ଶନିବାର, ଆଜିର ରାଶିଫଳ, ୨୮.୦୪.୨୦୧୮

ରାଶିଫଳ

ମେଷ:-

ଆଜି ମୁଖଭାବରେ ଶୁକ୍ର ରହିଥିବାରୁ ଆପଣ ମଧୁର ବ୍ୟବହାର ଦ୍ୱାରା ଅନ୍ୟମାନଙ୍କୁ ଆପଣାର କରିପାରିବେ। ଚନ୍ଦ୍ରଙ୍କ ଷଷ୍ଠଭାବାବସ୍ଥାନ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତାକୁ ଭଗ୍ନ କରିପାରେ। ଆକସ୍ମିକ କୌଣସି ଆଗନ୍ତୁକଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ାର ସୂଚନା ରହିଛି। ଖର୍ଚ୍ଚ ପରିମାଣ ବୃଦ୍ଧ ିପାଇବା ହେତୁ ଚିନ୍ତିତ ରହିପାରନ୍ତି।

ବୃଷ:-

ଶୁଭ ଗ୍ରହମାନଙ୍କ ପ୍ରଭାବରୁ ଦିନସାରା ଖୁସି ମନରେ କାମ କରିବେ ା କର୍ମ କ୍ଷେତ୍ରରେ ଅଟକି ରହିଥିବା କାମର ଚିନ୍ତା ଦୂରୀଭୂତ ହୋଇଯିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ଭଲରେ ଚାଲିବ, କିନ୍ତୁ ଲାଭ ପାଇବାରେ ସନ୍ତୋଷ ଆସି ନ ପାରେ ା ବନ୍ଧୁମାନଙ୍କ ଜରିଆରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।

ମିଥୁନ:-

ଧନାଧିପ ପରିବାର ସ୍ଥାନରେ ଅବସ୍ଥାନ କରି ଘର ପାଇଁ କୌଣସି ନୂଆ ଜିନିଷ ଆଣିବା ସକାଶେ ମନ ବଳାଇ ପାରନ୍ତି । ନୂତନ ଗୃହ,ଜାଗାବାଡ଼ି,ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ କ୍ରୟ କରିବାର ସୁଯୋଗ ପାଇବେ । ପ୍ରତିଯୋଗିତା, କଳା, ସାହିତ୍ୟ, ଚଳଚ୍ଚିତ୍ର ତଥା ପ୍ରଶାସନିକ କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ ।

Loading...

କର୍କଟ:-

ରାଶିରେ ରାହୁ ଏବଂ ବୁଧଙ୍କ ପ୍ରତି ଚନ୍ଦ୍ରଙ୍କ ପ୍ରତ୍ୟକ୍ଷ ସମ୍ବନ୍ଧ ଆପଣଙ୍କୁ ବିଭିନ୍ନ ସ୍ଥାନ ପରିଭ୍ର୍ରମଣର ସୁଯୋଗ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଆଶା ଓ ନିରାଶାର ଦୋଛକିରେ ରହି ସମୟକୁ ପ୍ରତୀକ୍ଷା କରିବାକୁ ପଡ଼ିପାରେ। ପଡ଼ୋଶୀଙ୍କ ସୌହାର୍ଦ୍ଦ୍ୟରୁ ପରିବାର ମଧ୍ୟରେ ପୂର୍ବ ସମସ୍ୟା ସମାଧାନ ହେବ। ବନ୍ଧୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ।

ସିଂହ:-

ଆଜି ଆପଣଙ୍କ ହସିଲା ମୁହଁର ଆକର୍ଷଣୀୟ ମନଲୋଭା କଥାରେ ଅଳି କରୁଥିବା ସନ୍ତାନ, ରାଗ ପଡ଼ିଥିବା ପଡ଼ୋଶୀଙ୍କ ମନ ବଦଳିଯିବ। କର୍ମକ୍ଷେତ୍ରରେ ଯେ କୌଣସି ପରିସ୍ଥିତି ଆପଣଙ୍କ ପାଇଁ କୌଣସି ଅସୁବିଧା ସୃଷ୍ଟି କରିପାରିବ ନାହିଁ। ଆନୁଷ୍ଠାନିକ କାମ, କଳା, କ୍ରୀଡ଼ା, ସଙ୍ଗୀତ ପ୍ରଭୃତି ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।

କନ୍ୟା:-

ଗ୍ରହ ସମ୍ପର୍କର ଶୁଭତ୍ୱ ଆପଣଙ୍କ ସ୍ଥଗିତ କାମକୁ ପୁନଃ ଆରମ୍ଭ କରିବାର ଅନୁକୂଳ ପ୍ରାପ୍ତ ହେବ । ବନ୍ଧୁଙ୍କ ପରାମର୍ଶରେ ଜନ କଲ୍ୟାଣକାରୀ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। କିଣାବିକା କ୍ଷେତ୍ରରେ ପଇସା ଦେବାନେବାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ାର ଆଶଙ୍କା ରହିଛି । ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।

ତୁଳା:-

ଦ୍ୱାଦଶସ୍ଥ ଚନ୍ଦ୍ର ପ୍ରଭାବରୁ ସରକାରୀ କାମରେ ଆଜି ଯାତ୍ରା କରିବାକୁ ପଡ଼ିପାରେ । ଶିଳ୍ପ, ବାଣିଜ୍ୟ, ପରିବହନ, ସଭାସମିତି, ରାଜନୀତି, ସଙ୍ଗଠନ, ଗବେଷଣା ଓ ପ୍ରତିଯୋଗିତା କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ । ପରିବାରରେ ଛୋଟ ଛୋଟ କଥାକୁ ନେଇ କଡ଼ା କରି କହିଲେ ପରିସ୍ଥିତି ଉଗ୍ରରୂପ ଧାରଣ କରିବ।

ବିଛା:-

କର୍ମାଧିପତିଙ୍କ ଉଚ୍ଚାବସ୍ଥାନ ପଦସ୍ଥବ୍ୟକ୍ତିମାନଙ୍କ ଦ୍ୱାରା କାର୍ଯ୍ୟସାଧନର ପ୍ରତୀକ ହୋଇପାରେ । ଏଣେ ସପ୍ତମସ୍ଥ ଶୁକ୍ର ବ୍ୟବସାୟରେ ଉନ୍ନତମାନର ଫଳ ପ୍ରଦାନ କରିବ ା କଳା, ସାହିତ୍ୟ ପ୍ରଭୃତିରେ ସୁନାମ ଅର୍ଜନ କରିବା ସହ ବହୁଜନ ପ୍ରଶଂସିତ ମଧ୍ୟ ହୋଇପାରନ୍ତି। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା ହେତୁ ସାମୟିକ ଚିନ୍ତିତ ରହିପାରନ୍ତି।

ଧନୁ:-

ସାମଗ୍ରିକ ଦୃଷ୍ଟିକୋଣରୁ ଦିନଚର୍ଯ୍ୟା ସୁରୁଖୁରୁରେ ସମ୍ପନ୍ନ ହେବ। ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାଯର୍‌ୟକାରୀ କରିବାରେ ପ୍ରତିବନ୍ଧକ ଦୂରେଇଯିବ। ପାରିପାର୍ଶ୍ୱିକ ପରିସ୍ଥିତି ଭଲ ନ ଥିଲେ ମଧ୍ୟ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି।

ମକର:-

ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁମାନଙ୍କ ପରୋକ୍ଷ ଶତ୍ରୁତାକୁ ନେଇ କିଛି ନା କିଛି ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବ। ଅଭାବ ନ ଥିଲେ ମଧ୍ୟ ମୋଟାଅଙ୍କର ଅର୍ଥର ଆବଶ୍ୟକତାକୁ ନେଇ ଧାର କରଜ କରିବାକୁ ବାଧ୍ୟ ହେବେ। ଯାନବାହନ, ଆଲୋଚନା, ଯାତ୍ରା ସମୟରେ ସତର୍କତାର ଅଭାବ ସମସ୍ୟା ସୃଷ୍ଟି କରିବ ।

କୁମ୍ଭ:-

ଆପଣଙ୍କ ଦୃଢ଼ ଇକ୍ତାଶକ୍ତି ସାଙ୍ଗକୁ ଅପ୍ରିୟସତ୍ୟ ଭାଷଣ ନୂତନ ସମସ୍ୟା ସୃଷ୍ଟି କରିବ। ଶୁକ୍ରଙ୍କ ସୁପ୍ରଭାବରୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅକ୍ଷୁଣ୍ଣ ରହିବ। ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ବଜେଟ୍‌ ପ୍ରସ୍ତୁତ କରିପାରନ୍ତି। କର୍ମ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ, ଯାହାକି ଅନର୍ଥର କାରଣ ହୋଇପାରେ।

ମୀନ:-

ଷଷ୍ଠାଧିପ ଧନସ୍ଥାନରେ ରହି ଅର୍ଥ ସମ୍ପର୍କିତ ବିବାଦର ମୂଳଦୁଆ ପକାଇପାରନ୍ତି। ଅପରାହ୍ନରେ ପାଖ ପଡ଼ୋଶୀଙ୍କ ସହାୟତାରେ ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ବାକ୍‌ ସଂଯମତା ଅଭାବରୁ ସହକର୍ମୀଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିପାରେ।

Loading...
Share It
  • 33
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.