ଓଡିଶା

ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ୍ ଓଡିଆ ଯବାନଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର:ଗତକାଲି ମାଓବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଶାର ଯବାନ ମନୋରଞ୍ଜନଙ୍କ ମରଶରୀର ଆଜି ଓଡିଶାରେ ପହଞ୍ଚିବ। ମନୋରଞ୍ଜନଙ୍କ ପାର୍ଥିବ ଶରୀରକୁ ଆଜି ଅପରାହ୍ନରେ ରାୟପୁରରୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯିବ।ପରେ ଭୁବନେଶ୍ବର ବିମାନ ବନ୍ଦରରେ ସହିଦ୍ ଯବାନଙ୍କୁ ଗାର୍ଡ ଅଫ୍ ଅନର୍ ଦିଆ ଯାଇ ନିଜ ଗାଁ ବ୍ରହ୍ମଗିରି କୁ ନିଆଯିବ । ସହିଦଙ୍କ ପୈତୃକ ଗାଁ ପୁରୀ ଜିଲ୍ଲା ବ୍ରହ୍ମଗିରି ରେବଣା ନୂଆ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସହିଦ ମନୋରଞ୍ଜନ ବାପାଙ୍କ ଶ୍ରାଦ୍ଧ କାର୍ଯ୍ୟରେ ଯୋଗ ଦେବାକୁ ଗାଁକୁ ଛୁଟିରେ ଆସି ଗତ ରବିବାର ଛତିଶଗଡ଼ ଫେରିଯାଇଥିଲେ। ଏହାପରେ ଗତକାଲି ଡ୍ୟୁଟିରେ ଯୋଗ ଦେଇଥିବା ବେଳେ ମାଟି ମା’ ପାଇଁ ସହିଦ୍ ହୋଇଯାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button