ସମ୍ପାଦକୀୟ ……………………….

ସମ୍ପାଦକୀୟ

                                   ଆଜିର ସାମ୍ବାଦିକତା ଓ ତାର ବିପର୍ଯ୍ୟୟ

ସମ୍ପାଦକୀୟ ……………………….

ସମ୍ବାଦ ଓ ସାମ୍ବାଦିକତା ଦୁଇ କଥା ପରିପୂରକ | କିନ୍ତୁ ଆଜିର ସାମାଜିକ ଵ୍ୟଵସ୍ଥା ଭିତରେ ସାମ୍ବାଦିକତା ଏକ କଳୁଷତା ପୁର୍ଣ ଅଧ୍ୟାୟରେ ପରିଣତ ହେବାକୁ ବସିଲାଣି | ଆଜିର ସାଧାରଣ ଜନତା ଗଣମାଧ୍ୟମ କୁ ଯେତିକି ଭରଷା କରୁଛି  , କିଛି ସାମ୍ବାଦିକଙ୍କ ପାଇଁ ସେତିକି ଭରଷା କମି କମି ଯାଉଛି | ରାଜଧାନୀରେ ରହୁଥିବା ସାମ୍ବାଦିକ ମାନେ ବଡ ସାମ୍ବାଦିକ ର ଆଖ୍ୟା ବହନ କରିଥିବା ବେଳେ , ସେମାନଙ୍କ ସ୍ୱାର୍ଥ ହାସଲ ହୋଇଗଲେ ଗ୍ରାମାଞ୍ଚଳ ସାମ୍ବାଦିକ ମାନେ ମଲେ କେତେ ଗଲେ କେତେ ସେପାଇଁ ସେମାନଙ୍କ ନଜର ନାହିଁ  | ଅପରପକ୍ଷ୍ୟେ ସାଧାରଣରେ ଗୋଟେ କଥା ଶୁଭୁଛି ଯେ , ଆଉ ସେ ସମ୍ବାଦ ପତ୍ର ନାହିଁ କିମ୍ବା ସେ ସାମ୍ବାଦିକତା ନାହିଁ  | ଏହା ମଧ୍ୟ ସତକଥା , କିଛି ଅନୁଭବ ଆସିଛି | କିଛି ଦିନ ତଳେ ୨ ଜଣ ସାମ୍ବାଦିକ ଗୋଟେ କଲେଜ  ଆସିଲେ | ସେ ଜାଣି ନାହାନ୍ତି ଆଜି କାଲି କଲେଜ ଦୁଇ ଭାଗରେ ବିଭକ୍ତ ହୋଇଗଲାଣି | ଯେଉଁ କେଶ ପାଇଁ ସେ ଆସିଛନ୍ତି ସେ କେଶ ର ମାଲିକାନା +୩ ମହାବିଦ୍ୟାଳୟ ବୋଲି | ଭୁଲ ରେ +୨ ମହାବିଦ୍ୟାଳରେ ପଶି ଯାଇଛନ୍ତି  | +୨ ଅଧ୍ୟକ୍ଷ କହିଲେ ମୁଁ ସେ ବିଷୟରେ କିଛି କହି ପାରିବି ନାହିଁ | ସାମ୍ବାଦିକ କହିଲେ କଣ କହିପାରିବ ନାହିଁ .ଆଉ କାହିଁକି କହି ପାରିବ ନାହିଁ | ତାପରେ ବୁମ ତାଙ୍କ ମୁହଁ ପାଖରେ ଲଗାଇଲେ | ଅଧକ୍ଷ କହିଲେ ମୁଁ କଣ ଜାଣିଛି ଯେ କହିବି | ସେ କିନ୍ତୁ ନଛୋଡ ବନ୍ଧା | କୁହ ନହେଲେ ଦିଅ | ପୁଣି ସାମ୍ବାଦିକ କହିଲେ ତୁମର ସିନା ସେ କେଶ ନାହିଁ , କିନ୍ତୁ ଆଉ ବହୁତ କେଶ ଅଛି ନ ନାହିଁ  ସବୁ ସେକଥା  ବାହାର କରିବୁ | ଏଠାରେ ମଣିଷ କଣ କରି ପାରିବ କୁହ | ଜୋର ଜବରଦସ୍ତ କରି ବହୁତ କଷ୍ଟରେ ୧୦୦୦ଟଙ୍କା ନେଲେ | ତାପରେ ଗଲେ +୩  ଅଧକ୍ଷ୍ୟଙ୍କ ପାଖକୁ, ସେଠାରେ ସେମିତି ବହୁତ ବକିଲେ  , ଯେହେତୁ ଏହା +୩ କେଶ ସେଠାରୁ ଯାହେଉ କିଛି ଅଧିକ ମାଲ ହାତ ଚଢ଼ାଇ ବାହାରିଲେ , ଆମେ ଏହିକଥା ବାହାରେ ଥାଇ ଦେଖୁଥିବା ଲୋକ କିପରି ଜାଣିବୁ , ଆମେ ଭାବିଲୁ ଆଜି ସନ୍ଧ୍ୟାରେ ଟିଭି ରେ ଦେଖିବୁ | ଅନାଇ ଅନାଇ ଆଖି ପୋଡିଲା କିନ୍ତୁ ଆଉ ଟିଭି ରେ କିଛି ବାଜିଲା ନାହିଁ | କାହିଁକି ବାଜିଲା ନାହିଁ ପଛରେ ବୁଝିଲା ବେଳକୁ ଉପରେ ଯାହା ଲେଖିଛୁ ସେହିକଥା ସବୁ ଶୁଣିବାକୁ ମିଳିଲା | ଏହା ହେଲା ଆମ ସାମ୍ବାଦିକତା | ଏବେ ଆପଣ ମାନେ କୁହନ୍ତୁ ଏହି ସାମ୍ବାଦିକତା ଆପଣଙ୍କୁ କିପରି ଲାଗିଲା | ଆମର ଯେହେତୁ ଏହା ଗୋଟେ ସେହି ସମ୍ବାଦ ପତ୍ର ଲାଇନି ଆମ୍ଭେ କିଛି କହିବା ଠିକ ହେବ ନାହିଁ | ତାପରେ ସେ ବିଷୟରେ କିଛି ଖୋଲ ଟାଡା କଲାରୁ ଜଣା ପଡିଲା ଯେ +୨ ଅଧକ୍ଷ ୧୦୦୦ ତାଙ୍କ ଦେଲାରୁ ସେ କାଳେ କହିଲେ ଆମ୍ଭେ ଗୋଟେ କାର କରି ଆସିଛୁ ତା ଭଡା କେତେ କହିଲ ,ଏହି ୧୦୦୦ ଟଙ୍କା କିପରି ହେବ ଯେ  ? ସେ ହାତଗୋଡ ଧରି ତାଙ୍କ ଅବସ୍ଥା କହି ତାଙ୍କୁ ବିଦା କଲେ | ଧିକ ତୁମ ସାମ୍ବାଦିକତା | ପୁରୀ ପଳାଉନା ହାତରେ କାନାଗୁଡ଼ାଇ ଭିକ ମାଗିବ | ଏଗୁଡ଼ାକ ସାମ୍ବାଦିକ କୁଳର ଗୋଟେ ଗୋଟେ କଳଙ୍କ ବୋଲି ଭାବିବାକୁ ହେବ | ଏମିତି ସାମ୍ବାଦିକ ରହିଲେ ସେ ଗଣ ମାଧ୍ୟମର ଭବିଷ୍ୟତ କଣ ଆପଣମାନେ ବିଚାର କରିବେ | ହେ ବନ୍ଧୁ , ସ୍ୱାଭିମାନକୁ ଏମିତି ଜଳାଞ୍ଜଳି ଦିଅନାହିଁ | ମଣିଷ ପଣିଆ କୁ ନେଇ ବଂଚି ଶିଖ | ତୁମ ଉପରେ ପରା ଦେଶ ଜାତି ବିଶ୍ୱାସ ଭରଷା କରିଛି | ବିଶ୍ୱାସରେ ବିଷ ଦିଅନାହିଁ | ନିଜ ଉପରେ ସବୁ ପଡିଯିବ | ଅବଶ୍ୟ ଗ୍ରାମାଞ୍ଚଳର ସାମ୍ବାଦିକ ମାନଙ୍କ କଥା କହିଲୁ ବୋଲି ଏମିତି ଲାଗୁଛି | କିନ୍ତୁ ସହରାଞ୍ଚଳର ସାମ୍ବାଦିକ ମାନେ ସବୁ ଦିନ ରାଜନେତାଙ୍କ ପାଖରେ ମୁଣ୍ଡ ବିକୁଛନ୍ତି | ସେମାନେ ମଧ୍ୟ ସରକାରଙ୍କର ବଡ଼ପଣ୍ଡା ସାଜି ତାଙ୍କୁ ଘଣ୍ଟ ଘୋଡାଇ ନିଜେ ଆଉ ନିଜ ପରିବାର କିପରି ଲାଳେ ଲାଲ ହେବେ ସେପାଇଁ କାମ କରୁଛନ୍ତି ଅବଶ୍ୟ ସବୁ ସାମ୍ବାଦିକ ସେମିତି ନୁହଁ ବା ଆମ୍ଭେ ସବୁ ସାମ୍ବାଦିକଙ୍କ କଥା କହୁ ନାହୁଁ , ସବୁ ସେପରି ହେଲେ ଦେଶର ଚତୁର୍ଥ ସ୍ତମ୍ବ ଭୁଶୁଡି ପଡ଼ନ୍ତାନି | ଆଜି କେବଳ ଦେଶ ରହିଛି ଚତୁର୍ଥ ସ୍ତମ୍ଭ ପାଇଁ | ଯେଉଁ ମାନେ ଏହି ବିଶ୍ୱାସ ଭରଷା ବଜାଇ ରଖିଛନ୍ତି ସେମାନଙ୍କୁ  ବଜ୍ରବାଣ ଶତ ପ୍ରଣାମ କରୁଛି  |

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.