ସେ ଏକ ଅଲିଭା ସ୍ମୃତି-ସ୍ୱର୍ଗତ ମଦନ ମୋହନ କରଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳୀ

ଓଡିଶା ନ୍ୟୁଜ୍

ବରୀ- ଇଶାଣପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ସହୀଦ ଗାଁ ଶଙ୍କରାକୂଳ ର ଆଦର୍ଶ ଶିକ୍ଷକ ମଦନ ମୋହନ କର ଆଉ ନାହାନ୍ତି ।ଦୀର୍ଘ ୮୫ ବର୍ଷର ଜୀବନ ସଂଗ୍ରାମ ପରେ ସେ ଗତ ୧୮.୧୨.୧୮ ରିଖ ମଙ୍ଗଳବାର ଦିନ ହୃଦ୍ ଘାତରେ ପରପାରିର ପଥିକ ସାଜିଛନ୍ତି । ତାଙ୍କ ପରି ନିରଳସ , ସାମ୍ୟ ଚେତନା ଯୁକ୍ତ ବ୍ୟକ୍ତିତ୍ୱଙ୍କୁ ହରାଇ ବରୀ ମାଆ ମାଟି ଅପୁରଣୀୟ କ୍ଷତି ସହିଛି ।ସ୍ୱର୍ଗତ କର ୧୪.୦୮.୧୯୩୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଜଣେ ସ୍ୱାଧିନ ଚେତା ମଣିଷ ଭାଗରେ ଗାନ୍ଧୀ ଗୋପବନ୍ଧୁ ଓ ରମାଦେବୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ନିରାଡମ୍ବର ଅଦର୍ଶ ଜୀବନ ଅତିବାହିତ କରୁଥିଲେ ।ଜଣେ ଅଦର୍ଶ ଶିକ୍ଷକ ଭାବେ ୩୦.୦୪.୨୦୧୨ ମସିହାରେ କଟକ ସହିଦ ଭବନରେ ଏକ ବର୍ଣ୍ଣାଢ୍ୟ ସମାରାହରେ ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ସଂମ୍ବର୍ଦ୍ଧିତ ହୋଇଥିଲେ । ଜୀବନରେ ହାର ମାନିନଥିନା ଆଉ ବାର୍ଦ୍ଧକ୍ୟର ତାଡନାକୁ ଭୃକ୍ଷେପ ନକରି ଯୁବକ ମାନଙ୍କ ସହ ମିଶି ତାଙ୍କର ସାମାଜିକ ଉନ୍ନୟନ କାର୍ଯ୍ୟପାଇଁ ସହିଦ ମନୋଜ କର ଯୁବ ସଂଗଠନ ତରଫରୁ ଗତ ୨୦୧୭ ମସିହାରେ ସହିଦ ସ୍ମରଣ ଦିବସ ଅବସରରେ କ୍ରାନ୍ତୀ ପଥିକ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ବଡଚଣା ବ୍ଲକର ଚଣ୍ଡିଆ ଗ୍ରାମରେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରି ଇଶାଣ ପୁର ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ କର୍ମମୟଜୀବନରୁ ୧୯ ୯୨ ମସିହାରେ ଅବସର ଗ୍ରହଣ କରିଥିଲେ ।ତାଙ୍କର ବିୟୋଗରେ ବରୀ ବିଧାୟକ ଦେବାଶିଷ ନାୟକ, ୨୧ ନମ୍ବର ଜିଲାପରିଷଦ ସଦସ୍ୟ ଅଶୋକ କୁମାର ସାମଲ, ବିଜେଡି ସଂପାଦକ ବିଜୟ କୁମାର ନାୟକ, ଶିକ୍ଷକ ନେତୃତ୍ୱ କର୍ଣ୍ଣ ଚନ୍ଦ୍ର ଘଡାଇ, ଗୋପବନ୍ଧୁ ଦାସ ,ଅବସର ପ୍ରାପ୍ତ ଶିକ୍ଷକ ତଥା ସମାଜ ସେବୀ ଦୁର୍ଯ୍ୟୋଧନ ଜେନା , ସହିଦ ମନୋଜକର ଯୁବ ସଂଗଠନର ସଂପାଦକ ରତିକାନ୍ତ ସାହାଣୀ , ବିଦଗ୍ଧାର ନିର୍ଦ୍ଦେଶକ ଶରତ କୁମାର ଜେନା ,ଜଗା ଶିଶୁ ସାହିତ୍ୟ ସଂସଦର ସଂପାଦକ ଅଜୟ କୁମାର ଜେନା , ବିଶିଷ୍ଟ ସାହିତ୍ୟିକା ତଥା କବି କୃଷ୍ଣଦାସୀ ବାସନ୍ତୀ ମିଶ୍ର , ଅଧ୍ୟକ୍ଷ ପ୍ରଫେସର ଦେବ ପ୍ରସାଦ ସାମଲ,ଅଧ୍ୟାପକ ରବିନ୍ଦ୍ର କୁମାର ଦାସ , ଗୋବିନ୍ଦ ଚନ୍ଦ୍ର ଜେନା ,ଆଡ୍ ଭୋକେଟ ଅନନ୍ତ କର , ପୂର୍ବତନ ବରୀ ବ୍ଲକ ଅଧ୍ୟାକ୍ଷା ଅଯୋଧ୍ୟା ଜେନା , ଯୁବନେତା ମାଧବାନନ୍ଦ ମହାନ୍ତୀ , ଶଙ୍କରର୍ଷଣ ସ୍ୱାଇଁ , ବିଜୟ କୁମାର ନାୟକ ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନିଜର ଶୋକ ବ୍ୟକ୍ତ କରିବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି । ବିଶେଷ କରି ସହିଦ ମନୋଜ କର ଯୁବ ସଂଗଠନ ଓ ଅଭିମନ୍ୟୁ ବାଲିଆ ବିଦଗ୍ଧ କବିଙ୍କ ଜନ୍ମ ପୀଠର ବିଦଗ୍ଧା ଅନୁଷ୍ଠାନ ଓ ଅଭିମନ୍ୟୁ ସାହିତ୍ୟ ପରିଷଦ ଜଣେ ଦରଦୀ ବନ୍ଧୁଙ୍କୁ ହରାଇଲା ବୋଲି ବିଦଗ୍ଧାର କାର୍ଯ୍ୟକାରୀ ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ନାୟକ ଭୂବନେଶ୍ୱରରୁ ପ୍ରକାଶ କରିଛନ୍ତି ।

Loading...
Share It
  • 35
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.