ସାମନ୍ତ ସିଂହାର ହାଇସ୍କୁଲ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଧନେଶ୍ୱର ସାର ଆଉ ନାହାନ୍ତି

ଓଡିଶା ନ୍ୟୁଜ୍

ବରୀ- ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଧନେଶ୍ୱର ମହାନ୍ତି ଆଜି ୨୬ ତାରିଖ ସକାଳ ୫ ଘଟିକା ସମୟରେ ଇହଧାମ ତ୍ୟାଗ କରିଛନ୍ତି । ଅନୁଷ୍ଠାନରେ ସେ ପ୍ରଧାନ ଶିକ୍ଷକ ଭାବେ ଚାକୀରିର ପ୍ରଥମ କାଳରୁ ରହି ସେହିଠାରେ ହିଁ ୧୯୮୬ମସିହାରେ ଅବସର ନେଇଥିଲେ । ସେ ସମୟରେ ନୁହଁ ଆଜି ଦିନରେ ବାଲିଆ ଅଂଚଳରେ ହେଡ ମାଷ୍ଟର ବୋଲି ଯଦି କାହାକୁ ବୁଝା ଯାଏ ସେ ହିଁ କେବଳ ସ୍ୱର୍ଗତ ମହାନ୍ତିଙ୍କୁ ବୁଝାପଡେ । ଆଜି ସକାଳୁ ସକାଳୁ ସୁଦୁର ଜଗତ ସିଂହ ପୁର ରେ ତାଙ୍କ ହାତ ତିଆରି ଶ୍ରୀ ନବ ବୃନ୍ଦାବନ ଆଶ୍ରମ ରୁ ତାଙ୍କର କର୍ମଭୂମୀ ଅଭିମନ୍ୟୁ ବାଲିଆ କୁ ଖବର ଆସିବା ପରେ ସବୁ ଆଡେ କେବଳ ନିସ୍ତବ୍ଦତା ଖେଳି ଯାଇଥିଲା । ତାଙ୍କର ବିୟୋଗରେ କବି ଅଭିମନ୍ୟୁଙ୍କ ଅଂଚଳ ଦୁଃଖରେ ମ୍ରିୟମାଣ ହୋଇ ଯାଇଛି । ବିଦଗ୍ଧ କବିଙ୍କୁ ସ୍ମୃତିକୁ ବଂଚାଇବାର ଅନନ୍ୟ ସାଧକ ଭାବେ ସେ ସମଗ୍ର ଓଡିଶାରେ ଖ୍ୟାତ । ତାଙ୍କ ପାରି ବାଗ୍ମୀ , ସୁ ସାହିତ୍ୟିକ, ସୁ ପ୍ରବକ୍ତା ଆଉ ଉତ୍କଳ ସାହିତ୍ୟ ଜଗତରେ ସୃଷ୍ଟି ହେବାର ସମ୍ଭାବନା କ୍ଷୀଣ ।ସମଗ୍ର ଉତ୍କଳ ଭୂଖଣ୍ଡରେ କବିଙ୍କ ସାହିତ୍ୟ ତଥା ସାରସ୍ୱତ ସୃଷ୍ଟି ଉପରେ ଯଦି କେହି ଜଣେ ସଠିକ ବାଖ୍ୟାକାର ଥିଲେ ସେ ହଁ କେବଳ ସ୍ୱର୍ଗତ ମହାନ୍ତି । ସେ ତାଙ୍କର ଜନ୍ମଭୂମୀ ଜଗତ ସିଂହପୁରରେ ଶ୍ରୀ ନବ ବୃନ୍ଦାବନ ନାମକ ଏକ ଆଶ୍ରମ ତିଆରି କରି , ସେଠାରେ ଶ୍ରୀ ରାଧା ମୋହନ-ଅଭିମନ୍ୟୁ ତତ୍ୱ ଉପରେ ବେଶ୍ କିଛି ଗୁରୁତ୍ୱ ଦେଇଥିଲେ ।ବୃନ୍ଦାବନର ଅବସ୍ତିତ ଗ୍ରାମ ଓ ବିଭିନ୍ନ ସ୍ଥାନର ନାମ ଏକ ଓ ଅଭିନ୍ନ ଥିବା ଦେଖି କବି ତାଙ୍କ ଜନ୍ମଭୂମୀକୁ ବୃନ୍ଦାବନର ଅବିକଳ ନକଲ କରି ତିଆରି କରିଛନ୍ତି ବୋକି ଏହା ବାସ୍ତବରେ ବାଲିଆ ବୃନ୍ଦାବନ ବୋଲି ଅଭିହିତ କରିଥିଲେ । ସେବେଠାରୁ ସମଗ୍ର ସାହିତ୍ୟ ଜଗତରେ ଏହି ପ୍ରସଙ୍ଗ ଖ୍ୟାତ ହୋଇଥିଲା । ଯାହାକୁ ସାଧାରଣରେ ଜଣା ନଥିଲା । କିନ୍ତୁ ସାମନ୍ତ ସିଂହାର ଉଚ୍ଚ ବିଦୟାଳୟରେ ପ୍ରଧାନ ଶିକ୍ଷକତା କଲା ପରେ ଏହାଯେ ବୃନ୍ଦାବନର ନକଲ ତାହାକୁ ସେ ପ୍ରଦର୍ଶନ ଓ ପ୍ରମାଣିତ କରି ବାଲିଆ ବୃନ୍ଦାବନ ନାମରେ ନାମିତ କରିଥିଲେ । ତାଙ୍କର ଜନ୍ମ ହୁଏ ୦୫-୦୭.୧୯୨୭ ମସିହାରେ ଜଗତ ସିଂହପୁର ଜଲ୍ଲାର ରସୁଲପୁର(ଆଶ୍ରମ ପାଟଣା) ଗ୍ରାମରେ ପିତା ଉଦୟ ନାଥ ମହାନ୍ତି ଙ୍କ ଔରଷରୁ । ତାଙ୍କର ବିୟୋଗରେ ଅଭିମନ୍ୟୁ ସାହିତ୍ୟ ପରିଷଦର ସଭାପତି ପ୍ରଫେସର ଦେବ ପ୍ରସାଦ ସାମଲ, ସଂପାଦକ, ପାବକ ମହାପାତ୍ର, ବିଦଗ୍ଧାର ନିର୍ଦ୍ଦେଶକ ଶରତ କୁମାର ଜେନା, ସଭାପତି, ପ୍ରଭାକର ଜେନା,ଭାଗିରଥି ସାହୁ , ତପନ କୁମାର ଜେନା,ରବିନ୍ଦ୍ର ନାଥ ମିୁଶ୍ର, ଗୋପବନ୍ଧୁ ଦାସ,ଗଗନ ବିହାରୀ ମହାପାତ୍ର, ଅନିରୁଦ୍ଧ ସାମଲ, ମନ୍ଦରଧର ଦଣ୍ଡପାଟ,ଦୁଖିରାମ ଜେନା, କୃପାସିନ୍ଧୁ ମିଶ୍ର,ନିରଂଜନ ସାହୁ,ଶମ୍ଭୁନାଥ ଜେନା , ମହେଶ୍ୱର ପତି, ଡ.ନିରଂଜନ ସାହୁ,କର୍ଣ୍ଣ ଚନ୍ଦ୍ର ଘଡାଇ, କପିଳ ଚରଣ ସାମଲ, ସାମନ୍ତ ସିଂହାର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ବ୍ରଜମୋହନ ସାମଲ, ଦୁର୍ଯ୍ୟୋଧନ ଜେନା,ମକର ଚରଣ ଘଡାଇ,ଜଗା ଶିଶୁ ସାହିତ୍ୟ ସଂସଦର ସଂପାଦକ ଅଜୟ କୁମାର ଜେନା,ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଆତ୍ମଜ ଚୈାଧୁରୀ ରାଜା ପାର୍ଥ ସାରଥୀ ସାମନ୍ତ ସିଂହାର ମହାପାତ୍ର, ମଦନ ମୋହନ ହରିଚନ୍ଦନ ମହାପାତ୍ର,ସୁରେନ୍ଦ୍ର କୁମାର ଜେନା, ଦୁଯ୍ୟୋଧନ ଜେନା , କାଳନ୍ଦି ଚରଣ ଜେନା, ନିର୍ମଳ କୁମାର ଜେନା ,ବିରେନ୍ଦ୍ର କୁମାର ସାମଲ, ବାଲିଆ ଗ୍ରାମ ପଂଚାୟତର ସରପଂଚ ପ୍ରବିର କୁମାର ଜେନା, ସମିତି ସଭ୍ୟ ପଦିପ କୁମାର ଘଡେଇ,ଯାଜପୁର ରୁ ଜିଲ୍ଲା ପରିଷଦ ସଦସ୍ୟ ତଥା ପୂର୍ବତନ ଛାତ୍ର ଅଶୋକ କୁମାର ସାମଲ, ଅଭିନ୍ନ ଚନ୍ଦ୍ର ଜେନା, ପ୍ରମୁଖ ବ୍ୟକ୍ତି ବିଶେଷ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ୨୧ ଦିନ ବ୍ୟାପି ସ୍ୱର୍ଗତ ମହାନ୍ତିଙ୍କର ବିଭିନ୍ନ କାର୍ଯ୍ୟକ୍ରମ ତାଙ୍କ ଜଗତସିଂହପୁର ଆଶ୍ରମରେ ଚାଲିଥିବା ବେଳେ,କର୍ମଭୂମୀ ଅଭିମନ୍ୟୁ ବାଲିଆରେ ସ୍ମୃତିସଭାର ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଛି ।

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.