶ୍ୱକୁ ନୂଆ ଆକାର ଦେଉଛି । ଆଉ ଏହାକୁ ବୁଝି ବିଚାରି ବ୍ୟବହାର କଲେ ଉଦ୍ୟୋଗ, ଅର୍ଥ ବ୍ୟବସ୍ଥା ଓ ଦୈନନ୍ଦିନ ଜୀବନକୁ ନୂଆ ରୂପେ ପରିଭାଷିତ ଏବଂ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବାରେ କାମ କରିବ । ବୈଶ୍ୱିକ ସ୍ତରରେ ପ୍ରତିଯୋଗିତା କରିବା ପାଇଁ ଭାରତକୁ ନୂଆ ବିଚାର, ବୁଦ୍ଧି ଓ ରାଷ୍ଟ୍ରୀୟ ସମୃଦ୍ଧି ପାଇଁ ଏଆଇର ଉପଯୋଗ କରିବା ଉଚିତ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button