ବସନ୍ତର ଶୁଭାଗମନ i ସୂର୍ଯ୍ୟଙ୍କର ସ୍ବର୍ଣ୍ଣାଭ କିରଣରେ ଧରା ଆନନ୍ଦିତ i ଛୁରିଆନା ଫୁଲର ସୁଗନ୍ଧରେ ଚଉଦିଗ ଫାଟିପଡୁଛି i ଦୋଳ ବିମାନରେ ଶ୍ରୀ ରାଧାମୋହନ ଫଗୁ ଖେଳିବାକୁ ମେଲଣ ଅଭିମୁଖେ ଧାବମାନ i ଆବାଳ ବୃଦ୍ଧ ବନିତା ସଭିଏଁ ଆନନ୍ଦରେ ବିଭୋର i ଆଲ୍ହାଦମୟୀ ରାଧାରାଣୀ ଓ ପରମପୁରୁଷ ଶ୍ରୀ କୃଷ୍ଣଙ୍କ ମର୍ତ୍ୟଲୀଳା ଅବଗାହନ କରି ଜୀବନକୁ ସାର୍ଥକ କରିବେ i ଠିକ ସେହି ସମୟରେ ସତ୍ୟର ସ୍ଵାକ୍ଷର ବହନ କରି ବଜ୍ରବାଣ ୱେବଚାନେଲ ଆତ୍ମପ୍ରକାଶ କରିଛି i ଆଶା କରୁଛି ସଭିଙ୍କ ମନରେ ହରସତାର ସୋକ୍ଷ୍ୟ ପ୍ରଦାନ କରିବ i ମଧୁମାଳତୀର ସୁଗନ୍ଧରେ, ହେନାର ମହ ମହ ବାସ୍ନାରେ ବିରହୀ ବିଦୁର ମନଟି ପୁନଶ୍ଚ ସୁଖସ୍ୱପ୍ନରେ ନିଜକୁ ହଜାଇ ଦେଇଛି i ପତ୍ର ଝାଡିଥିବା ବୃକ୍ଷ ରାଜି ସବୁ ନୂତନ ଭାବେ ପତ୍ର ପଲ୍ଲବିତ ହୋଇ ନିଜକୁ ସଜାଡୁଛନ୍ତି ,ସେତିକି ବେଳେ ବଜ୍ରବାଣ ନୂତନ ଭାବେ ସଜାଇ ହୋଇ ଆପଣ ମାନଙ୍କୁ ଚିନ୍ତାମୁକ୍ତ କରିବାକୁ ସଜ ହୋଇ ସଭିଙ୍କ ସହଯୋଗକୁ ପ୍ରତୀକ୍ଷା କରି ଆପଣ ମାନଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି i
ii ଜୟ ରାଧାମୋହନ ii
Loading...
Share It