ସେହି ପ୍ରଭୂ ନୁହଁ କି ତୁମେ

ଓଡିଶା ପ୍ରବନ୍ଧ ସାହିତ୍ୟ ସଂସ୍କୃତି

                            ସେହି ପ୍ରଭୂ ନୁହଁ କି ତୁମେ                                                                                                                                                                                        ଶରତ କୁମାର ଜେନା

                                                                                                                                                                  ନିର୍ଦ୍ଦେଶକ ,-ବିଦଗ୍ଧା
                                                                                                                                        ଅଭିମନ୍ୟୁ ନଗର, ଅଭିମନ୍ୟୁ ବାଲିଆ, ବରୀ ବ୍ଲକ, ଯାଜପୁର

                                                                                                                                                              ମୋ- ୯୬୫୮୬୦୬୮୭୯

ଭକ୍ତ ଆଉ ଭଗବାନ ଉଭୟ ଏକ ଆଉ ଅଭିନ୍ନ । କେତେ ବେଳେ ଭକ୍ତ ଭଗବାନଙ୍କ ଠାରୁ ଅଧିକ ଶକ୍ତିଶାଳୀ ମଧ୍ୟ ହୋଇ ଊଠିଛି । ଅବଶ୍ୟ ସବୁ ସେହି କଳାଠାକୁରଙ୍କର ଲୀଳା । ଭକ୍ତର ଗାରିମାକୁ ରକ୍ଷା କରିବା ଲାଗି ଠାକୁର ଅଦ୍ଭୁତ ଲୀଳା ମାନ ରଚନା କରିଛନ୍ତି । ଭଗବାନଙ୍କର ଯେତେ ଲୀଳା ଅବତାର ମାନ ପୂର୍ବରୁ ଶୁଣାଯାଏ ସବୁ ଲୀଳାର ମହାରୂପ ଶ୍ରୀ ଜଗନ୍ନାଥ ବୋଲି ବିଦଗ୍ଧ ଭକ୍ତ କବି ଅଭିମନ୍ୟୁ ସାମନ୍ତ ସିଂହାର ସ୍ୱୀକାର କରିଛନ୍ତି । ରାଧା ମୋହନଙ୍କର ପରମ ଭକ୍ତ ଅଭିମନ୍ୟୁ ତାଙ୍କର ଲିଖନୀ ମାଧ୍ୟମରେ ଶ୍ରୀ ଜଗନ୍ନାଥଙ୍କୁ ସାର୍ବଭୈାମ୍ୟ ଠାକୁର ବୋଲି ପ୍ରତି ପାଦିତକରି ଗାଇ ଉଠିଛନ୍ତି ….
ଜୟ ଜୟ ଜଗନ୍ନାଥ ଚଢି ନନ୍ଦି ଘୋଷ ରଥ
ଅନ୍ତର୍ଯ୍ୟାମୀ ! ଅନ୍ତର୍ଗତ ବାରତା ଜାଣ
ଦୁଃଖି ଜଣାଇଲେ ଦୁଃଖ କେବେ ବି ନୁହଁ ବିମୁଖ
ଦୁଃଖ ଏଡି ସୁଖ ତାକୁ ଦିଅ ପ୍ରମାଣ
ସେହି ପ୍ରଭୂ ନୁହଁ କି ତୁମେ
ଦୁଃଖି ଜଣାଇଲେ ଦୁଃଖ ନଶୁଣ ଏବେ ।

Loading...

ଏଠାରେ କବି ଶ୍ରୀ ଜଗନ୍ନାଥକୁ ନନ୍ଦିଘୋଷ ରଥରେ ଚଢି କେବଳ ଭକ୍ତର ଦୁଃଖ ଶୁଣିବାକୁ ହିଁ ଯାଆନ୍ତି ବୋଲି କହିଛନ୍ତି । କିଏ ଆପଣଙ୍କୁ କିଛି କହୁ ବା ନକହୁ ଆପଣ ଅନ୍ତର୍ଯ୍ୟାମୀ ଭାବରେ ସଭିଙ୍କ ଅନ୍ତରକୁ ବୁଝି ଫଳ ପ୍ରଦାନ କରନ୍ତି ବୋଲି କହିଛନ୍ତି । ଆପଣ ଏଡେ ଦୟାଳୁ ଠାକୁର ଯେ ଦୁଃଖିର ଦୁଃଖ ଶୁଣିବାକୁ କେବ ବି ବିମୁଖ ନୁହଁନ୍ତି ବୋଲି ତାର ଭୂରି ଭୂରି ପ୍ରମାଣ ମଧ୍ୟ କବି ପ୍ରଦାନ କରିଛନ୍ତି । ଆପଣ ଜଗନ୍ନାଥ, ଆପଣ ମଧ୍ୟ ନରସିଂହ ବୋଲି ଅଭିମନ୍ୟୁ କହିବା ସହ ନରସିଂହ ଅବତାରରେ ପ୍ରହଲ୍ଲାଦର ଦୁଃଖ କୁ ନିବାରଣ କରି ହିରଣ୍ୟ ରାଜାର ହୃଦକୁ ବିଦାରଣ କରିବାର କଥା ଉଦାହରଣ ଛଳରେ କବି କହିଛନ୍ତି ଯେ……
ପୂର୍ବେ ନରସଂହ ରୂପେ ସ୍ତମ୍ଭରୁ ବାହାରି ଆପେ
ହିରଣ୍ୟ ରାଜାର ହୃଦ ନଖେ ଚିରିଲ
ତା ପୁତ୍ର ପ୍ରହଲ୍ଲାଦକୁ ସ୍ୱର୍ଗେ ଇନ୍ଦ୍ର କଲ ତାକୁ
ଧ୍ରୁବ କୁମରକୁ ଅଭିମାନୁ ତାରିଲ
ସେହି ପ୍ରଭୂ ନୁହଁ କି ତୁମେ
ଦୁଃଖି ଜଣାଇଲେ ଦୁଃଖ ନଶୁଣ ଏବେ ।ା
ଆପଣ ସେହି ପ୍ରଭୂ । ଆପଣ ଜଗନ୍ନାଥ ନନ୍ଦିଘୋଷ ରଥ ଚଢି ଦୁଃଖିର ଦୁଃଖ ବୁଝିବାକୁ ଯାଆନ୍ତି ।ଆପଣ ସେହି ପ୍ରଭୂ , ଭକ୍ତ ଲାଗି ,ଭକ୍ତର ମାନ ରକ୍ଷା ଲାଗି ସ୍ତମ୍ଭରୁ ବାହାରି ଅଦଭୂତ ରୂପ ଧାରଣ କଲେ । କାରଣ ହିରଣ୍ୟକ ରାକ୍ଷାସ ରାଜା ବର ମାଗି ନେଇଥିଲା ସେ ଦେବତା ହସ୍ତରେ ମରିବ ନାହିଁ , ସେ ମାନବ ହସ୍ତରେ ମରିବ ନାହିଁ , ସେ ପଶୁ ହାତରେ ମରିବ ନାହିଁ , ସେ ଜଳରେ ମରିବ ନାହିଁ , ସେ ସ୍ଥଳରେ ମରିବ ନାହିଁ । ସେ ଆକାଶ ରେ ମରିବ ନାହିଁ ସେ ପାତାଳରେ ମରିବ ନାହିଁ । ମୋଟା ମୋଟି ଭାବେ ସେ ଅମର ବୋଲି ଧରିବାକୁ ହେବ । ଆପଣ କିନ୍ତୁ ଭକ୍ତର ମାନ ରକ୍ଷା କରିବେ । ଆପଣ ଭକ୍ତକୁ ରକ୍ଷା କରିବା ଲାଗି ତାର ଶତୃକୁ ସଂହାର କରିବେ । କେଡେ ମହନୀୟ କଥା ସତେ । ଆପଣ ଏକ ଅଦ୍ଭୁତ ରୂପ ଧାରଣ କରି ଭକ୍ତକୁ ରକ୍ଷା କଲେ । ଆପଣ ମଣିଷ ନୁହଁନ୍ତି । ଆପଣ ପଶୁ ନୁହଁନ୍ତି । ଆପଣ ଅଧାନର ଅଧା ପଶୁରାଜ ସିଂହର ସମ୍ମିଶ୍ରଣ ରୂପ ନରସିଂହ । ସତରେ ଦୟାମୟ ଠାକୁର ଜଗନ୍ନାଥ ଆପଣ ଭକ୍ତ ଲାଗି କିପ୍ରକାର ଅବତାର ଧାରଣ କରିପାରନ୍ତି ଏହା ତାହାର ବଳିଷ୍ଠ ପ୍ରମାଣ ମାତ୍ର । କିନ୍ତୁ ଏଡେ ଦୟାଳୁ ଠାକୁର ହୋଇ ଆପଣ କାହିଁକି ଆଜି ନୁଷ୍ଠୁର ହୋଇଛନ୍ତି ବୋଲି ଭକ୍ତ କବି ପ୍ରଶ୍ନ କରିଛନ୍ତି ।
ଆପଣ ବି ସହି ନଟବର କୃଷ୍ଣ । ସେଦିନ ଦ୍ରୈାପଦୀ କୁରୁସଭା ତଳେ ନିରୁପାୟ ହୋଇ ଆପଣଙ୍କ ପବିତ୍ର ଦୟାର୍ଦ ପଦାବ୍ଚରେ ଏକ ସମର୍ପଣ ମାନସରେ ନିଜକୁ ଲୋଟାଇ ଦେଲା । ସତୀ ର ସତୀତ୍ୱ ଏଠାରେ ପ୍ରଶ୍ନ ବାଚୀ , ଆପଣଙ୍କ ବଡ ଦେଉଳରେ ଭକ୍ତକୁ ହାତଠାରି ଡାକୁଥିବା ଆତଙ୍ଗ ନାଶନ ବାନା । ସମର୍ପିତ ଭକ୍ତର ଦୁଁଖ ସହିପାରିବ କି?? ନା ଆଉ ସହି ହେଲା ନାହିଁ , ।
ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଭାଷାରେ ଦ୍ରୈାପଦୀ ହାତ ଟେକି ଦେଇ ଠାକୁରଙ୍କୁ ଅଭିମାନରେ କହୁଛି ,
ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା
ତୁମେ ନରଖିଲେ ଶୁଣି ହେ ପ୍ରଭୂ ହୁଅ ଅଚିନ୍ତା ।
ମହାପୁରୁଷ ଅଭିମନ୍ୟୁ ସେହି ସ୍ଥଳରେ ନିଜ ଲୀଖନୀ ଚାଳନା କରି କହିଲେ ଯେ …
ଦୁର୍ଯ୍ୟୋଧନ ସଭାତଳେ ଦୈା୍ରପଦୀଙ୍କୁ ନେଲାବେଳେ
ସତୀ ବିବସନ କାଳେ ଚିନ୍ତିଲେ ଯହୁଁ
ଆତଙ୍ଗ ନାଶନ ବାନା ବିପଦକୁ ବଜ୍ର ସେହ୍ନା
ପଂଚାବନ କୋଟି ବସ୍ତ୍ର ଦେଲଟି କାହୁଁ ।
ସେହି ପ୍ରଭୂ ନୁହଁ କି ତୁମେ
ଦୁଃଖି ଜଣାଇଲେ ଦୁଃଖ ନଶୁଣ ଏବେ ।
ହେ ଜଗନ୍ନାଥ , ଆପଣ ବି ସେହି ମର୍ଯ୍ୟାଦା ପୁରୁଷୋତମ ଶ୍ରୀ ରାମ । ମହାବଳି ଦଶାନନ କୁ ବଦ୍ଧ କରି ସୁଗ୍ରୀବ ଓ ବିଭିଷଣ କୁ ତାରଣ କରିଥିଲେ । ତାଙ୍କୁ କଂଟକ ଶୂନ୍ୟ ସୁବର୍ଣ୍ଣ ମୟପୁର ଲଙ୍କାଗଡକୁ ସମର୍ପଣ କରିଥିଲେ । ଆପଣ ବି ସେହି କୃଷ୍ଣ କଂଶ କୁ ମଂଚାରୁ ପକାଇ ଉଗ୍ରସେନ କୁ ଶାଢି ବାନ୍ଧି ରାଜ ପଦ ପ୍ରଦାନ କରିଥିଲେ । ଆପଣ ବି ସେହି ଜଗନ୍ନାଥ ଧର୍ମରାଜ ଦୁର୍ଯ୍ୟୋଧନ ଆଦି ଶତ ଭାଇଙ୍କୁ କୂଟ କରି ମରାଇ ଯୁଦ୍ଧିଷ୍ଠିରଙ୍କୁ ରାଜ ପଦ ପ୍ରଦାନ କରିଥିଲେ ।ଦାମୋଦର ପଣ୍ଡା ଯେକି ଭିକ୍ଷା କରି ଜୀବନ ଅତିବାହିତ କରୁଥିଲା ଆପଣଙ୍କ ପୟର ସେବିବାରୁ ତାକୁ ମହା ବିଭବ ପ୍ରଦାନ କରିଥି ଲେ ।

ଲକ୍ଷ ଯୋଜନରେ ଥାଇ ଆପଣଙ୍କୁ ଆତ୍ମ ନିବେଦନ କରୁଛି , ମୋର ଭରଷା ଅଛି , କେବେ ରାଧା କୃଷ୍ଣଙ୍କୁ ମିଳାଇବି ଆଉ ସେହି ମିଳନ ସମୟରେ ଆପଣ ନିଶ୍ଚୟ ମୋତେ ଦେଖାଦେବେ ।
ଏହି କଥା କୁ ସଂଯୋଗ କରି କବି ଲେଖଥଛନ୍ତି ତାଙ୍କ ବିଦଗ୍ଧ ଚିନ୍ତାମଣି କାବ୍ୟରେ
ଭାବି ଭାବି ନିଶି ଦିନ ସରୁ ନାହିଁ କେବେ ରାଧା କୃଷ୍ଣ ମିଳାଇ ବି ….
ଅର୍ଥାତ ରାଧା ହେଲେ ଜୀବ କୃଷ୍ଣ ହେଲେ ପରମ , ଜୀବ ଆଉ ପରମର କେବେ ବି ଭେଟା ଭେଟି ହୁଅନ୍ତି ନାହିଁ । ଯେବେ ଭେଟା ଭେଟି ହେବେ ସେହି ଦିନ ବ୍ରହ୍ମ ରଂନ୍ଦ୍ର ଦେଇ ପ୍ରାଣପକ୍ଷୀ ମହାଶୂନ୍ୟରେ ଲୀନ ହୋଇଯିବ । ମୁଁ ସେହି ଦିନକୁ ପ୍ରତୀକ୍ଷାରେ ଅଛି ହେ କଳାଶ୍ରୀ ମୁଖ । ଆପଣ ଠିକଣା ବେଳରେ ମୋତେ ଦର୍ଶନ ଦେବେ ବୋଲି କବି କହିଛନ୍ତି । ମୁଁ ଶେଷ ବେଳରେ ମୋର ସାଧାନରେ ଯୋଜନ କୁ ଲକ୍ଷ କରି ରହିଥିବି । ଅର୍ଥାତ ଯୋଜନ ମାନେ ଦୂର ପଥ ନୁହେଁ । ଶରୀର ତତ୍ୱ ଅନୁସାରେ କବି କହିଛନ୍ତି , ଲଲାଟ ଚକ୍ରରୁ ବ୍ରହ୍ମ ଚକ୍ର ବା ବ୍ରହ୍ମରନ୍ଦ୍ର ଯାଏ ଦ୍ୱାଦଶ ଯୋଜନ ମୁଁ ସେହି ଯୋଜନ ଧ୍ୟାନରେ ରହି ଆପଣଙ୍କୁ ଧ୍ୟାନ କରୁଥିବା ବେଳେ ଆପଣ ମୋତେ ଦର୍ଶନ ଦେବେ ଓ ମୋର ପ୍ରାଣପକ୍ଷୀ ଉଡିଗଲା ବେଳେ ଆପଣଙ୍କ ନାମ ମୋର କଣ୍ଠ ଗାନ କରୁଥିବ । ଦୀନ ହୀନ ଅଭିମନ୍ୟୁ ଆପଣଙ୍କୁ ଏତିକି ପ୍ରାର୍ଥନା କରୁଛି ।
କବି ଗାଇ ଉଠିଛନ୍ତି …
ଲକ୍ଷ ଯୋଜନରେ ଥାଇ ଡାକିଲେ ଶୁଣ ଗୋସାଇଁ
ତେଣୁ କରି ଭରଷାଟି ଅଛି ମୋହରି ……………..

 

Loading...
Share It
  • 39
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.