ଶିକ୍ଷକ ଆନ୍ଦୋଳନ ତେଜିଲା, ପ୍ରତି ପଂଚାୟତରେ ସରକାର ବିରୋଧି ପଦଯାତ୍ରା

ଓଡିଶା ନ୍ୟୁଜ୍

ବରୀ- ସମଗ୍ର ରାଜ୍ୟରେ ଶିକ୍ଷକ ଆନ୍ଦୋଳନ ଅଧିକରୁ ଅଧିକ ତର ହେବାର ଲାଗିଛି ।ଭୂବନେଶ୍ୱରରେ ୧ମାସର ଆନ୍ଦୋଳନ ପରେ ଐକବଦ୍ଧଭାବେ ଏବେ ଶିକ୍ଷକ ସମାଜ ପ୍ରତି ପଂଚାୟତରେ ପଦଯାତ୍ରା ଆରମ୍ଭ କରିଛି । ଶିକ୍ଷକର ନାର୍ଯ୍ୟଦାବୀ ସରକାର ନମାନିବା ଯାଏ ସେ ଶିକ୍ଷାଦାନରୁ ନିବୃତ ରହିବା ସହିତ ପ୍ରତି ଘରେ ଘରେ ସରକାରଙ୍କର ଚରମ ଅବହେଳାର ନାରା ବଜାଇବ । ଆଜି ବରୀ ବ୍ଲକରେ ଶିକ୍ଷକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବରୀ ବ୍ଲକର ଶେଷ ପଂଚାୟତ ମହାକାଳ ପଡା ଗ୍ରାମ ପଂଚାୟତ ଠାରୁ ଏହି ଆନ୍ଦୋଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସ୍ୱାଇଁ ଖଣ୍ଡ ଗ୍ରାମ ପଂଚାୟତର ଗୋପୀନାଥ ଜୀଉ ବିଦ୍ୟାମନ୍ଦିର ଠାରେ ସମାପ୍ତି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ , ସନ୍ଥନ ମହାବିଦ୍ୟାଳୟ , କାଶିନାଥ ମହାବିଦ୍ୟାଳୟ , ଗୋପବନ୍ଧୁ ଚୈାଧୁରି ମହାବିଦ୍ୟାଳୟ, କାଦମ୍ବିନୀ ପାଳ ମହିଳା ମହାବିଦ୍ୟାଳୟ, ଗୋପିନାଥ ବିଦ୍ୟାମନ୍ଦିର, ମହାକାଳ ପଡା ଉଚ୍ଚ ବିଦ୍ୟାଳୟ, ପଂଚାୟତ ଉଚ୍ଚବିଦ୍ୟାଳୟ, ବାସନ୍ତୀ ମଞ୍ଜରୀ ଉଚ୍ଚବିଦ୍ୟାଳୟ, ସମେତ ବରୀ ବ୍ଲକର ସମସ୍ତ ବ୍ଲକ ଗ୍ରାଂଟ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୩୦୦ରୁ ଅଧିକ ଶିକ୍ଷକ , ଅଧ୍ୟାପକ ଓ କର୍ମଚାରୀ ନବିନ ସରକାର ବୁରୁଦ୍ଧରେ ନାରାମାନ ଦେଇଥିଲେ । ବର୍ଷୀୟାନ ଶିକ୍ଷକ ନେତା ଲୋକନାଥ ଦାସ ଓ କର୍ଣ୍ଣଚନ୍ଦ୍ର ଘଡାଇ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ସରକାର ଶିକ୍ଷକଙ୍କ ଦାବିକୁ ତୁରନ୍ତ ମାନିନେବାକୁ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟ ଶିକ୍ଷକ ନାମେ ଏହି ଆନ୍ଦୋଳନ ଭୋଟ ବାକ୍ସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଚେତାବନୀ ଦେଇଥିଲେ । ଆଜିର କାର୍ଯ୍ୟକ୍ରମ ବରୀ ବ୍ଲକର ଅର୍ଦ୍ଧେକ ଅଂଚଳ ରେ ସରିଥିବା ବେଳେ , ଆସନ୍ତାକାଲି ୧୯ ତାରିଖରେ ବରୀ ବ୍ଲକର ଚଟୁମାରୀ ଠାରୁ ଏହି ସରକାର ବିରୋଧ ରାଲି ବାହାରି ରଜାତୋଟା ସ୍ଥିତ କାଦମ୍ବିନୀ ପାଳ ମହିଳା ମହାବିଦ୍ୟାଲୟରେ ଶେଷ ହେବ ବୋଲି ଅଧ୍ୟକ୍ଷ ବିଜୟ କୁମାର ଦାସ ଓ ଶଧ୍ୟାପକ ମେନାରଂଜନ ଜେନା ପ୍ରକାଶ କରିଛନ୍ତି ।

Loading...
Loading...
Share It
  • 1
    Share

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.