ଓଡିଶା

ମା’ ଚର୍ଚ୍ଚିକାଙ୍କ ପୀଠରେ ମହାନବମୀ: ଶାନ୍ତିସ୍ବରୂପ ଗୌରୀ ବେଶରେ ଦର୍ଶନ ଦେଲେ ମା’ – bajravana


ବାଙ୍କୀ: ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ତଥା ପ୍ରସିଦ୍ଧ ଶକ୍ତିପୀଠ ମା’ ଚର୍ଚ୍ଚିକାଙ୍କ ଶାରଦୀୟ ଦୁର୍ଗାପୂଜାର ମହାନବମୀ ପର୍ବ ଆଜି ସନ୍ଧ୍ୟାରେ ମହାସମାରୋହରେ ପାଳନ କରାଯାଇଛି। ଗତକାଲି ପୀଠର ପ୍ରମୁଖ ମହାଷ୍ଟମୀ ପର୍ବର ନୀତିକାନ୍ତି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ନୀତି ଅନୁଯାୟୀ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ମା’ଙ୍କର ପହୁଡ଼ ବନ୍ଦ ରହିଥିଲା। ଅପରାହ୍ଣରେ ପହୁଡ଼ ଫିଟା ନୀତି ପରେ ମାଜଣା, ବେଶ, ସନ୍ଧ୍ୟା ଆଳତି ଓ ଷୋଡ଼ପୂଜାର ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ରାତିରେ ମା’ଙ୍କ ସମ୍ମୁଖ ମଣ୍ଡପରେ ଶାନ୍ତି ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ବିଳମ୍ବିତ ରାତିରେ ସନ୍ଧିପୂଜା ଅନୁଷ୍ଠିତ ହେବ ବୋଲି ମନ୍ଦିର ସେବାୟତ ସୂଚନା ଦେଇଛନ୍ତି। ଆଜି ମା’ ଶାନ୍ତିସ୍ବରୂପ ଗୌରୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button