ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ବିଶେଷ
Image result for maa durga medhaଶାରଦୀୟ ପାର୍ବଣ ଅବସରରେ ବିଭିନ୍ନ ଶୁଭକାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। ଏହା ଦ୍ୱାରା କାର୍ଯ୍ୟରେ କୌଣସି ବିଘ୍ନ ସୃଷ୍ଟି ହୋଇ ନ ଥାଏ ବୋଲି ବିଶ୍ୱାସ ରହିଛି। ତେବେ ଏହି ସମୟରେ କିଛି ବାସ୍ତୁ କାର୍ଯ୍ୟ କରିବା ଦ୍ୱାରା ଗୃହ ତଥା ବ୍ୟବସାୟ ଆଦିରେ ଶୁଭଫଳ ପ୍ରାପ୍ତି ହୋଇଥାଏ। ନବରାତ୍ରି ବା ପାର୍ବଣର ୯ ଦିନ ମଧ୍ୟରେ ଘରର ମୁଖ୍ୟ ଦ୍ୱାରରେ ମା’ ଲକ୍ଷ୍ମୀଙ୍କ ପାଦ  ଚିହ୍ନକୁ ଲଗାଇବା ବା ସ୍ଥାପନ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ପଦ୍ମଫୁଲ ଉପରେ ବିରାଜିତ ମା’ ଲକ୍ଷ୍ମୀଙ୍କ ଫଟୋ ବା ଚିତ୍ରକୁ ଘର ବା ଦୋକାନର ମୁଖ୍ୟ ଦ୍ୱାରର ଉପରିଭାଗରେ ଲଗାଇବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହାବ୍ୟତୀତ ମୁଖ୍ୟ ଦ୍ୱାରରେ ଚାନ୍ଦିର ବା ସିନ୍ଦୂରରେ ସ୍ବସ୍ତିକ ଚିହ୍ନ ଲଗାଇବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହାଦ୍ୱାରା ଘର ମଧ୍ୟକୁ ନକାରାତ୍ମକ ଶକ୍ତି ପ୍ରବେଶ କରିପାରନ୍ତି ନାହିଁ। ଘର ମୁଖ୍ୟ ଦ୍ୱାରର ପୂର୍ବ ବା ଉତ୍ତର ଦିଗରେ ପାଣିପୂର୍ଣ୍ଣ କଳସ ରଖି ସେଥିରେ କିଛି ଫୁଲ ପକାଇ ରଖନ୍ତୁ। ଏହା ଘର ପାଇଁ ଶୁଭଫଳ ଆଣିଥାଏ। ଘର ବା ଦୋକାନର ମୁଖ୍ୟ ଦ୍ୱାରରେ ଫୁଲ ଏବଂ ପତ୍ରର ତୋରଣ ଲଗାନ୍ତୁ। ଏହାଦ୍ୱାରା ଘର ମଧ୍ୟକୁ ସକାରାତ୍ମକ ଊର୍ଜା ପ୍ରବେଶ କରିଥାଏ।  ମୁଖ୍ୟ ଫାଟକର ପୂର୍ବ ବା ଉତ୍ତର ଦିଗରେ ଶୁଭଲାଭ କିମ୍ବା ଓଁର ଚିହ୍ନ ଲଗାଇବା ଦ୍ୱାରା  ମଧ୍ୟ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

Loading...
Share It
  • 95
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.