ସମ୍ପାଦକୀୟ ………………..

ସମ୍ପାଦକୀୟ


ସମାଜବାଦ ଗଣତାନ୍ତ୍ରିକ ରାଷ୍ଟ୍ର ବନାମ ସଂପ୍ରଦାୟିକତା

=========================================================

 
ଭାରତ ବର୍ଷ ସାର୍ବଭୌମ୍ୟ ସମାଜବାଦ ଗଣତାନ୍ତ୍ରିକ ରାଷ୍ଟ୍ରଭାବେ ବିଶ୍ୱରେ ଅଦ୍ବିତୀୟ ପରିଚୟ ସୃଷ୍ଟି କରିଛି । ଏହି ଦେଶରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଜୈନ, ସବୁ ଜାତି ଧର୍ମର ଲୋକ ବାସ କରୁଛନ୍ତି । ରାଜନୈତିକ ଚିନ୍ତା ଚେତନାକୁ କିଛି ବ୍ୟକ୍ତିବିଶେଷ ନିଜର ବ୍ୟବସାୟଭାବି ତାହାକୁ ସଂକୀର୍ଣ୍ଣତା  ମଧ୍ୟକୁ ଠେଲିଦେଇଥିଲେ ବି, ଆଜି ଦିନରେ ଭାରତୀୟମାନଙ୍କ ମନରେ ସେମିତି କିଛି ଧାରଣା ବଳବତ୍ତର ହୋଇନାହିଁ । ଗୋଟିଏ ଗ୍ରାମରେ ରହୁଛନ୍ତି , ଯିଏ ଯେଉଁ ଜାତି ବା ସଂପ୍ରଦାୟ ହେଉ ସଭିଏଁ ବାପ-ଦାଦି , ଭାଇ ଭଉଣୀ ସଂପର୍କନେଇ ବଂଚିଛନ୍ତି । ହିନ୍ଦୁ ମୁସଲମାନକୁ, ମୁସଲମାନ ହିନ୍ଦୁକୁ , ବିପଦ ଆପଦରେ ସହାୟ ହେଉଛନ୍ତି । ଭାଇଚାରାନେଇ ସଭିଏଁ ବଂଚିଛନ୍ତି ଯେତେ ଚାହିଁଲେ ବି ଆଉ ସେ ସମୟନାହିଁ ଭାରତରୁ ସବୁ ମୁସଲମାନ କେଉଁ ଆଡେ ପଳାଇବେ କି ଖ୍ରୀଷ୍ଠଆନ ଭାରତ ଛାଡି ଭାଟିକାନକୁ ପଳାଇବେ , ଏହି ଚେତନା ନେଲେ କେବଳ ଦେଶ ସାରା ଗୃହଯୁଦ୍ଧ ଲାଗିବା ସାର ହେବ କିନ୍ତୁ ଲାଭ କିଛି ହେବ ନାହିଁ । ପ୍ରକୃତ ଦେଶ ଭକ୍ତମାନେ ଏହିକଥାକୁ ମର୍ମେ ମର୍ମେ ବୁଝିସାରିଛନ୍ତି । କିନ୍ତୁ ଦେଶର ସାଂପ୍ରଦାୟିକ ଶକ୍ତି , ଦେଶ ବିଭାଜନକାରୀ ଶକ୍ତି ସେ ହିନ୍ଦୁ ହୁଅନ୍ତୁ କି ମୁସଲମାନ ହୁଅନ୍ତୁ ସେମାନେ ଖେଳ ଲଗାଇ ତାହାକୁ ଦେଖୁଛନ୍ତି , ନିଜର ସାର୍ଥ ହାସଲର ପ୍ରୟାସ ଜାହିର ରଖୁଛନ୍ତି । ଗୋଟିଏ ପୁଷ୍ପ ଉଦ୍ୟାନରେ ବିବିଧ ପୁଷ୍ପ ମାନ ରହିଲେ ତାହା ଅଧିକ  ସୁନ୍ଦର ଦିଶିଥାଏ । କେବଳ ପଦ୍ମ ଫୁଟିଲେ ସେ ପୁଷ୍ପାଳୟଟି ସୁନ୍ଦର ଦିଶେନାହିଁ । ମହାଭାରତ ନଦୀରେ ପାଣି ବହିଚାଲିଛି । ସେ ପାଣି ସବୁଗଛ ମୂଳଦେଇ ପ୍ରବାହିତ ହେବ ଆଉ ସବୁଗଛ ବି ବଂଚିବ । ପଦ୍ମ, କଇଁ , ହେନା , ଟଗର କିମ୍ବା ତୃଣ ତରୁ ସଭିଏଁ ବଂଚିବେ । ତାକୁ କେହି ଅଟକାଇ ପାରିବେ ନାହିଁ । ଏଠାରେ କଂଗ୍ରେସ ରହିବ, ବିଜେପି ରହିବ, ବିଜେଡ଼ି ରହିବ, ତୃଣମୂଳ ରହିବ, ସମାଜବାଦୀ ରହିବ, ବହୁଜନ ସମାଜବାଦୀ ରହିବ, ତେଲୁଗ୍ ଦେଶମ ରହିବ ସବୁ ରହିବେ , ଏହା ପରା ଗଣତନ୍ତ୍ରର ଦେଶ । ବିଜେପି ଦଳ ଦେଶ କିପରି ରହିବ ସେକଥା ଚିନ୍ତା ନକରି ଦଳକୁ  ପ୍ରାଧ୍ୟାନ  ଦେଉଥିବା ବେଳେ , ଅନ୍ୟକୁ ଦୋଷ ଦେଉଛି କିପରି ? ଟିଭିରେ ଦେଖୁବାକୁ ଆଜି ମିଳୁଛି , ଆଦିବାସୀ ମାନଙ୍କର ବିଜେଡି ଉନ୍ନତି ଚାହୁଁ ନାହିଁ ବିଜେଡିର ଉନ୍ନତି ଚାହୁଁଛି । ସେମାନେ ପରୋକ୍ଷରେ କହିବାକୁ ଚାହୁଁଛନ୍ତି ଯେ ବିଜେଡି ଆଦି ବାସୀଙ୍କ ଉନ୍ନୟନ କଥା କହୁଛି ଯାହା ତାହା ସତ ନୁହଁ ଅର୍ଥାତ ବିଜେଡ଼ି କେବଳ ସେଠାରେ ବିଜେଡି ଆସିବାସୀଙ୍କ ପାଇଁ ଏହିପରି ପଦକ୍ଷେପ ନେଉଛି । ତାହା କେବେ ସତ ହୋଇ ପାରିବ ନାହିଁ କିନ୍ତୁ ତୁମ କହିବା ଅନୁସାରେ ତାହା ଯଦି ସତ ତାହା ଅସୁବିଧା କେଉଁଠି ରହିଲା , ସେମାନେ ବିଜେଡି ଦଳର ଯଦି ହୋଇଥିବେ ତେବେ ଅସୁବିଧା କେଉଁଠି ? ବିଜେଡି ହେଲେ ବି ସେମାନେ ଆଦିବାସୀ ନା ନୁହଁ । ଏହିକଥା ଟିଭିରେ ଦେଖୁ ଜଣେ  ଗ୍ରାମୀଣ ବୟୋଜ୍ୟେଷ୍ଠ ବ୍ୟକ୍ତି କହିଲେ ବିଜେଡି ବାଲା ଚାହୁଁଛନ୍ତି ସବୁ ଆଦିବାସୀ ବିଜେଡି ହୋଇଯିବେ , ଆଉ ସେ ସେମାନଙ୍କ ଲାଗି ଉନ୍ନତି କରିବ । ଆଉଜଣେ କହିଲେ ଭଲକଥା ସବୁ ହୁଅନ୍ତୁ ବା କିଛି ହୁଅନ୍ତୁ , ଆଦିବାସୀଙ୍କର ତ ସେହି ଉନ୍ନତି ହେବ । ଯଦି ବିଜେପି ଦଳବାଲାଙ୍କ ମନଦୁଃଖ ହେଉଛି ଆଉ ଯେତେକ ବଳିବେ ସେମାନଙ୍କର ଉନ୍ନତି ବିଜେପି କରୁ ଭଲକଥାହେବ । ଏହି ଦ୍ଵନ୍ଦ  ଶୁଣି ଶୁଣି ଆମେ ସେଠାରୁ ପଳାଇ ଆସିଲୁ । କିନ୍ତୁ ଅନୁଭବର କଥା ଯାହା ଆସିଲା ତାହାକୁ ଏଠରେ ଅବତାରଣା କରୁଛି । ସାଧାରଣ ଲୋକମାନେ କିପ୍ରକାର ମହନୀୟ ଚେତନା ମଧ୍ୟରେ ଅଛନ୍ତି ତାହାକୁ ବୁଝିବାର ବେଳ ଆସିଛି । ଗୁଡ ନଖାଇ ତାଟିଆ କାମୁଡ଼ିଲେ କଣ ଲାଭ ହେବ ବୋଲି ଭାବୁଛି । ଠିକ୍ ଏତିକି ବେଳେ ଜଣେ ଭଦ୍ରବ୍ୟକ୍ତି କହିଲେ ସେ ବିଜେପି ବାଲା ଲେଲିନଙ୍କ ପ୍ରତିମୂର୍ତ୍ତୀ ଭାଙ୍ଗିବା କଥା କେବେ ବି ଭଲହେଲା ନାହିଁ । ତାହାକୁ ଶୁଣି ଜଣେ ଅବସର ପ୍ରାପ୍ତ ଶିକ୍ଷକ କହିଲେ ଏହି ଦୃଶ୍ୟକୁ ଆଜିର ଯୁଗରେ କମ୍ପୁଟର ମାଧ୍ୟମରେ କି ମୋବାଇଲ ମାଧ୍ୟମରେ ବିଶ୍ୱ ସମୁଦାୟ ଦେଖି  ବହୁତ ଛି ଛାକର କରୁଥିବେ । ସମାଜବାଦୀ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏପରି କାର୍ଯ୍ୟକ୍ରମ ନେବା ଠିକ୍ ହେଲା ନାହିଁ । ଏହାକୁ ସମାଜବାଦ କହିବା ନା ସାମ୍ପ୍ରଦାୟିକବାଦ କହିବା ଉତ୍ତର  ଆପଣଦେବେ ।

Loading...
Share It
  • 4
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.