ନୂଆଦିଲ୍ଲୀ,୨୭।୯: ବହୁ ପ୍ରତୀକ୍ଷାର ଆନ୍ତଘଟାଇଛି .ସୁପ୍ରିମ୍କୋର୍ଟ ଙ୍କ ଗୁରୁତ୍ୱପୂର୍ଣ ରାୟ , ଫଳରେ ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ଭିନ୍ନ ମୋଡ ନେଇଛି । ନମାଜ ପାଠ ପାଇଁ ମସଜିଦ୍ର ଆବଶ୍ୟକତା ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ରାୟ ଦେଇଛନ୍ତି। ଏହି ମାମଲାର ବିଚାର ବଡ଼ ଖଣ୍ଡପୀଠରେ ହେବାର ଜରୁରୀ ନାହିଁ। ମସଜିଦ୍ରେ ନମାଜ ପାଠ ପ୍ରସଙ୍ଗ ସାମ୍ବିଧାନିକ ବେଞ୍ଚ୍କୁ ଦିଆଯିବାର ଆବଶ୍ୟକତା ନାହିଁ ବୋଲି ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ସୂଚିତ କରିଛନ୍ତି। ୧୯୯୪ ରାୟର ପୁନର୍ବିଚାରର ଆବଶ୍ୟକତା ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଏହା ଦ୍ୱାରା ଅଯୋଧ୍ୟା ଟାଇଟଲ୍ ସୁଟ୍ ପାଇଁ ପଥ ପରିଷ୍କାର ହୋଇଛି। ଅଯୋଧ୍ୟା ଟାଇଟଲ୍ ସୁଟ୍ ମାମଲାର ଶୁଣାଣି ଅକ୍ଟୋବର ୨୯ରୁ ହେବ ବୋଲି ଅଦାଲତ କହିଛନ୍ତି। ସୂଚନାଯୋଗ୍ୟ, ୨୪ ବର୍ଷ ତଳେ ୧୯୯୪ରେ ଏହି ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ ସୂଚିତ କରିଥିଲେ ଯେ, ନମାଜ ପାଠ ପାଇଁ ମସଜିଦ୍ ଜରୁରୀ ନୁହେଁ। ପ୍ରଧାନ ବିଚାରପତି ଶ୍ରୀଯୁକ୍ତ ମିଶ୍ର ଆଉ କିଛି ଦିନପରେ ତାଙ୍କର କାର୍ଯ୍ୟ ରୁ ଅବସର ନେବେ , ତପୂର୍ବରୁ ସେ ଅନ୍ୟୁନ ୫ ଗୋଟି ଗୁରୁତ୍ୱପୂର୍ଣ ରାୟ ଶୁଣାଣି କରିବାର ଥିଲା , ତାମଧ୍ୟରୁ ଏହା ଗୋଟିଏ ବୋଲି ଜଣା ପଡିଛି .

ସୁପ୍ରିମ୍କୋର୍ଟଙ୍କ ଗୁରୁତ୍ୱପୂର୍ଣ ରାୟ : ନମାଜ ପାଠ ପାଇଁ ମସଜିଦ୍ର ନାହିଁ ଆବଶ୍ୟକତା:
Loading...
Loading...
Share It