ସୋମବାର, ଆଜିର ରାଶିଫଳ, ୩୦.୦୪.୨୦୧୮

ରାଶିଫଳ

ମେଷ:-

ଆଜି ରାଶିଚକ୍ରରେ ସାତୋଟି ସ୍ଥାନରେ ଗ୍ରହମାନେ ଦାମିନୀ ଯୋଗ ସୃଷ୍ଟିକରି ଆପଣଙ୍କୁ ଉଚ୍ଚାଭିଳାଷୀ, ଅର୍ଥ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଓ ବିଶିଷ୍ଟବ୍ୟକ୍ତିମାନଙ୍କ ସଙ୍ଗଲାଭ କରାଇବେ । ପାରିବାରିକ ଜୀବନ ମନ୍ଦ ନ ହେଲେ ମଧ୍ୟ ଭ୍ରାତୃ ସମ୍ପର୍କରେ ନୂ୍ୟନତା ପରିଲକ୍ଷିତ ହେବ । ପରିବହନରେ ଆକସ୍ମିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ବ୍ୟବସାୟ,ବନ୍ଧୁମିଳନ,ପରିଭ୍ରମଣ ଓ ଆନୁଷ୍ଠାନିକ କାମରେ ଯୋଗଦେଇପାରନ୍ତି ।

ବୃଷ:-

ଶାରୀରିକ ସୁସ୍ଥତା ସାଙ୍ଗକୁ ନୂତନ କର୍ମାରମ୍ଭ ଓ ପ୍ରିୟଜନଙ୍କ ସହ ଯାତ୍ରା ଓ ଭ୍ରମଣ ପ୍ରୀତିଦାୟକ ରହିବ ା ମାତ୍ର ଅଷ୍ଟମସ୍ଥ ଶନି ଓ ମଙ୍ଗଳଙ୍କ ଧନସ୍ଥାନକୁ ଦୃଷ୍ଟ,ି ଧନହାନି,ଜମିଜମା କଳହ ଓ ଚେଷ୍ଟାରେ ବିଫଳତା ଅଶାନ୍ତିକୁ ଆମନ୍ତ୍ରଣ କରିପାରେ ା କର୍ମକ୍ଷେତ୍ରରେ ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର ଜନିତ ଟେନ୍ସନ ଲାଗି ରହିବ ।

ମିଥୁନ:-

ଭୋଗସ୍ଥାନରେ ଶୁକ୍ର ଆପଣଙ୍କୁ ବିଳାସପ୍ରିୟ କରାଇବା ସହ ତତ୍‌ସମ୍ପର୍କିତ ଦ୍ରବ୍ୟ କ୍ରୟ ଦିଗରେ ଅନୁପ୍ରେରିତ କରିପାରେ । ରାଶିପ୍ରତି ଶନିଙ୍କ ଦୃଷ୍ଟି ସ୍ବାସ୍ଥ୍ୟ ସମସ୍ୟାକୁ ଦ୍ୱିଗୁଣିତ କରିବାର ଆଶଙ୍କା ରହିଛି । ଆଜି ଆପଣ ଧର୍ମକାର୍ଯ୍ୟ କରିବା ସକାଶେ ଜଣେ ଅଜଣା ବନ୍ଧୁ ମାର୍ଗଦର୍ଶକ ସାଜିପାରନ୍ତି,ଯାହାକି ଆପଣଙ୍କ ସକାଶେ ହିତକର ହେବ।

Loading...

କର୍କଟ:-

ଉଚ୍ଚାଶଂ ସ୍ଥିତ ଭାଗ୍ୟାଧିପଙ୍କ ସହ ରାଶିପତି ସହ ମିଳିତ ହୋଇ ଆପଣଙ୍କୁ ଭ୍ରାତୃ, ସହକର୍ମୀ, ପାଖପଡ଼ୋଶୀଙ୍କ ସହାନୁଭୂତି ପ୍ରାପ୍ତକରାଇ କାର୍ଯ୍ୟସାଧନରେ ସାହାଯ୍ୟ କରିବ। ନୂତନ ସ୍ଥାନ ପରିଦର୍ଶନ ସହ ସମସ୍ୟା ସମାଧାନରେ ତତ୍ପତ୍ରତା ପ୍ରକାଶକରି ପ୍ରଶଂସିତ ହୋଇପାରନ୍ତି। ପଦସ୍ଥବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଉସତ୍ାହିତ କରାଇବ।

ସିଂହ:-

ଏକାଧାରରେ ଚାରୋଟିଗ୍ରହଙ୍କ ଉଚ୍ଚାବସ୍ଥାନ ଆପଣଙ୍କୁ ପ୍ରତେକ କ୍ଷେତ୍ର୍ରରେ ସଫଳତା ପ୍ରଦାନ କରିବ। ଚତୁର୍ଥସ୍ଥ ପାପଗ୍ରହ ଜନିତ ପାରିବାରିକ କ୍ଷେତ୍ରରେ ନିଜ ଲୋକମାନଙ୍କୁ ସନ୍ଦେହ କରି ଅପ୍ରିୟତା ଅର୍ଜନ କରିପାରନ୍ତି। ବହୁତ ଦିନର ଅପୂରଣୀୟ ଆଶା ଓ ଅବଦମିତ ଇଚ୍ଛା ମନରେ ଆଶଙ୍କା ସୃଷ୍ଟି କରିପାରେ ।

କନ୍ୟା:-

ବୁଧଙ୍କ ଦୁର୍ବଳତା କାରଣରୁ ପୂର୍ଣ୍ଣ ସୁସ୍ଥତା ନ ଥିଲେ ମଧ୍ୟ ନିୟନ୍ତ୍ରିତ ସ୍ଥିତିରେ ରହିବା ହେତୁ ଉପଶମ ଅନୁଭବ କରିବେ। ବନ୍ଧୁ, ପ୍ରିୟଜନ ଓ ପଡ଼ୋଶୀଙ୍କ ସହୃଦୟତା ମନରେ ନୂତନ ଉସତ୍ାହ ଭରିଦେବ। ରବିଙ୍କ ଦ୍ୱାରା ସଂଘଟିତ ବିପରୀତ ରାଜଯୋଗ ସରକାରୀ କାମ, ରାଜନୀତି, ଗବେଷଣା, ପ୍ରଶାସନ ଓ ଅର୍ଥନୈତିକ ସ୍ଥିତିକୁ ମଜ୍‌ଭୁତ କରିପାରେ ।

ତୁଳା:-

ରବି ରଶ୍ମିରେ ଆଲୋକିତ ଚନ୍ଦ୍ର ଓ ବୃହସ୍ପତି ଆପଣଙ୍କୁ ଆରୋଗ୍ୟ,ଋଣ ପରିଶୋଧ ଓ ଶତ୍ରୁମାନଙ୍କ ଚିନ୍ତାଧାରା କ୍ରମଶଃ ବଦଳି ଯାଉଥିବାର ଅନୁଭବ କରିବେ। ବିଶେଷ କିଛି ଅସୁବିଧା ନ ହେଲେ ମଧ୍ୟ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ ହେବ । ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।

ବିଛା:-

ଆଜିର ଚନ୍ଦ୍ର ଦେବଗୁରୁଙ୍କ ପୂର୍ଣ୍ଣ ନିୟନ୍ତ୍ରଣାଧୀନ ହେତୁ ଧର୍ମକାର୍ଯ୍ୟରେ ବ୍ୟୟଗୃହ, ପରିବାରର ଆବଶ୍ୟକତା ପୂରଣ ପାଇଁ ପ୍ରାଧାନ୍ୟ ଦେବେ। ପ୍ରିୟଜନମାନଙ୍କ ସହ ଭ୍ରମଣ ଓ ବନ୍ଧୁମିଳନ ମାଧ୍ୟମରେ ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ। ପ୍ରତ୍ୟେକ କାମ ସୁରୁଖୁରୁରେ ସମ୍ପନ୍ନ ହେବ ମାତ୍ର ଅଫିସ୍‌ କାମର ଜଞ୍ଜାଳ ବଳିଯିବ।

ଧନୁ:-

ରବିଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ ଚନ୍ଦ୍ର ଓ ବୃହସ୍ପତି ସାମଗ୍ରିକ କ୍ଷେତ୍ରରେ ସଫଳତା ପ୍ରଦାନ କରିବ । ଆଶା କରିଥିବା ଜିନିଷ ଅବଶ୍ୟ ପାଇବେ କିନ୍ତୁ ମୂଳା ନକ୍ଷତ୍ରର ମନ ଭଲ ନ ଥିବା କାରଣରୁ କୌଣସି ପ୍ରକାରର ଆନନ୍ଦ ହୃଦୟକୁ ସ୍ପର୍ଶ କରିପାରିବନାହିଁ । ରବିଙ୍କ ସ୍ଥିତିରୁ ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ପ୍ରଶଂସିତ ହେବେ ।

ମକର:-

ଆଜି ସ୍ବଗୃହୀ ଶୁକ୍ର କର୍ମାଧିପତି ହୋଇ କୋଣଭାବସ୍ଥ ଏବଂ ଦଶମସ୍ଥ ଗୁରୁଚାନ୍ଦ୍ରୀ ଯୋଗ ସମସ୍ୟା ବଦଳରେ ସମାଧାନର ପନ୍ଥା ନିର୍ଣ୍ଣୟରେ ସାହାଯ୍ୟ କରିବେ । ବନ୍ଧୁମାନଙ୍କ ସହାୟତାରେ ନିଶ୍ଚିତ ସମସ୍ୟାମୂଳକ ଅସୁବିଧାରୁ ମୁକୁଳି ଯାଇପାରନ୍ତି। ମାତ୍ର ଅସମର୍ଥିତ ସୂତ୍ରରୁ କୌଣସି ଖବର ପାଇ ବିସ୍ମୟାବିଭୂତ ହେବାକୁ ପଡ଼ିପାରେ।

କୁମ୍ଭ:-

ଆଜି ସପ୍ତମାଧିପତି ଉଚ୍ଚସ୍ଥ ଓ ଚନ୍ଦ୍ରଙ୍କ ବିଷମସ୍ଥିତିରେ ରହିଥିବାରୁ ବିବାଦ, ପ୍ରତିଦ୍ୱନ୍ଦ୍ୱିତା, ପଦସ୍ଥ କର୍ମଚାରୀଙ୍କ ନିକଟରୁ ଦୂରେଇ ରହିବା ଭଲ ହେବ। ନିଜ ପରିସରରେ କିମ୍ବା ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣାର ଆଶୁ ସମାଧାନପୂର୍ବକ ଶାନ୍ତିଫେରି ଆସିବ। ବାଣିଜ୍ୟ ଓ ପରିବହନ,ନିର୍ମାଣ ଓ ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହଁ ।

ମୀନ:-

ରବିଙ୍କ ସବଳତା ସାଙ୍ଗକୁ ବୁଧଙ୍କ ଦୁର୍ବଳତା ଅନ୍ୟମାନଙ୍କ ବାଧ୍ୟବାଧକତାକୁ ଇଚ୍ଛା ନ ଥାଇ ମଧ୍ୟ ଗ୍ରହଣ କରିବେ । ପାରିବାରିକ ସ୍ତରରେ ନିଜ ଆମତ୍ୀୟମାନଙ୍କ ବିଚାରଧାରା ଓ କାର୍ଯ୍ୟକଳାପ ଭିତରେ ଓ ବାହାରେ ଅଲଗା ଅଲଗା ରହିବ । ଯାତ୍ରା, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବନାହିଁ।

Loading...
Share It
  • 10
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.