ସେବା ପାଇଁ ଆମ୍ଭେ ଶୃଙ୍ଖଳ ଭାଙ୍ଗୁ , ଶୃଙ୍ଖଳା ନୁହଁ

ଓଡିଶା ନୂଆ ଆଲୋକ ନ୍ୟୁଜ୍

ଯାଜପୁର- ରେଡ ଯୋନ ଯାଜପୁର । ତେବେ ପୋଲିସ ପ୍ରସାଶନ ଦ୍ୱାରା ରାସ୍ଥାଘାଟ ସବୁଠି ପ୍ରତିବନ୍ଧକ । ସେହି ପ୍ରତିବନ୍ଧକ ର ଶୃଙ୍ଖଳକୁ ଆମ୍ଭ ଭାଙ୍ଗି ଥାଉ । ଯେତେ ବେଳେ କେହି ଜଣେ ବିପଦରେ ପଡି ଆର୍ତ୍ତ ଚିତ୍କାର କରେ । ସେ ସମୟ ଦିନ ହେଉ ଅବା ରାତ୍ର ସବୁ ବେଳେ ଆମ୍ଭେ ସମାଜ ସେବାରେ ମନଦେବାରେ ନିଆରା ଆନନ୍ଦ ପାଉ ବୋଲି , ଯାଜପୁର ଜିଲ୍ଲାର ଅନନ୍ୟ ସମାଜ ସେବାର ଅନୁଷ୍ଠାନ ନୂଆ ଅଲୋକର ସକ୍ରିୟ କର୍ମୀ ଗଣେଷ ସାହୁ ପ୍ରକାଶ କରିଛନ୍ତି । ଆଜି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ କ୍ୟାନସର ରୋଗୀଙ୍କୁ ଜରୁରୀ ରକ୍ତ ଦରକାର ପଡିଲା ତାହା ପୁଣି ଓ ପଜେଟିଭ ଗୃପର । ଏହି ଖବର ପାଇ ମାତ୍ର କମ୍ ଦିନ ତଳେ ରକ୍ତ ଦେଇଥିବା ଗଣେଷ ସାହୁ ଅନ୍ୟଉପାୟ ନପାଇ ନୂଆ ଆଲୋକର ଅନ୍ୟତମ ସଦସ୍ୟ ଅଚ୍ୟୁତ ନାରାୟଣ ମହାନ୍ତିଙ୍କୁ ଏହି ରକ୍ତ ଆବଶ୍ୟକ ବିଷୟରେ ଜହିବାରୁ ବିନା କୈାଣସି ଦ୍ୱିଧାରେ ଅଚ୍ୟୁତ ନାରାୟଣ ଗଣେଷ ଙ୍କ ସହ ଯାଇ ଦୟନୀୟ ଅବସ୍ଥାରେ ପଡିଥିବା ରୋଗୀ ଜଣେ ମାଆଙ୍କୁ ତାଙ୍କର ରଜକ୍ତଦାନ କରିଥିଲେ ।
ତେବେ ଏହି ବିଷୟରେ ନୂଆ ଆଲୋକର ରକ୍ତଦାନ ସେଲ ଏକ୍‌ଜ୍ୟୁଟିଭ ସନାତନ ବରାଳଙ୍କୁ ପଚାରିଲେ ସେ କହନ୍ତି , ଆମ ଅନୁଷ୍ଠାନ ସେବା ଛଡା ଅନ୍ୟକିଛି ବୁଝେନାହିଁ । ମୁଁ ନୁହଁ ଆମ ଅନୁଷ୍ଠାନର ସମସ୍ତ ସଦସ୍ୟ ଜଣେ ଜଣେ ଏକ୍‌ଜ୍ୟୁଟିଭ । ଯାହେଉ ଅନୁଷ୍ଟାନର ଏତାଦୃଶ କାର୍ଯ୍ୟକ୍ରମ କୁ ଜିଲ୍ଲାରେ ବାରମ୍ବାର ସ୍ୱାଗତ କରାଯାଉଛି ।

Loading...
Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.