ଗାନ୍ଧିଜୀଙ୍କ ପ୍ରିୟ ‘ଭଜନ’ ହେଲା ବିଶ୍ୱବ୍ୟାପକ: ସଂଗୀତରେ ସମ୍ମାନ ଜଣାଇଲେ ୧୨୪ ରାଷ୍ଟ୍ର

ଜ୍ଞାନକୋଷ
Image result for mahatma gandhi
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭକ୍ତି ସଙ୍ଗୀତ ‘ବୈଷ୍ଣବ ଜନ ତୋ’କୁ ୧୨୪ ଦେଶର କଳାକାର ଗାଇ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଛନ୍ତି। ତାଙ୍କର ୧୪୯ତମ ଜନ୍ମତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ‘ଭଜନ’ କାର୍ଯ୍ୟକ୍ରମ ଲଞ୍ଚ୍‌ କରିଥିଲେ। ମହାତ୍ମା ଗାନ୍ଧୀ ଇଣ୍ଟରନ୍ୟାଶନାଲ୍‌ ସାନିଟେଶନ୍‌ କନ୍‌ଫରେନ୍ସର ସମାବର୍ତ୍ତନ ଉତ୍ସବରେ ଏହା ଉନ୍ମୋଚନ ହୋଇଥିଲା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ବିବୃତିରେ କୁହାଯାଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ, ପାନୀୟ ଜଳ ଓ ପରିମଳ ମନ୍ତ୍ରୀ ଉମା ଭାରତୀ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉତ୍ସବରେ ଉପସ୍ଥିତ ଥିଲେ।
ଗାନ୍ଧିଜୀଙ୍କ ୧୪୯ତମ ଜନ୍ମବାର୍ଷିକୀର ଅଂଶ ସ୍ବରୂପ ୧୨୪ ଦେଶର କଳାକାରମାନେ ତାଙ୍କର ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’ ଗାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ପ୍ରସିଦ୍ଧ ଗୁଜରାଟୀ ଗୀତକୁ ରଚନା କରିଥିଲେ ପଞ୍ଚଦଶ ଶତାବ୍ଦୀର କବି ନରସିଂହ ମେହେଟା ଏବଂ ଏହା ଗାନ୍ଧିଜୀଙ୍କର ଅତ୍ୟନ୍ତ ପ୍ରିୟ ଥିଲା। ସେ କୌଣସି ବୈଠକ ଆରମ୍ଭ କରିବା ପୂର୍ବରୁ ନିୟମିତ ଏହି ଭଜନ ଗାନ କରାଯାଉଥିଲା।
ଆର୍ମେନିଆଠୁ ଆରମ୍ଭକରି ଆଙ୍ଗୋଲା, ଶ୍ରୀଲଙ୍କାଠୁ ସର୍ବିୟା ଏବଂ ଇରାକ୍‌ଠୁ ଆଇସ୍‌ଲ୍ୟାଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ଦେଶର ଗାୟକ ଗୋଷ୍ଠୀ ଏହି ଭଜନ ଗାଇ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ।

Loading...
Share It
  • 129
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.