ଓ୍ବାଘା ସୀମା ପର୍ଯ୍ୟନ୍ତ ଅଭିନନ୍ଦନଙ୍କ ସହ ଆସିଥିବା ମହିଳା କିଏ

ଦେଶ ବିଦେଶ ନ୍ୟୁଜ୍

Image result for abhinandan

ନୂଆଦିଲ୍ଲୀ/ଇସଲାମାବାଦ: ପାକିସ୍ତାନ କବଜାରେ ଥିବା ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଶୁକ୍ରବାର ଭାରତ ଫେରିଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କୁ ନେଇ ଆଲୋଚନା ଥମୁନାହିଁ। ଯେତେବେଳେ ସେ ପାକିସ୍ତାନରୁ ଭାରତ ଫେରିଲେ ସେତେବେଳେ ଓ୍ବାଘା ସୀମାରେ ତାଙ୍କ ସହ ଜଣେ ମହିଳାଙ୍କୁ ଦେଖିବାକୁ ମିଳିଥିଲା। ଏବେ ପ୍ରଶ୍ନ ଉଠୁଛି ଏହି ମହିଳା ଜଣକ କିଏ। ତେବେ ସେ ହେଉଛନ୍ତି ପାକିସ୍ତାନର ବହିର୍ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀ ଡ. ଫାରେହା ବୁଟ୍ଟୀ। ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ମାମଲାର ସେ ଜଣେ ମୁଖ୍ୟ ଅଧିକାରୀ। ଏମିତିକି ସେ ପାକିସ୍ତାନରେ ବନ୍ଦୀଥିବା କୁଳଭୂଷଣ ଯାଦବଙ୍କ ମାମଲାର ମଧ୍ୟ ଦେଖାରଖା କରୁଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଯେତେବେଳେ ଅଭିନନ୍ଦନ ଭାରତ ଫେରୁଥିଲେ ସେତେବେଳେ ଫାରେହା ତାଙ୍କ ସହ ଓ୍ବାଘା-ଅଟାରି ସୀମା ପର୍ଯ୍ୟନ୍ତ ଚାଲି ଚାଲି ଆସିଥିଲେ।

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.