ଉପର ବରୁଆଁରେ ନୂଆ ଆଲୋକର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

news ଓଡିଶା ନୂଆ ଆଲୋକ ନ୍ୟୁଜ୍

20.01.2022-ଆଜି ନୂଆ ଆଲୋକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆନୁକୁଲ୍ୟରେ ଯାଜପୁର ସଦର ସ୍ଥିତ ଉପର ବରୁଆଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଯାଜପୁର ସଦର ଥାନା ଅଧିକାରୀ ମାନସ ରଂଜନ ଚକ୍ର , ବିଶିଷ୍ଠ ଶିକ୍ଷାବିତ୍ ପଦ୍ମଲୋଚନ ନାୟକ ଓ ବାଦଲ କୁମାର ମହାପାତ୍ର ଆନୁଷ୍ଠାନିକ ଭାବେ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କୁ ଉଦ୍ଘାଟନ କରିଥିଲେ । ଯାଜପୁର ବ୍ଲଡ ବ୍ୟାଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଆହୁତ କରାଯାଇଥିଲା ।

ନୂଆ ଆଲୋକ ତାର ସଦସ୍ୟ ସଦସ୍ୟାଙ୍କ ରକ୍ତ ମଜାରେ ସ୍ୱେଚ୍ଛାସେବାର ମହା ମନ୍ତ୍ର ବୁଣିସାରିଛି ବୋଲି ଅନଷ୍ଠାନର ସଭାପତି ଶରତ କୁମାର ଜେନା ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଅନ୍ୟତମ ସଦସ୍ୟ ବିକାଶ କୁମାର ସେନାପତି ଜନ୍ମଦିନରେ ପାଳିତ ହେଉଥିବା କଥା ନୂଆ ଆଲୋକ ର୍ପକାସ କରିଛି ।

ଯେଉଁ ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନେ ନିଜର ଖୁସିକୁ ସମାଜର ନିଷ୍ପେସିତ ଜନତାଙ୍କ ସ୍ୱାର୍ଥରେ ଲଗାଏ , ସେଥି ପାଇଁ ଏହି ଅନୁଷ୍ଠାନର ସମସ୍ତ କାର୍ଯ୍ୟକ୍ରମ ନିଆରା ବୋଲି ଥାନା ଅଧିକାରୀ ଶ୍ରୀଯୁକ୍ତ ଚକ୍ର ପ୍ରକାଶ କରିଛନ୍ତି ।

ଯାଜପୁର ବ୍ଲଡ ବ୍ୟାଙ୍କ ତରଫରୁ ଅବିନାଶ ଦାସ, ପ୍ରଭାସ ରଂଜନ ପଣ୍ଡା, ହୃଷିକେଶ ଜେନା ଓ ତରୁଣ କୁମାର ନାୟକ ଯୋଗଦାନ କରିଥିଲେ । ଏତ୍‌ଦ ଭିନ୍ନ ଉପର ବରୁଆଁ ଗ୍ରାମର ଯୁବ ବଂଧୁ ମାନେ କାର୍ଯ୍ୟକ୍ରମର ସଫଳତା ପାଇଁ ନିଜର ସହଯୋଗ ରଖିଥିଲେ । ସେଥି ପାଇଁ ଏହି ଯୁବ ବନ୍ଧୁ ମାନଙ୍କୁ ନୂଆ ଆଲୋକ ନିଜର କୃତଜ୍ଞତା ଜଣାଇଛି । ତେବେ ଏହି ରକ୍ତଦାନ ଶିବିରରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାର ଜଣା ଯାଇଛି ।

Watch: Laxmi Mobile Store For Phone Repair

Loading...
Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.