ସର୍ବଂସହା ଭାରତମାତା
ରାଜୀବ ଲୋଚନ ନାୟକ
ସର୍ବସହା ତୁମେ ଅଟ ହେ ଜନନୀ,
ପୁର୍ଣ୍ୟ ପବିତ୍ର ଯା ଧାମ ।
ସମସ୍ତଙ୍କୁ ଆଜି ବକ୍ଷେ ଦେଇ ସ୍ଥାନ,
ମିଛେ ହୁଅ ବଦନାମ ||
ହିନ୍ଦୁ, ମୁସଲିମ୍, ଶିଖ, ଇଶାଇ,
କରିନ ବାଛ ବିଚାର ।
ସମସ୍ତଙ୍କୁ ଭାବି ନିଜର ସନ୍ତାନ,
କଲ ତୁମେ ଆପଣାର |
ଶୋଇଛି କି ମାତ ଗଭୀର ନିଦ୍ରାରେ,
ଚକ୍ଷୁ ଫେଡ଼ି ଦେଖ ଥରେ ।
ଅସହିଷ୍ଣୁ ବୋଲି ହୋଇଛୁ ଚିତ୍ରିତ,
ଆଜି ବିଶ୍ୱ ଦରବାରେ ।
ତୋର ଅନ୍ନ ଜଳ ଖାଇ କିଛି ଶ୍ବାନ,
ଦେଲେ ମିଥ୍ୟା ଅପବାଦ ।
କେମିତି ସହୁଛ ହେ ମମତାମୟୀ,
ଧନ୍ୟ ଧନ୍ୟ ତୁମ ଧୈର୍ଯ୍ୟ |
ସମୟ ଆଗତ ଜାଗିଉଠ ମାତ,
ଦଶଭୁଜା ରୂପ ହୋଇ ।
ସେ ମ୍ଲେଚ୍ଛ ମାନଙ୍କୁ କର ହେ ନିଧନ,
ପାପ ଯାଉ ସବୁ ଧୋଇ |
ଜାଣିଛି ଜନନୀ ସବୁ ସହିଯିବୁ,
ବଧିବୁ ନାହି ସନ୍ତାନ ।
ସେଥିପାଇଁ ପରା ହେ ବିଶ୍ୱ ଭାରତୀ,
“ସର୍ବଂସହା ” ତୁମ ନାମ ।
- 6Shares