ସରଦାର ପଟେଲଙ୍କ ପ୍ରତିମାକୁ ଶେଷ ସ୍ପର୍ଷ, ଉଦଘାଟନ ଅପେକ୍ଷାରେ ବିଶ୍ୱର ବିଶାଳ ମୂର୍ତ୍ତି

ଦେଶ ବିଦେଶ ବିଶେଷ

Image result for sardar patel stachuଉଦଘାଟନ ଅପେକ୍ଷାରେ ବିଶ୍ବର ବିଶାଳ ମୂର୍ତ୍ତି  । ସରଦାର ପଟେଲଙ୍କ ପ୍ରତିମାକୁ ଦିଆଗଲା ଶେଷ ସ୍ପର୍ଷ । Statue of Unity କୁ ଉଦଘାଟନ କରିବେ ମୋଦି । ଚଳିତ ମାସ ୩୧ ତାରିଖରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ ତମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଉଦଘାଟନ କରିବେ । ୧୮୨ ମିଟର (୫୯୭ଫୁଟ) ବିଶିଷ୍ଟ ଏହି ପ୍ରତିମୂର୍ତ୍ତି ବିଶ୍ୱର ସବୁଠାରୁ ବଡ ପ୍ରତିମୂର୍ତ୍ତି। ୨ହଜାର ୯୮୯ କୋଟି ଟଙ୍କା ବିନିମୟରେ ଏହି ପ୍ରତିମୂର୍ତ୍ତି ତିଆରି ହୋଇଛି । କିନ୍ତୁ ଏବେ ଏହାର ଖର୍ଚ୍ଚ ୩୦୦୦କୋଟିଏ ଟଙ୍କା ହୋଇଥିବା ସୂଚନା ମିଳିଛି ।

ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ମୋଦି ଏହି ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଘୋଷଣା କରିଥିଲେ । ୨୦୧୩ରେ ଅକ୍ଟୋବର ମାସରେ ଏହାର ଶିଳାନ୍ୟାସ ହୋଇଥିଲା ।ତେବେ ଅହମଦାବାଦରୁ ୨୦୦ କି.ମି ଦୂରରେ ରହିଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି । ଏକତାର ପ୍ରତୀକ ବା Statue of Unity  ଭାବେ ଏହା ସୂଚାଇବ ବୋଲି କୁହାଯାଉଛି।  ଗୁଜରାଟର ନର୍ମଦା ଜିଲ୍ଲାର ସର୍ଦ୍ଦାର ସରୋଭର ଡ୍ୟାମରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏହି ପ୍ରତିମୂର୍ତ୍ତି ତିଆରି ହୋଇଛି ।

Loading...
Loading...
Share It
  • 47
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.