ଟୁର୍‌ରେ ଯାଉଥିଲେ, ଏଥି ପ୍ରତି ଧ୍ୟାନ ଦିୟନ୍ତୁ ନିଶ୍ଚିତ

ଜୀବନଚର୍ଯ୍ୟା

ପ୍ରଥମେ ଟୁର୍‌କୁ ଯାଉଥିବା ସ୍ଥାନ ବିଷୟରେ ସମ୍ପୂର୍ଣ୍ଣ ଅବଗତ ହୁଅନ୍ତୁ। ଅଧିକ ଲୁଗାପଟା ପ୍ୟାକିଂ କରନ୍ତୁ ନାହିଁ। ଯେଉଁ ସ୍ଥାନକୁ ବୁଲିବାକୁ ଯାଉଛନ୍ତି, ସେଠାକାର ଜଳବାୟୁ ବିଷୟରେ ଜାଣନ୍ତୁ। ଏଥିପାଇଁ ଇଣ୍ଟରନେଟ୍‌ର ସାହାଯ୍ୟ ନେଇ ନିଜକୁ ପ୍ରସ୍ତୁତ ରଖିପାରିବେ।ସାଙ୍ଗରେ ସ୍ମାର୍ଟଫୋନ୍‌ ନେବାକୁ ଭୁଲନ୍ତୁ ନାହିଁ। ବିଭିନ୍ନ ତଥ୍ୟ ପାଇବାରେ ଏହା ଆପଣଙ୍କର ବେଶ୍‌ କାମରେ ଆସିବ। ଅଫିସ୍‌ ବା ଘରର କୌଣସି କାମ ଫୋନ୍‌ ଦ୍ୱାରା ମଧ୍ୟ ସମାଧାନ କରିପାରିବେ। ଟୁର୍‌ରେ ଯିବା ପାଇଁ ଅନ୍‌ଲାଇନ୍‌ ଟ୍ରେନ୍‌, ପ୍ଲେନ୍‌ ବା ହୋଟେଲ୍‌ ବୁକ୍‌ କଲାବେଳେ ବିଭିନ୍ନ ଓ୍ବେବସାଇଟ୍‌ ଟାଲି କରନ୍ତୁ। ଅଧିକ ଡିସ୍‌କାଉଣ୍ଟ୍‌ ଦେଉଥିବା ଓ୍ବେବ୍‌ସାଇଟ୍‌ ବାଛନ୍ତୁ।ପାସ୍‌ପୋର୍ଟ ରିନ୍ୟୁ ହୋଇଛି କି ନାହିଁ ଚେକ୍‌ କରିନିଅନ୍ତୁ। ଅଧିକାଂଶ ଦେଶରେ ପାସ୍‌ପୋର୍ଟ ସହ ଭିଜା ଆବଶ୍ୟକ ପଡିଥାଏ।ବିନା କରେନ୍ସିରେ ବିଦେଶ ଯିବା ସମ୍ଭବ ନୁହେଁ। ତେଣୁ ବ୍ୟାଙ୍କ ଆପଣଙ୍କୁ ଯେଉଁ କ୍ରେଡିଟ୍‌ ବା ଡେବିଟ୍‌ କାର୍ଡ ଦେଇଛି, ତାହା ଦ୍ୱାରା ବିଦେଶରେ ଆପଣଙ୍କ ପାଇଁ ସେଠାକାର କରେନ୍ସି ଉଇଥ୍‌ ଡ୍ର କରିପାରିବ କି ନାହିଁ ଜାଣନ୍ତୁ।ଚାର୍ଜର, ଆଡପ୍ଟର, କ୍ୟାମେରା ସାଙ୍ଗରେ ନେବାକୁ ଭୁଲନ୍ତୁ ନାହିଁ। ଟୁର୍‌ ପାଇଁ ଏୟାରପୋର୍ଟ ଯିବାକୁ ହେଲେ ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଘରୁ ବାହାରନ୍ତୁ। କାରଣ ସେଠାରେ ଆପଣଙ୍କୁ କରେନ୍ସି ଚେଞ୍ଜ୍‌ କରିବା ସହ ଲଗେଜ୍‌ ଚେକିଂ କରାଇବାକୁ ହେବ।

Loading...
Loading...
Share It
  • 7
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.