ସୋସିଆଲ ମିଡ଼ିଆରେ ହେଲା କମାଲ, ଫେସବୁକ୍ ଦ୍ୱାରା ୧୦ ବର୍ଷ ପରେ ହଜିଲା ସ୍ୱାମୀକୁ ପାଇଲେ ସ୍ତ୍ରୀ

ବିଶେଷ

ସୋନପୁର:- ସୋସିଆଲ ମିଡିଆର ପ୍ରଭାବ । ୧୦ବର୍ଷ ପରେ ନିଖୋଜ ସ୍ୱାମୀଙ୍କୁ ଫେରିଲ ପାଇଲେ ପତ୍ନୀ । ସୋନପୁର ଦିଗସିରା ଗାଁର ସାହେବ ନାୟକଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ନେଇଛନ୍ତି ପରିବାର ଲୋକେ । ନିକଟରେ ହସ୍ପିଟାଲରେ ଚିକତ୍ସାଧୀନ ସାହେବଙ୍କ ଫଟୋ କିଛି ଯୁବକ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ । ଫେସ୍‌ବୁକ୍‌ରୁ ଫଟୋ ଦେଖିବା ପରେ ପରିବାର ଲୋକ ହସ୍ପିଟାଲରେ ପହଞ୍ଚି ସାହେବଙ୍କୁ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି ।

୧୦ ବର୍ଷ ପରେ ପୁଣି ଏକାଠି ହେଲେ ପତି-ପତ୍ନୀ । ଏମାନଙ୍କୁ ଯୋଡ଼ିବାର ମାଧ୍ୟମ ସାଜିଲା ସୋସିଆଲ ମିଡିଆ ସାଇଟ୍‌ ଫେସ୍‌ବୁକ୍‌ । ଏ ଦୃଶ୍ୟ ହେଉଛି କ୍ୟାପିଟାଲ ହସ୍ପିଟାଲର । ଏ ବ୍ୟକ୍ତି ଜଣଙ୍କ ସୋନପୁର ଡୁଙ୍ଗୁରିପାଲି ଦିଗସିରା ଗାଁର ସାହେବ ନାୟକ । ୧୦ବର୍ଷ ତଳେ ହଠାତ୍‌ ସେ କେଉଁଆଡେ ଚାଲିଯାଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ସାହେବଙ୍କ କୌଣସି ଖୋଜ ଖବର ମିଳିନଥିଲା । କିଛି ଦିନ ତଳେ ଫେସବୁକ୍‌ରେ ସାହେବଙ୍କ ଫଟୋ ଦେଖିବାକୁ ପାଇଥିଲେ ପରିବାର ଲୋକ । ଏହା ପରେ ଯେଉଁ ଯୁବକମାନେ ସାହେବଙ୍କ ଫଟୋ ପୋଷ୍ଟ କରିଥିଲେ, ସେମାନଙ୍କ ସହ ଯୋଗଯୋଗ କରିଥିଲେ ।

mental;

Loading...

ସାହେବକୁ ହଂସପାଳ ଜଗନ୍ନାଥ ମନ୍ଦିର ନିକଟରୁ ୧୦ବର୍ଷ ତଳେ ପାଇଥିଲେ ଜିତେନ୍ଦ୍ର ପ୍ରଧାନ । ସେତେବେଳେ ତାଙ୍କ ମାନସିକ ସ୍ଥିତି ଠିକ୍‌ ନଥିଲା । ସାହେବଙ୍କୁ ପାଖରେ ରଖି ନିଜ ଦୋକାନରେ କାମ ଦେଇଥିଲେ । କିଛି ଦିନ ହେବ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୋସିଆଲ ମିଡିଆ କେବଳ ଲୋକଙ୍କୁ ଖୁସିର ଖୋରାକ୍‌ ଯୋଗାଏ ନାହିଁ । ବେଳେବେଳେ ସମ୍ପର୍କ ବି ଯୋଡିଥାଏ । ଏହା ଏହି ଘଟଣାରୁ ପ୍ରମାଣିତ ହୋଇଛି ।

Loading...
Share It
  • 57
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.