ଡେଙ୍ଗୁରେ ପୀଡିତ ଶ୍ରଦ୍ଧା
ମୁମ୍ବାଇ: କମେଡି କୁଇନ ଭାରତୀଙ୍କ ପରେ ଏବେ ବଲିଉଡରର ଆଉ ଜଣେ ଅଭିନେତ୍ରୀ ଡେଙ୍ଗୁ ରୋଗରେ ପୀଡିତ ଅଛନ୍ତି । ସେ ହେଲେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କାପୁର ।
ବିଗତ କିଛି ଦିନରୁ ସେ ସାଇନାଙ୍କ ବାୟୋପିକର ସୁଟିଙ୍ଗରେ ବ୍ୟସ୍ତ ଥିବା ବେଳେ ନିକଟରେ ଏହାର ସୁଟିଙ୍ଗକୁ ରୋକା ଯାଇଛି । ତେବେ ପୁର୍ବ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଠିକ୍ ନଥିବା କହୁଥିଲେ ସେ । ଡାକ୍ତରୀ ପରୀକ୍ଷା କରିବା ପରେ ତାଙ୍କୁ ଡେଙ୍ଗୁ ହେଇଥିବା ପ୍ରକାଶ ପାଇଥିଲା । ବର୍ତ୍ତମାନ ଡାକ୍ତର ତାଙ୍କୁ ସଂପୁର୍ଣ୍ଣ ବିଶ୍ରାମ କରିବାକୁ ପରାମର୍ଶ ଦେଇଛନ୍ତି । ସମ୍ପୁର୍ଣ୍ଣ ଭାବରେ ସୁସ୍ଥ ହେବା ପରେ ସେ ପୁଣି ଥରେ ସୁଟିଙ୍ଗ ଆରମ୍ଭ କରିବେ ବୋଲି ସୂଚନା ମିଳିଛି ।
Loading...
Share It
- 67Shares