ବାଲିଆପାଳ ୧/୮:- ବାଲିଆପାଳରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ କାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ ସମୟରେ ଉଭୟ ସରକାର ଓ ପ୍ରଶାସନକୁ ଦାବିପତ୍ର ଦିଆଯାଇ ଥିବାବେଳେ ସୋମବାର ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟିର ପକ୍ଷରୁ ସୁବର୍ଣ୍ଣରେଖା ବନ୍ଦର କାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ ବାଲିଆପାଳ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟିର ସଭାପତି ବିଧାନ ଜେନାଙ୍କ ନେତୃତ୍ବରେ ବାଲିଆପାଳ ବ୍ଲକର ବିଭିନ୍ନ ଅଂଚଳରୁ ଚାଳିଶ ପଚାଶ ଜଣ ଯୁବକ ବାଲିଆପାଳ ବ୍ଲକ ସମ୍ମୁଖରୁ ଦିନ ୧ ଟା ସମୟରେ ଏକ ଶୋଭା ଯାତ୍ରାରେ ବାହାରି ଥିଲେ। ବନ୍ଦର ବିରୋଧୀ ଙ୍କୁ ହାଇ ହାଇ ନାରା ବାଜି ଦେବା ସହିତ ବାଲିଆପାଳର ବିକାଶ ଓ ବନ୍ଦରରେ ନିଯୁକ୍ତି ଆମର ଦାବି ନେଇ ବାଲିଆପାଳ ତହସିଲ ସମ୍ମୁଖ ରେ ପହଞ୍ଚି ଥିଲେ। ସେଠାରେ ରେ କିଛି ସମୟ ପଥ ପ୍ରାନ୍ତ ସଭା କରଯାଇଥିଲା। ସଭା ଶେଷରେ ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟିର ସଭାପତି ବିଧାନ ଜେନା ଙ୍କ ସହିତ କମିଟିର ଅନ୍ୟ ସଦସ୍ୟ ମାନେ ତହସିଲ ପରିସରରେ ଥିବା ତହସିଲଦାରଙ୍କ ଦପ୍ତରରେ ବାଲିଆପାଳ ବିଡ଼ିଓ ଦୀପକ କୁମାର ଦାସଙ୍କୁ ଏକ ଦାବି ପତ୍ର ପ୍ରଦନ କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ବାଲିଆପାଳ ଥାନା ଭରପ୍ରାପ୍ତ ଅଧିକାରୀ ସୁବ୍ରତ ବେହେରା ଏକ ପ୍ଲାଟୁନ ଫୋର୍ସ ସହିତ ସୁବର୍ଣ୍ଣରେଖା ବନ୍ଦର ସପକ୍ଷବାଦୀ ଆନ୍ଦୋଳନ କାରୀଙ୍କ ସହିତ ବ୍ଲକ ଛକରୁ ତହସିଲ ଅଫିସ ପର୍ଯ୍ୟନ୍ତ ରହି ଆଇନ ଶୃଙ୍ଖଳା ପ୍ରତି ନଜର ରଖିବା ସହିତ ଦାବିପତ୍ର ପ୍ରଦାନ ସମୟରେ ଦପ୍ତରରେ ମଧ୍ୟ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି , ବନ୍ଦର ଅଞ୍ଚଳର ଲୋକମାନେ ବନ୍ଦର କୁ ବିରୋଧ କରି ଦୀର୍ଘ ଦିନ ଧରି ଆନ୍ଦୋଳନ ଜାରି ରଖି ଥିବା ବେଳେ ଏବେ ବନ୍ଦର ସପକ୍ଷବାଦୀ ମାନେ ନିରୁପିତ ଜାଗା ରେ ବନ୍ଦର ହେଉ ବୋଲି ଆନ୍ଦୋଳନ କରୁଛନ୍ତି।(
