ସମ୍ପାଦକୀୟ………………..

ସମ୍ପାଦକୀୟ
 
। ଧାର୍ମୀକ ସଂସ୍କାର ।
 
ବିଶ୍ଵ ଏକ ବିଶ୍ୱାସରେ ଚାଲିଛି । ବିଶ୍ଵାସ ଅର୍ଥ ଧର୍ମ । କିନ୍ତୁ ଧର୍ମକୁ ଆଜିର ସମାଜ ଏକ କଳୁଷିତ ବାତାବରଣ ମଧ୍ୟକୁ ଠେଲି ଦେଇଛି । ଆଜି ବି ଚାଲିଚି ସେହି ଗୁଣି ଗାରେଡିର ପ୍ରଭାବ । ସଭ୍ୟ ଶିକ୍ଷିତ ସମାଜ ମଧ୍ୟ ଗୁଣି ରାଡିକୁ ଆବୋରେଇବାରୁ  କ୍ଷାନ୍ତ ହୋଇନାହିଁ । ଆଜି ବି ମୃତ ଦେହକୁ ରଖି ସେ ପୁଣି ବଂଚିବାର ପ୍ରୟାସ ଜାରି ରହିଚି । ଧାର୍ମୀକ ଚେତନାକୁ ଏକ ଅନ୍ଧ ବିଶ୍ଵାସର ବାତାବରଣର ଚକ୍ରବ୍ୟୁହ ମଧ୍ୟକୁ ଠେଲି ଦିଆଯାଇଛି । ଶ୍ରୀମଦ୍ ଭଗବତ ଗୀତା ଧର୍ମକୁ ଯେଉଁ ଭାବରେ ଅନୁଶୀଳନ କରିଛନ୍ତି ତାହାକୁ ଭିନ୍ନ ଅର୍ଥରେ ଆଜିର ସଭ୍ୟ ସମାଜ ମଧ୍ୟ ଗ୍ରହଣ କରୁଛି । ଧର୍ମକୁ ବିପରୀତ ଅର୍ଥରେ ନେଇ ମଣିଷ ପଥଭ୍ରଷ୍ଟ ହେବାର ଆଶାକରି ଭଗବାନ ଶ୍ରୀକୃଷ୍ଣ ଗୀତାର ଅଷ୍ଟାଦଶ ଅଧ୍ୟାୟ ମଧ୍ୟରେ କର୍ମଯୋଗକୁ ଗୁରୁତ୍ବ ଦେଲେ , କାରଣ ଭାଗ୍ୟବାଦୀ ହୋଇ ମଣିଷ କର୍ମଠାରୁ ଦୁରେଇ ଯିବ , ଯାଦ୍ୱାରା ସମାଜରେ କେବଳ ଦୁଃଖ ଆଉ ଦୁଃଖର ରାଜ ଚାଲିବ । ତେଣୁ କର୍ମହିଁ ଭଗବାନ ବୋଲି ବିଚାର କରାଯାଏ । ବାଗ୍ୟବାଦୀ ମଣିଷ କର୍ମକୁ ଯେତିକି ଗୁରୁତ୍ବ ଦେଉଛି ଭାଗ୍ୟକୁ ଅଧିକ ଗୁରୁତ୍ବ ଦେଉଥିବାରୁ ଦୁଃଖର ମାତ୍ରା ଅତିଶୟ ହୋଇ ଉଠିଛି । ଭାଗ୍ୟକୁ ପରିବର୍ତନ କରାଯାଇ ପାରେ ତାର ଏକମାତ୍ର ଔଷଧ ହିଁ କର୍ମ। ସଠିକ୍ କର୍ମ କରିଲେ ବିଳମ୍ବ ହୋଇପାରେ କିନ୍ତୁ ଭାଗ୍ୟ ହାର ମାନିବାକୁ ବାଧ୍ୟହୁଏ । ଏହାହିଁ ଗୀତାର ମୁଖ୍ୟ ସଂଦେଶ । ଭଗବାନ ନୃଷିହଁ ୧୦ ଅବତାର ମଧ୍ୟରୁ ସର୍ବଶକ୍ତିମାନ ଥିଲେ । ନୃଷିହଁ ଙ୍କ ଆବିର୍ଭାବ ପରେ ଆଉ କେଉଁ ଅବତାରଙ୍କର ଆବଶ୍ୟକ ନଥିଲା । କିନ୍ତୁ ଏହା ପରେ ମଧ୍ୟ ଭଗବାର ବାମନ, ପର୍ଶୁରାମ, ରାମ, ବଳରାମ ବୁଦ୍ଧ ଆଦି ଅବତାର ଗ୍ରହଣ କରିଛନ୍ତି । ଏହାର ମୂଳ ଅର୍ଥ ହିଁ ଯୁଗଧର୍ମ । ଯେଉଁ ଯୁଗରେ ଯାହା ଆବଶ୍ୟକ ପଡିଛି ଭଗବାନ ସେହି ଅବତାର ଗ୍ରହଣ କରିଛନ୍ତି । ଏବେ କଳି ବା କଳ୍କୀ  କର୍ମରୂପରେ ବିଦ୍ୟମାନ ଅଛନ୍ତି । କର୍ମ ନକଲେ ଫଳ ମିଳିବ ନାହିଁ । ସିଂହ ବନସ୍ତର ରାଜା । ତା ମାନେ ନୁହଁ ସେ ଶୀକାର ପାଇଁ କର୍ମ କରିବ ନାହିଁ , ଶୀକାର ପାଇଁ ଧାଇଁବ ନାହିଁ ,ପରିଶ୍ରମ କରିବ ନାହିଁ, ଶୀକାର ତା ପାଟିରେ ଆପେ ଆପେ ପଶିଯିବ । ସମୟ ନାହିଁ ଏତେ ଭାବନା ପାଇଁ , ନିଜସ୍ଵ  କର୍ମପ୍ରତି ଯତ୍ନବାନ  ହେବା ସହ ଇଶ୍ଵରଙ୍କ ଉପରେ ଭରଷା ରଖାଯାଇ ପାରେ । ଇଶ୍ଵରଙ୍କ ଉପରେ ଭରଷା ନରଖି  କେବଳ କର୍ମ କରିଲେ ମଧ୍ୟ ଭାଗ୍ୟଦେବୀ ସରୂପୀ ଇଶ୍ଵର ସନ୍ତୁଷ୍ଟ ହୋଇ ଫଳ ପ୍ରଦାନ କରିବେ । ଅପର ପକ୍ଷେ ଜଣେ ଯଦି ସଠିକ୍ ଢଙ୍ଗରେ ମାନବ ଧର୍ମ ପାଳନ କରୁଛି ସେ ମଠ, ମନ୍ଦିର, ମସଜିଦ୍ କିମ୍ବା  ଗୀର୍ଜାକୁ ଯିବା ନିହାତି ଦରକାର ନାହିଁ । ସେଥି ନିମନ୍ତେ ନିର୍ଦ୍ଦିଷ୍ଟ ପୋଷାକ, ମାଳି, ଚିତା , କିମା ପୂଜାର୍ଚ୍ଚନା ଆବଶ୍ୟକ ନାହିଁ ବୋଲି ଜଣେ ସଂସ୍କାର ବାଦୀ ସନ୍ଥ  ବାବା ବଳିଆ ମୁକ୍ତ କଣ୍ଠରେ ପ୍ରକାଶ କରିଛନ୍ତି । ତେଣୁ ଆଜିର ସମାଜରେ ଧାର୍ମୀକ ସଂସ୍କାରବୋଧ ଅତ୍ୟନ୍ତ ଜରୁରୀ ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.