ନୂଆ ଦିଲ୍ଲୀ ୨୬-୨ :- ପୁଲବାମାରେ ଆତଙ୍କୀ ଆକ୍ରମଣ ପରେ ନିଜର ବିବାଦିତ ବୟାନକୁ ନେଇକରି ମିଡ଼ିଆର ଶୀର୍ଷକରେ ରହୁଥିବା କ୍ରିକେଟ ଖେଳାଳୀରୁ ନେତା ବନିଥିଲେ ତଥା ପଂଜାବ ସରକାରରେ ମନ୍ତ୍ରୀ ନବଜୋତ ସିଂହ ଏଲଓସିରେ ଭାରତୀୟ ବାୟୁସେନାର ଏୟାରସ୍ଟ୍ରାଇକ ପରେ ମଧ୍ୟ ଟ୍ଵୀଟ କରିଛନ୍ତି। ସୂଚନାଯୋଗ୍ୟଯେ, ଭାରତୀୟ ବାଯୁସେନାର ୟୁଦ୍ଧ ବିମାନ ମଙ୍ଗଳବାର ବଢ଼ିଭୋରରୁ ପାକିସ୍ତାନରେ ଜୈଶ-ଏ-ମହମ୍ମଦ (ଜେଇଏମ) ର ସବୁଠାରୁ ବଡ଼ ପ୍ରଶିକ୍ଷଣ ଶିବିର ଉପରେ ଆକ୍ରମଣ କରିଛି ଏବଂ ବଡ଼ୀ ସଂଖ୍ୟାରେ ଆତଙ୍କବାଦୀଙ୍କୁ ଏବଂ ତାଙ୍କ ପ୍ରଶିକ୍ଷକଙ୍କୁ ମାରିଛନ୍ତି।
ତେବେ ଏହା ପରେ ନବଜୋତ ସିଂହ ସିଦ୍ଧୁ ଟ୍ଵୀଟ କରି କହିଛନ୍ତି
ଲୁହା ଲୁହାକୁ କାଟିଥାଏ,
ନିଆଁ ନିଆଁକୁ କାଟିଥାଏ,
ସାପ ଯେତେବେଳେ ଡଙ୍କ ମାରିଥାଏ,
ତା’ର ଆଣ୍ଟିଡୋଡ୍ ବିଷ ହିଁ ଅଟେ,
ଆତଙ୍କବାଦୀମାନଙ୍କ ବିନାଶ ଅନିବାର୍ଯ୍ୟ ଅଟେ।
ଭାରତୀୟ ବାୟୁ ସେନାର ଜୟ ହୋ
ଜୟ ହିନ୍ଦ, ଜୟ ହିନ୍ଦ ସେନା
ବିଦେଶ ସଚିବ ବିଜୟ କେ.ଗୋଖଲେ ମିଡ଼ିଆକୁ କହିଥିଲେ କି ଏହି ନନ ମିଲିଟାରୀ ପ୍ରୀ-ଏମ୍ପଟିବ ଆକ୍ଶନ ବିଶେଷ ଭାବରେ ଆତଙ୍କବାଦୀ ଶିବିରକୁ ନଜରରେ ରଖି କରାଯାଇଛି। ସେ କହିଲେ କି ଏହି ଶିବିର ସାଧାରଣ ନାଗରିକମାନଙ୍କର ଅବସ୍ଥାନ ଅଞ୍ଚଳରୁ ବହୁ ଦୂର ଏକ ପହାଡ଼ର ଉପରେ ଭାଗରେ ଅବସ୍ଥିତ ଅଟେ।
- 9Shares