ଜନ୍ମକଲା ଭଉଣୀ ପରି ସୀମାଙ୍କ ପାଖରେ ଠିଆହେଲେ ଅଭିନେତ୍ରୀ ରାଣୀ ପଣ୍ଡା, ଆଉ କୋହ ସମ୍ଭାଳି ପାରିଲେନି ସୀମା, କହିଲେ…

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଆମ ଓଡିଆ ପୁଅ ଆମ ଓଡିଶା ମାଟିର ତଥା ଜଗନ୍ନାଥ ଧାମର ପୁଅ ଯବାନ ଦେବାଶିଷଙ୍କ ମୃତ୍ୟୁ କାହାଣୀ । ଦେବାଶିଷ ଆମ ଦେଶ ପାଇଁ ସହିଦ ହୋଇଯାଇଛନ୍ତି । ଆଉ ତାଙ୍କ ସ୍ତ୍ରୀ ଏବଂ ତିନି ମାସର ଝିଅକୁ କରିଦେଇ ଯାଇଛନ୍ତି ବେସାହାରା । ଏହି ସମୟରେ ଅଭିନେତ୍ରୀ ରାଣୀ ପଣ୍ଡା ଠିଆ ହେଲେ ତାଙ୍କ ପାଖରେ ଆଉ ଏହାପରେ ଦେବାଶିଷଙ୍କ ସ୍ତ୍ରୀ ସୀମା ଆଉ ଅଟକାଇ ପାରିଲେ ନାହିଁ ନିଜ କୋହକୁ । ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ନଜର ପକାଇବା ।
ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଭଳି କରୁଣ ହୃଦୟ ଭଗବାନ ସମସ୍ତଙ୍କୁ ଦିଅନ୍ତୁ । ଏବଂ ସମସ୍ତେ ଏମତି ତାଙ୍କ ଭଳି ବେସାହାରା ଏବଂ ଆତ୍ମହରା ହେଉଥିବା ଲୋକଙ୍କ ପାଖରେ ସାହାରା ହୋଇ ଠିଆ ହୁଅନ୍ତୁ । ପୁରୀ ମାଟିର ଯବାନ ଦେବାଶିଷ ଯୁବ ବୟସରୁ ହିଁ ଦେଶ ପାଇଁ ସହିଦ ହୋଇଗଲେ । ନା ଶେଷ ସମୟରେ ଥିଲେ ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ଛୁଆ ପରିବାର ।
ଏହା ବହୁତ ଦୁଃଖ ପହଞ୍ଚାଇ ଥାଏ ପରିବାର ଲୋକଙ୍କ ମନରେ । ସେହିଭଳି ସ୍ଵାମୀ ଦେବାଶିଷଙ୍କୁ ହରାଇ ତାଙ୍କ ସ୍ତ୍ରୀ ବହୁତ ଧର୍ଯ୍ୟହରା ହେବା ସହ ପଥର ହୋଇଯାଇଛନ୍ତି । ଛାତିର କଷ୍ଟକୁ ଆଉ ସେ ସହି ପାରୁନାହାନ୍ତି । ଆଉ ଏହି ସମୟରେ ତାଙ୍କ ପାଖରେ ରାଣୀ ପଣ୍ଡା ଠିଆ ହୋଇଛନ୍ତି । ତାଙ୍କୁ ବହୁତ ବୁଝାଇଛନ୍ତି ।
କହିଛନ୍ତି ଏବେ ତୁମେ ସୀମା ଧର୍ଯ୍ୟ ଧର ଆଉ ତମ ତିନି ମାସର ଝିଅକୁ କିଭଳି ମଣିଷ କରିବ ଏହା ସମ୍ପର୍କରେ ଭାବ । ରାଣୀ ସୀମାଙ୍କୁ ଏହା ମଧ୍ୟ କହିଛନ୍ତି କି ନିଜ ଛୁଆ କଥା ଭାବିକି ଏବେ ତୁମେ ବଞ୍ଚ ଆଉ ତମକୁ ସାହାର୍ଯ୍ୟ କରିବା ପାଇଁ ମୁଁ ସବୁବେଳେ ତୁମ ପାଖରେ ଅଛି । ତେଣୁ ରାଣୀ ସୀମାଙ୍କୁ ଧର୍ଯ୍ୟ ଧରିବା ପାଇଁ ସାହସ ଦେଇଛନ୍ତି ଏବଂ ତାଙ୍କ ସହ ସବୁବେଳେ ଠିଆ ହେବାର ପ୍ରତିସୂତି ମଧ୍ୟ ଦେଇଛନ୍ତି ।
ତାଙ୍କ ସୁଖ ଦୁଃଖରେ ଠିଆ ହେବା ସହ ତାଙ୍କ ତିନି ମାସର ଝିଅ କଥା ମଧ୍ୟ ବୁଝିବା ପାଇଁ ପ୍ରୋତ୍ସାହନ ଦେଇଛନ୍ତି । ରାଣୀ ପଣ୍ଡା ତାଙ୍କ ସାହାର୍ଯ୍ୟରେ କିଛି ପଇସା ମଧ୍ୟ ଦେଇଛନ୍ତି । ସତରେ ରାଣୀଙ୍କ ହୃଦୟ ବହୁତ ବଡ ।