କରୋଲିନା: ସାମୁଦ୍ରିକ ତୋଫାନ୍ ଫ୍ଲୋରେନ୍ସ ଶୁକ୍ରବାର ସୁଦ୍ଧା ସ୍ଥଳଭାଗ ଛୁଇଁଛି। ଶନିବାର ସକାଳ ସୁଦ୍ଧା ଏହାର ପ୍ରଭାବରେ ଅଧିକାଂଶ ଅଞ୍ଚଳରେ ବନ୍ୟା ଆସିବା ସହ ପ୍ରାୟ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ଦକ୍ଷିଣ କରୋଲିନାର ରାଇଟ୍ସଭିଲେ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା। ଅବଶ୍ୟ ଏହାକୁ ନେଇ ପୂର୍ବରୁ ସତର୍କ ସୂଚନା ଜାରି କରାଯିବା ସହ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଏହାପରେ ମଧ୍ୟ ଶନିବାର ସକାଳର ପବନରେ ଗଛ ପଡି ମାଆଝିଅଙ୍କ ମୃତ୍ୟୁ ହାଇଥିଲା। ଏଥିରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି। ତେବେ ଘରୁ ନ ବାହାରିବାକୁ ଲୋକମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଏହା ଆଗକୁ ଆହୁରି ଅଧିକ କ୍ଷୟକ୍ଷତି କରିବ ବୋଲି ଅନୁମାନ କରାଯାଉଛି।
Share It