ମେଷ:-
ଆଜି ରବି ପାପଗ୍ରହ କେତୁ ନକ୍ଷତ୍ରସ୍ଥ ହେତୁ ଠିକ୍ ନିଷ୍ପତ୍ତି ନେବାରେ ଅସୁବିଧାର ସମ୍ମୁଖୀନ ହେବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହୋଇପାରନ୍ତି। ସାମାଜିକ ସ୍ତରରେ ବିଜ୍ଞ ବ୍ୟକ୍ତିମାନେ ଆପଣଙ୍କର ନିଃସ୍ବାର୍ଥପର କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରିବେ।

ବୃଷ:-
ଚନ୍ଦ୍ର ଚତୁର୍ଥାଧିପ ରବିଙ୍କ ନକ୍ଷତ୍ରରେ ରହି ଷଡାଷ୍ଟକ ସ୍ଥିତି ଜନିତ ସ୍ବାସ୍ଥ୍ୟ ଭଲ ରହିବ । ମାତ୍ର ପାରିବାରିକ ସମସ୍ୟା ବିଜଡିତ ହେତୁ ମାନସିକ ସ୍ଥିରତା କେତେକାଂଶରେ ବ୍ୟାହତ ହୋଇପାରେ। ଅବଶ୍ୟ ଆପଣଙ୍କ ପ୍ରତି ନିକଟ ସମ୍ପର୍କୀୟମାନେ ସହାନୁଭୂତି ପ୍ରକାଶ କରିବେ। ଖର୍ଚ୍ଚ ପରିମାଣ ବିଶେଷ ବୃଦ୍ଧି ପାଇବା ହେତୁ ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ।

ମିଥୁନ:-
ଷଷ୍ଠ ଏକାଦଶାଧିପତି ମଙ୍ଗଳ ସପ୍ତମସ୍ଥ ହେତୁ ବ୍ୟବସାୟରେ କଳହ, ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି କିମ୍ବା ମତାନ୍ତର ଜନିତ ଅଶାନ୍ତ ରହିବେ। ବାଧ୍ୟବାଧକତାରେ କୌଣସି କାମ ଆରମ୍ଭ କରିବାକୁ ମନସ୍ଥ କରି ବନ୍ଧୁମାନଙ୍କ ପରାମର୍ଶ ନେଇପାରନ୍ତି। ଜରୁରୀ କାମ ସକାଶେ ପ୍ରତୀକ୍ଷା କରିଥିବା ବନ୍ଧୁଟିକୁ ନିର୍ଦ୍ଦିଷ୍ଟ ସମୟରେ ଖୋଜି ନ ପାଇବାରୁ ବ୍ୟସ୍ତ ହୋଇ ପଡ଼ିବେ।

କର୍କଟ:-
ରାଶ୍ୟାଧିପ ତୃତୀୟସ୍ଥ ହେତୁ ଆଜି ଯେଉଁ କାମ କରନ୍ତୁ ନା କାହିଁକି, କୌଣସି କ୍ଷେତ୍ରରେ ଅସୁବିଧା ରହିବ ନାହିଁ। ବନ୍ଧୁମାନଙ୍କ ସହ ଆଲୋଚନା, ପରିବହନ, ଲୋକସମ୍ପର୍କ, ସଭାସମିତି କ୍ଷେତ୍ରରେ ପ୍ରାଥମିକ ଅବସ୍ଥାରେ ସାମାନ୍ୟ ହଲ୍ଚଲ ସୃଷ୍ଟି ହୋଇପାରେ ା ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ ।

ସିଂହ:-
ଉଚ୍ଚସ୍ଥ ରବିଙ୍କ ପ୍ରଭାବରୁ ଆନୁଷଙ୍ଗିକ ସହଯୋଗ ଓ ବିଶିଷ୍ଟବକ୍ତିଙ୍କ ଅନୁକମ୍ପା ଲାଭକରି ଅଭିଳାଷକୁ ପୂରଣ କରିବାରେ ସମର୍ଥ ହେବେ। ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍ ଦେଲେ ଦିନଟି ପ୍ରାୟତଃ ଖୁସିରେ ଅତିବାହିତ ହେବ। ସ୍ବାସ୍ଥ୍ୟ ଭଲ ରହିବ ଏବଂ ପାରିବାରିକ କ୍ଷେତ୍ରରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ।

କନ୍ୟା:-
ରାଶିରେ ଚନ୍ଦ୍ର ଓ ରାଶ୍ୟାଧିପଙ୍କ ପୂର୍ଣ୍ଣ ଦୃଷ୍ଟିପାତ ଜନିତ ମନ ଅନୁଯାୟୀ କାମକରି ଆଶା ପୂରଣ କରିପାରିବେ। ଧନସ୍ଥାନରେ ବୃହସ୍ପତି ରହି ଆପଣଙ୍କ ବିଚାରଧାରାର ଉପସ୍ଥାପନାକୁ ସୁନିୟନ୍ତ୍ରିତ କରି ପ୍ରଶଂସାର ପାତ୍ର କରିପାରନ୍ତି। ନିର୍ମାଣ, ପ୍ରଶାସନ, ମାଲିମକଦ୍ଦମା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ । ମାଙ୍ଗଳିକ କାମରେ ଯୋଗଦେବେ।

ତୁଳା:-
ଶୁକ୍ର ନିଜ ଗୃହରେ ଅବସ୍ଥାନ କରି ରବି ନକ୍ଷତ୍ରସ୍ଥ ହୋଇ ସମ୍ମ୍ୁଖଭାଗରେ ଥିବାରୁ ପଦସ୍ଥବ୍ୟକ୍ତିଙ୍କ ପୃଷ୍ଠପୋଷକତା ଲାଭ କରିପାରିବେ। ଅର୍ଥ, ସମ୍ମାନ ଓ ପ୍ରତିଷ୍ଠା ସାଙ୍ଗକୁ ସାମାଜିକ ସ୍ଥିତି ଉନ୍ନତି ରହିବ। ସଭାସମିତି, ଲେଖାପଢ଼ା, ଆଲୋଚନା, ଲୋକସମ୍ପର୍କ, ଆନୁଷ୍ଠାନିକ କାମ, ଯୋଗାଯୋଗରେ ଉନ୍ନତମାନର ଫଳ ମିଳିବ।

ବିଛା:-
ରବିଙ୍କ ନକ୍ଷତ୍ରରେ ମଙ୍ଗଳ ଧନସ୍ଥାନରେ ପ୍ରଚୁର ଅର୍ଥ, ଗୃହୋପଯୋଗୀ ଜମିଜମା, ଯାନ୍ତ୍ରିକ ଜିନିଷ ପ୍ରଦାନ କରିପାରନ୍ତି। ବ୍ୟବହାରରେ ବ୍ୟତିକ୍ରମ କୌଣସି ସମସ୍ୟା ଆନୟନ କରିପାରେ। ପୂର୍ବସମସ୍ୟା ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇଯିବ। ବ୍ୟବସାୟିକ ସ୍ଥିତି ସଂଘର୍ଷପୂର୍ଣ୍ଣ ହେବାର ସୂଚନା ରହିଛି।

ଧନୁ:-
ଭାଗ୍ୟାଧିପତିଙ୍କ ଉଚ୍ଚାବସ୍ଥାନ ପ୍ରତ୍ୟେକ ସଫଳତାର ଚାବିକାଠି ଭଳି କାମ କରିବ। ଯାହା ଚାହିଁବେ ତାହା ଅଚିରେ କରିପାରିବେ ଓ ଚେଷ୍ଟା କଦାପି ନିଷ୍ଫଳ ହେବନାହିଁ। ରାଜନୀତି, ସଭାସମିତି, ପ୍ରଶାସନ, ସଂଗଠନ, ବିବାଦୀୟ ସ୍ଥିତିରେ ସଫଳତା ପାଇବେ। କିନ୍ତୁ ମନ ସର୍ବଦା ଗରମ ରହିବ ଓ ପରୋକ୍ଷ ଶତ୍ରୁତାକୁ ଏଡି ହେବନାହିଁ।

ମକର:-
ମିତ୍ର ଶୁକ୍ରଙ୍କ ନକ୍ଷତ୍ର୍ରରେ ଶନି ଅବସ୍ଥାନ କରି ବିକର୍ଷଣ ଓ ସମସ୍ୟାକୁ ସାମାନ୍ୟ କୋହଳ କରିପାରନ୍ତି। କାମରେ ଅସ୍ଥିରତା ସୃଷ୍ଟି ହେଲେ ସୁଦ୍ଧା ଅନ୍ୟାନ୍ୟ କେତେକ ଦୃଷ୍ଟି କୋଣରୁ ମନ୍ଦ ହେବନି । ଅସମର୍ଥିତ ସୂତ୍ରରୁ ଆକସ୍ମିକ ଭାବରେ ଅଶୁଭ ଖବର ପାଇ ବିଚଳିତ ହୋଇପାରନ୍ତି। ଶିକ୍ଷା, ଆଲୋଚନା, ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ମିଳିବ।

କୁମ୍ଭ:-
ଅପ୍ରିୟସତ୍ୟ ପ୍ରକାଶକରି ବିବାଦୀୟ ସମସ୍ୟାର ସମାଧାନ ସାଙ୍ଗକୁ ବନ୍ଧୁମାନଙ୍କ ମନରେ ନୂତନ ପ୍ରେରଣା ଓ ଉତ୍ସାହ ଭରି ଦେଇପାରନ୍ତି। ସାମୟିକ ପରିବାରରେ ଅଶାନ୍ତି ପୂର୍ବପରି ଲାଗିରହୁଥିବା କାରଣରୁ ମାନସିକ ସୁସ୍ଥତା ରହି ନ ପାରେ। ଗୃହ,ଭୂମି, କଚେରି ମାମଲା କିମ୍ବା ଗାଡ଼ିମୋଟର ସମ୍ପର୍କିତ କାମରେ ସଫଳତା ପାଇପାରିବେ।
ମୀନ:-
ବକ୍ରୀ ବୃହସ୍ପତି ରାଶିରେ ଅଷ୍ଟମସ୍ଥ ରହି ଅର୍ଥ, ଜମିଜମା, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ପ୍ରଭାବିତ କରିପାରନ୍ତି। ଫଳତଃ କେତେକ ବ୍ୟତିକ୍ରମ ସାଙ୍ଗକୁ ନିଜ ପରିବାରରୁ ଆଶାନୁରୂପ ସ୍ନେହ, ସହାନୁଭୂତି ପାଇବା କମିଯାଇପାରେ । କୌଣସି ବଡ଼ ଧରଣର ରୋଗ ନ ଥାଇ ମଧ୍ୟ କ୍ରନିକରୋଗରେ ସାମାନ୍ୟ ପୀଡାନୁଭବ କରିପାରନ୍ତି।
- 51Shares