ନୂଆଦିଲ୍ଲୀ: ଡେଟିଙ୍ଗ୍ ସୁବିଧା ପାଇଁ ଫେସ୍ବୁକ୍ କେତେଗୁଡ଼ିଏ ଫିଚର୍ ସିରିଜ୍ର ବ୍ୟବସ୍ଥା କରୁଛି ବୋଲି ମଙ୍ଗଳବାର ଦିନ ସିଇଓ ମାର୍କ ଜୁକର୍ବର୍ଗ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ସେବା ବ୍ୟବହାରକାରୀଙ୍କ ଇଚ୍ଛାଧୀନ ରହିବ ଏବଂ ବ୍ୟକ୍ତିମାନଙ୍କର ଗୋପନୀୟତା ସଂରକ୍ଷିତ ରଖିବାକୁ ବ୍ୟବହାରକାରୀଙ୍କ ବନ୍ଧୁମାନଙ୍କୁ ଦୃଶ୍ୟ ହେବ ନାହିଁ। ଏ ବର୍ଷ ଶେଷ ଆଡ଼କୁ ଏହାର ପରୀକ୍ଷଣ ଆରମ୍ଭ ହେବ। କମ୍ପାନିର ଡେଭେଲପର୍ସ କନ୍ଫରେନ୍ସ ‘ଏଫ୍ଏଇଟ୍’ରେ ଜୁକର୍ ବର୍ଗ କହିଲେ ଯେ ଏହା ଦୀର୍ଘସୂତ୍ରୀ ସମ୍ପର୍କ ଉପରେ ଧ୍ୟାନ ଦେବ, କଦବା କ୍ୱଚିତ୍ ସମ୍ପର୍କ ପାଇଁ ନୁହେଁ। ବାସ୍ତବ ସମ୍ପର୍କ ସୃଷ୍ଟି ପାଇଁ ଲୋକଙ୍କୁ ସାହାଯ୍ୟ କରିବା ନିମନ୍ତେ ଆମେ ଧ୍ୟାନ ଦେଉଛୁ। ବୋଧହୁଏ ଏଇଟା ହେବ ସବୁଠୁ ବାସ୍ତବ।
ଆଗ୍ରହୀ ବ୍ୟବହାରକାରୀମାନେ ଡେଟିଙ୍ଗ୍ ପ୍ରୋଫାଇଲ୍ ସେଟ୍ ଅପ୍ କରି ପାରିବେ। ଏଇଟା ସେମାନଙ୍କର ମେନ୍ ଫେସ୍ବୁକ୍ ପ୍ରୋଫାଇଲ୍ ଠାରୁ ଭିନ୍ନ ରହିବ। ଏଥିରେ କେବଳ ବ୍ୟବହାରକାରୀମାନଙ୍କ ନାମର ପ୍ରଥମ ଅଂଶ ରହିବ। ଡେଟିଙ୍ଗ୍ ଆପ୍ର ବ୍ୟବହାରକାରୀମାନେ ସେମାନଙ୍କ ଆଖପାଖର ଘଟଣାବଳୀ ବ୍ରାଉଜ୍ କରିପାରିବେ, ଇଭେଣ୍ଟ୍ ଆଟେଣ୍ଡ୍ କରୁଥିବା ଅନ୍ୟ ବ୍ୟବହାରକାରୀମାନଙ୍କର ପ୍ରୋଫାଇଲ୍ ଚେକ୍ କରି ପାରିବେ ଏବଂ ଆଗ୍ରହୀ ବ୍ୟକ୍ତିବିଶେଷଙ୍କ ସଂଗେ ନିରୋଳାରେ ଚାଟିଙ୍ଗ୍ କରି ପାରିବେ।
ଜୁକର୍ବର୍ଗ ଉଲ୍ଲେଖ କରିଥିଲେ କି, ଫେସ୍ବୁକ୍ରେ ଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨୦୦ ନିୟୁତ ଏକାକୀ ଥିବାର ଜଣାପଡ଼ିଛି। ଏହାଛଡ଼ା ଆମେରିକାର ପ୍ରତି ୩ଟି ବାହାଘରରୁ ଗୋଟିଏ ଅନ୍ଲାଇନ୍ରୁ ଆରମ୍ଭ ହୋଇଥାଏ।
- 31Shares