ବେପରୁଆ ଡାକ୍ତରଙ୍କ କରିସ୍ମା: ଶିଶୁ ମୁଣ୍ଡରେ ଛୁଞ୍ଚି

ଦେଶ ବିଦେଶ ନ୍ୟୁଜ୍
ମଥୁରା,୮।୩: ଉତ୍ତରପ୍ରଦେଶ ମଥୁରାର ଏକ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ବେପରୁଆ ଭାବ ସାମ୍ନାକୁ ଆସିଛି। ୬ବର୍ଷ ଶିଶୁ ମୁଣ୍ଡରେ ଅସ୍ତ୍ରୋପଚାର ପରେ ଡାକ୍ତର ଏକ ଛୁଞ୍ଚି ଛାଡିଦେଇଥିବା ଜଣାପଡିଛି। ଶିଶୁଟି ମୁଣ୍ଡରେ ଏକ ଧାରୁଆ ଜିନିଷ ଥିବା ଅଭିଯୋଗ କରିବା ପରେ ଏହି ଖବର ପଦାକୁ ଆସିଛି। ଶିଶୁଟିର ପିତା ଏ ସମ୍ପର୍କରେ ଡାକ୍ତରଖାନାରେ ଅଭିଯୋଗ କରିଥିଲେ ସୁଦ୍ଧା କେହି ତାଙ୍କ କଥାକୁ ଗ୍ରହଣ କରିନାହାନ୍ତି। ଫଳରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି। ଭବିଷ୍ୟତରେ ଯଦି ଏମିତି ଘଟଣାର ପୁନରାବୃତ୍ତି ହୁଏ, ତେବେ ଅନେକ ଶିଶୁଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ସେ ଦର୍ଶାଇଛନ୍ତି।

Loading...
Share It
  • 4
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.