ସୁନ୍ଦରୀ ବଡ଼ି ବିଲଡରଙ୍କୁ ନେଇ ଚର୍ଚ୍ଚା

ଦେଶ ବିଦେଶ
Image result for europa bhowmikପୁଅମାନେ ନିଜ ଶରୀରକୁ ସୁସ୍ଥ ତଥା ସୁନ୍ଦର ରଖିବା ପାଇଁ ଜିମ୍‌ ଯାଇଥାନ୍ତି। ବିଭିନ୍ନ ବ୍ୟାୟାମ ମଧ୍ୟ କରନ୍ତି। ତେବେ ଏବେ ଝିଅମାନେ ମଧ୍ୟ ବଡି ବିଲ୍ଡିଂକୁ ଦେଉଛନ୍ତି ଗୁରୁତ୍ୱ। ଜଣେ ସୁନ୍ଦରୀ ବଡି ବିଲଡରଙ୍କୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ସୁନ୍ଦରୀ ବଡି ବିଲଡର ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ରାଜଧାନୀ କୋଲକତାରେ ବାସ କରୁଥିବା ୧୮ ବର୍ଷ ବୟସ୍କା ୟୁରୋପା ଭୌମିକ୍‌। ନିଜର ବଡିଫିଟନେସ୍‌ ପାଇଁ ଦେଶ ବିଦେଶରେ ତାଙ୍କର ରହିଛି ଲୋକପ୍ରିୟତା। ଛୋଟବେଳୁ ସେ ବଡି ବିଲଡର ହେବାକୁ ଚାହୁଁଥିଲେ। ୨୦୧୬ରେ ଅନୁଷ୍ଠିତ ହୋଇଥିବା ମିସ୍‌ ଇଣ୍ଡିଆ ବଡି ବିଲଡର ପ୍ରତିଯୋଗିତାରେ ସେ ହାସଲ କରିଥିଲେ ତୃତୀୟ ସ୍ଥାନ । ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ଅନେକ ତାଙ୍କୁ ଫେସ୍‌ବୁକ୍‌ରେ ବିଭିନ୍ନ ସକାରାତ୍ମକ କମେଣ୍ଟ୍‌ ଦେଇଥାନ୍ତି।

Loading...
Share It
  • 7
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.