ଖେଳ ଖବର

କେପଟାଉନ ଟେଷ୍ଟ : ଦକ୍ଷିଣ ଆଫ୍ରିକାକୁ ୭ ଓ୍ବିକେଟରେ ହରାଇଲା ଭାରତ, ସିରିଜ ଡ୍ର – bajravana


କେପଟାଉନ : କେପଟାଉନ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୭ ଓ୍ବିକେଟରେ ପରାସ୍ତ କରିଛି ଭାରତ । ଏହା ଫଳରେ ଟେଷ୍ଟ ସିରିଜ ୧-୧ରେ ଶେଷ ହୋଇଛି ।

ଭାରତ ଆଗରେ ବିଜୟ ପାଇଁ ୭୯ ରନର ଲକ୍ଷ୍ୟ ଥିବାବେଳେ ଭାରତ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୨୮ ରନ କରିଥିବାବେଳେ ରୋହିତ ଶର୍ମା ୧୭ ରନ କରିଥିଲେ । ବିରାଟ କୋହଲି ୧୨ ରନ କରି ଆଉଟ ହୋଇଥିଲେ ।

ଆଜି (ଗୁରୁବାର )ମ୍ୟାଚର ୨ୟ ଦିନରେ ଦକ୍ଷିଣ ଆଫ୍ରିକା ନିଜର ଗତ କାଲିର ସ୍କୋର ୬୨/୩ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଏଇଡେନ ମାର୍କରାମ ଏକାକୀ ଭାରତୀୟ ବୋଲରଙ୍କ ସହ ଲଢେଇ କରି ଶତକ ଅର୍ଜନ କରିଥିଲେ । କିନ୍ତୁ ତାଙ୍କ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବେଶୀ ସମୟ ଛିଡ଼ା ହୋଇପାରିନଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୬ଟି ଓ୍ବିକେଟ ନେଇଥିବାବେଳେ ମୁକେଶ କୁମାର ୨ଟି ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ମାତ୍ର ୫୫ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ ୬ଟି ଓ୍ବିକେଟ ନେଇଥିଲେ । ଏହା ପରେ ଭାରତ ନିଜର ପ୍ରଥମ ଇନିଂସରେ ୧୫୩ ରନରେ ଅଲଆଉଟ ହୋଇଯାଇଥିଲା  । ଫଳରେ ଭାରତ ୯୮ ରନରେ ଆଗୁଆ ରହିଥିଲା ।




Related Articles

Leave a Reply

Your email address will not be published. Required fields are marked *

Back to top button