ରାଜ୍ୟ ସଭା ରାଜନୀତି ବନାମ ଓଡ଼ିଆ ଭାଷା ଓ ଓଡ଼ିଆ ଜାତିକୁ ସମ୍ମାନ
=========================================
ଭାରତୀୟ ରାଜନୀତି ଓ ଗଣତାନ୍ତ୍ରୀକ ବ୍ୟବସ୍ଥାରେ ଦଳ ବଦଳ ଏକ ନିତିଦିନିଆ ଘଟଣା ଭୋଟରକୁ ଭୋଟଦେବାର ସ୍ୱାଧୀନତା ପରି ନେତାଙ୍କୁ ଦଳବଦଳ ସ୍ୱାଧୀନତା ମିଳି ସାରିଛି । ଯଦିଓ ଏଥିନିମନ୍ତେ କିଛି ଆଇନ୍ କଟକଣା ରହିଛି , ତାହା କିନ୍ତୁ ପ୍ରଭାବ ବିସ୍ତାରୀନୁହଁ । ବିଶେଷ କରି ଓଡିଶାର ରାଜନୈତିକ ପାଣିପାଗ ସଂପୂର୍ଣ୍ଣ ଭିନ୍ନ । ସମଗ୍ର ଦେଶରେ ବିଜେପି ପବନ ବହିବାର ଲାଗିଛି । ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ନିତୀକୁ ଦେଶ ପ୍ରଶଂସା କରୁଛି, ତେଣୁ ତାଙ୍କ ପ୍ରତି ସାଧାରଣରେ ଭରଷା ସୃଷ୍ଟିହୋଇଛି, କିନ୍ତୁ ଦେଶର ସାଧାରଣ ଜନତାଙ୍କର ପ୍ରତ୍ୟେକ୍ଷ୍ୟ ସ୍ୱାର୍ଥରେ ଲାଗିଲା ପରି କିଛି ଆଖିଦୃଶିଆ କାର୍ଯ୍ୟ ,ମୋଦି ସରକାରଙ୍କର ଅବଧି ଦୃଶ୍ୟମାନ ହୋଇ ନାହିଁ । ମାତ୍ର ୬୦ ଦିନରେ ଦେଶର ଚିତ୍ର ବଦଳିବା, ସାଧାରଣ ଅର୍ଥ ନୈତିକ ଅବସ୍ଥାର ତଳେ ଥିବା ଜନତାଙ୍କର ଅବସ୍ଥା ସୁଧୁରିବା ପରି ବାର୍ତ୍ତା ଦେଇଥିବା ମୋଦି ଆଜି ଫେଲ୍ ମାରିଛନ୍ତି । ଦେଶକୁ କଳାଧନ ଫେରାଇ ଆଣିବାର କାର୍ଯ୍ୟକ୍ରମରେ ସରକାର ମଧ୍ୟ ସେମିତି କିଛି ଆଖୁ ଦୃଶିଆ ସଫଳତା ପାଇଲେ ନାହିଁ ବରଂ ସେହି କାର୍ଯ୍ୟକ୍ରମକୁ ପ୍ରୟୋଗରେ କୋଟି କୋଟି ଟଙ୍କା ଦେଶର କ୍ଷତିହେଲା । ଲାଭ କିଛି ହେବାର ଅନୁଭବ ଆସିଲା ନାହିଁ । ସାଧାରଣ ଜନତା ବହୁ ଅତିଷ୍ଠ ହେଲା । ତାପରେ ଓଡ଼ିଶାରେ ବିଜେପିର ଯଦିଓ ପ୍ରଭାବ ବିସ୍ତାର କରିଛି ବୋଲି କୁହା ଯାଉଛି ତାହା କିନ୍ତୁ ସତ ବୋଲି ମାନି ହେବନାହିଁ । ଯାହା କିଛି ଭୋଟ ଖେଳ ଚାଲିଛି ନରେନ୍ଦ୍ର ମୋଦିଙ୍କ ନାମରେ ଆଜି ଭାରତରେ ମୋଦି ସରକାର ଚାଲିଛି ବୋଲି ଯୋରଦେଇ କହିବାକୁ ହେବ , ଭୋଟ ମିଳୁଛି ମୋଦିଙ୍କ ନାମରେ ବିଜେପି ନାମରେ ନୁହଁ । ବିଜେପି ଦଳର ହୀନମନ୍ୟତା କାର୍ଯ୍ୟକ୍ରମକୁ ସମଗ୍ର ଜାତି ନିନ୍ଦା କରୁଛି । ଏକ ସାଧାରଣ ସଭାରେ ନବୀନ ବାବୁଙ୍କ ଉପରକୁ ଚପଲ ମାଡ ହେଉ କିମ୍ବା ତ୍ରିପୁରାର ବିଶ୍ୱର ଅନ୍ୟତମ ସାମ୍ୟବାଦ ନେତୃତ୍ବ ଲେଲିନି ମୂର୍ତ୍ତୀଭଙ୍ଗା ଘଟଣା ହେଉ ତାହାକୁ ଏକ ସାଂପ୍ରଦାୟିକ ଚେତନାର କଥା ବୋଲି ଧରିବାକୁ ହେବ ଓ ସାଧାରଣରେ ମଧ୍ୟ ତାହା ସ୍ପଷ୍ଟ ହୋଇଯାଇଛି । ସେହିପରି ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ନେତ୍ବକୁ ସାଧାରଣରେ ଗ୍ରହଣ କରି ପାରୁ ନାହାଁନ୍ତି । ତାଙ୍କ ନାମରେ ପୂର୍ବରୁ ବହୁ କଳାକାରନାମା ଦୃଷ୍ଟିଗୋଚର ହେଉଛି । ଏପରିକି ବିଜେପି ସଂଘ ପରିବାରକୁ ସେ ପଛରେ ପକାଇ ନିଜର ରାଜନୈତିକ ସାର୍ଥକୁ ହାତେଇବାକୁ ସଂଘ ଗ୍ରହଣ କରିପାରୁ ନାହିଁ । ଏହାର ଚିତ୍ର ପୁରପଲ୍ଲୀରେ ଆଜି ଦୃଶ୍ୟମାନ ହେଉଛି । ଅପରପକ୍ଷେ ନବୀନ ସରକାର ଦୀର୍ଘ ବର୍ଷହେବ ଓଡ଼ିଶାରେ ଶାସନ କରୁଥିଲେ ମଧ୍ୟ ତାଙ୍କର ପ୍ରିୟତା ଅବଧି କମିନାହିଁ । ଗରୀବ ମାନଙ୍କ ଲାଗି ତାଙ୍କର ଯୋଜନା ସୁଦୂର ପ୍ରଶାରୀ ହୋଇଛି । କେନ୍ଦ୍ର ସରକାର ଯେତେ ପ୍ରକାର ଯୋଜନା କରୁଛନ୍ତି ରାଜ୍ୟ ସରକାର ଆଉ ଦୁଇପାଦ ଆଗେଇ ତାଙ୍କର ଯୋଜନାକୁ ଫଳପ୍ରଶୁ କରିବାକୁ ଅତ୍ୟନ୍ତ ଯବାନ ହୋଇଛନ୍ତି । ବିଜେଡି ଦଳରେ ପ୍ୟାରୀ ମୋହନ ମହାପାତ୍ରଙ୍କ ପରେ ପରେ ବହୁ ହଟଚମଟ ସୃଷ୍ଟିହୋଇଥିଲେ ବି ତାହା ସବୁ ବିଜେଡିକୁ ସୁହାଉଛି । ବିଜେଡି ଦଳର ବୈଜୟନ୍ତ ପଣ୍ଡା କେବଳ ଜଣେ ପ୍ରଭାବ ବିସ୍ତାରୀ ବ୍ୟକ୍ତି ନଥିଲେ ଅର୍ଥନୈତିକ ସ୍ୱଚ୍ଛଳତା ଓ ଓଟିଭି ପରି ଗଣ ମାଧ୍ୟମକୁ ବିଜେଡି ତାର ଅସ୍ତ୍ର ଭାବେ ବ୍ୟବହାର କରୁଥିବାର ଶୁଣିବାକୁ ମିଳୁଥିଲା ତାଙ୍କର କାର୍ଯ୍ୟକ୍ରମ ପାଇଁ ଦଳରୁ ବିଦାହେବାକୁ ପଡିଲା । ତାହା ଦଳ ପାଇଁ ଯେତିକି ଲାଭ ହେଲା ବୋଲି ବିଚାର କରାଯାଉଥିଲା କିଛି କମ୍ କ୍ଷତି ହୋଇନଥିଲା । କିନ୍ତୁ ନବୀନ ସରକାରଙ୍କର ରାଜ୍ୟ ସଭା ନିର୍ବାଚନ ରାଜନୀତି ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି । ନବୀନ ପଟ୍ଟନାୟକ ଠିକ୍ ଭାବରେ ଓଡ଼ିଆ କହି ଜାଣି ନଥିବା ବ୍ୟକ୍ତି ଭାବରେ ସମସ୍ତେ ଜାଣନ୍ତି । ସେଥିପାଇଁ ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ କର୍ଣ୍ଣଧାର ବୋଲି କୁହାଯାଉଥିବା ସୌମ୍ୟ ରଂଜନ ପଟ୍ଟନାୟଙ୍କୁ ରାଜ୍ୟ ସଭାକୁ ପଠାଇ ଓଡ଼ିଆ ଭାଷାର ସ୍ୱାର୍ଥ ଓ ସର୍ବୋପରି ଓଡିଶାରସ୍ୱାର୍ଥ କୁ ସଠିକ୍ ସମ୍ମାନ ଦେଇଛନ୍ତି ବୋଲି ଆଜି ସାଧାରଣରେ ଡିଣ୍ଡିମ ବାଜୁଛି । ଅପରପକ୍ଷେ ଓଡ଼ିଶାର ନଂ୧ ଖବର କାଗଜ ସମ୍ବାଦ ଓ ଅଗ୍ରଣୀ ଗଣ ମାଧ୍ୟମ କନକ ଟିଭି ପରୋକ୍ଷରେ ନବୀନ ସରକାରଙ୍କ ବାର୍ତ୍ତା କହିବ ବୋଲି ସାଧାରଣରେ ଆଲୋଚନା ହେଉଛି । ସେ ଦୃଷ୍ଟିକୋଣରୁ ବିଚାରକଲେ ନବୀନ ସରକାର ବହୁତ ଲାଭରେ ରହିଲେ ବାଲି ଧରିବାକୁ ହେବ । ଅପରପକ୍ଷେ ଅଚ୍ୟୁତ ସାମନ୍ତ ଜଣେ ଦିଗନ୍ତ ବିସ୍ଥାରୀ ସାଧାରଣ ଜନମାନସର ନେତୃତ୍ବ । ସେ ଯଦିଓ ପ୍ରତ୍ୟେକ୍ଷ ରାଜନୀତିରେ ନଥିଲେ , କିନ୍ତୁ ସମାଜ ସେବା କ୍ଷେତ୍ରରେ ତାଙ୍କର ଭୂମୀକା ସମଗ୍ର ଓଡ଼ିଶା ଜାଣେ । ହଜାର ହଜାର ଆଦିବାସୀ ଗରୀବ ପରିବାରର ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ ତାଙ୍କର ଏକ ବଳିଷ୍ଠ ସମାଜେସବାର ନିଦର୍ଶନ । ଆଜିକାଲି ସାମାଜିକ ବ୍ୟବସ୍ଥା ଯାହା ହେଲାଣି ଆମେ ରାଜନୀତି କରିଛୁ ଲୋକଙ୍କ ସେବା ପାଇଁ ତାହା ନିରୋଳା ମିଛ ବୋଲି ଶୁଣିବାକୁ ମିଳେ । ସବୁ କିଛି କରିବାକୁ ହେଲେ କେବଳ ଟଙ୍କା ଆଉ ଟଙ୍କାର ଖେଳ ବୋଲି ଧରିବାକୁ ହେବ । ଅଚ୍ୟୁତ ସାମନ୍ତ ସେ ଦୃଷ୍ଟି କୋଣରୁ ଏତେ ସଚ୍ଛଳଯେ ତାଙ୍କ କଥା ନକହିଲେ ଭଲ । ଏପରିକି ଓଡ଼ିଶାକୁ ବର୍ଷବର୍ଷ ଧରି ବିଭିନ୍ନ ଦିଗରୁ ସହାୟ ହେବାର କଥା ତାଙ୍କ ଠାରୁ ଓଡିଶା ବାସୀ ଆଶା କରନ୍ତି । ତିନି ନମ୍ବର ନେତା ପ୍ରଶାନ୍ତ ନନ୍ଦ , ତାଙ୍କର ଜନପ୍ରିୟତା ଆଜି ବି ଓଡ଼ିଶାର ଜନମାନସରେ ଅଛି । ତାଙ୍କପରି ଜଣେ ସକୋଟ , ନିର୍ଭୁକ୍, ତଥା ଜ୍ଞାନୀ ମାନୀ ବ୍ୟକ୍ତି ସତରେ ବିରଳ । ତାଙ୍କୁ ରାଜ୍ୟ । ସଭାକୁ ଯିବାର ସୁଯୋଗଦେଇ ନବୀନ ପଟ୍ଟନାୟକ ଓଡିଶା କଳା ଚାତୁରୀକୁ ମହାସମ୍ମାନର ଆସନରେ ବସାଇଛନ୍ତି । ଓଡ଼ିଶାର ଏହି ୩ ମହାରଥୀଙ୍କୁ ନିଜ ସପକ୍ଷକୁ ନେଇ ନବୀନ ବାବୁ ଯେଉଁ ଇତିହାସ ସୃଷ୍ଟି କରିଛନ୍ତି ତାହାକୁ ସାରାରାଜ୍ୟ ଆଜି ଭୁରୀ ଭୁରୀ ପ୍ରଶଂସା କରିବା ସହ ନିଜ ଦଳପାଇଁ ଆଗାମୀ ନିର୍ବାଚନରେ ୧୨୦ ଆସନ ହାତେଇବାପାଇଁ ଦେଖୁଥିବାର ସ୍ୱପ୍ନକୁ ବଳବତର କରିଥିବାର ସ୍ପଷ୍ଟ ଅନୁମେୟ ।
Share It