ସାଇଙ୍କ ଜୀବନ ରହସ୍ୟ

ବିବିଧ

Image result for sai baba wallpaper hdସାଇଙ୍କ ଜୀବନ ରହସ୍ୟ ବାବା ବହୁ ସମୟରେ ଭକ୍ତ ପୁରନ୍ଧରେଙ୍କୁ ଦୁଇଟଙ୍କା ଦକ୍ଷିଣା ମାଗୁଥିଲେ । ତେବ ଦୁଇଟଙ୍କା ଦେଲେ ଗ୍ରହଣ ନ କରି କହୁଥିଲେ ଯେ ମୁଁ ଏହା ଚାହୁଁ ନାହିଁ । ତେବେ କାହିଁକି ବାରମ୍ବାର ଦକ୍ଷିଣା ମାଗୁଛନ୍ତି ପ·ରିବାରେ ବାବା କହିଲେ ଯେ, ରୂପାମୁଦ୍ରା ତାଙ୍କର ଆବଶ୍ୟକ ନାହିଁ । ସେ ଚାହାଁନ୍ତି ଶ୍ରଦ୍ଧା ଓ ସବୁରୀ । ଅର୍ଥାତ୍ ସମ୍ପୂର୍ଣ୍ଣ ବିଶ୍ୱାସ ଓ  ଧୈର୍ଯ୍ୟ, ପୁରନ୍ଧରେ ଉତ୍ତରରେ କହିଲେ ଯେ, ସେ ଏହି ଦୁଇଟିକୁ ବହୁଦିନ ତଳେ ସାଇଙ୍କୁ ସମର୍ପଣ କରିସାରିଛନ୍ତି । ବାବା ଏଥର କହିଲେ ଯେ ତୁମର ଭକ୍ତି ଓ ନିଷ୍ଠା ଏ ଯାଏଁ ଦୃଢ ହୋଇପାରିନାହିଁ । ଈଶ୍ୱରଙ୍କ ନିକଟରେ ପୂର୍ଣ୍ଣ ସମର୍ପଣ ଭାବ ରହିଲେ ଓ ସାଂସାରିକ ମମତାରେ ବିତୃଷ୍ଣା ଆସିଲେ ଯାଇ ତୁମର ଜୀବନ ସାର୍ଥକ ହେବ । ସେତେବେଳେ ତୁମଠାରୁ ଏହି ଦୁଇ ଟଙ୍କାର ଦକ୍ଷିଣା ମୁଁ ସାଦରେ ଗ୍ରହଣ କରିବି । ତା’ପରେ ତୁମେ ସର୍ବଦା ମୋ ଶରଣରେ ରହିବ । ବାବାଙ୍କ ଅମୃତବାଣୀ ଶୁଣି ପୁରନ୍ଧରେ ରହିବା ବାବାଙ୍କ ଅମୃତବାଣୀ ଶୁଣି ପୁରନ୍ଧରେ ସ୍ୱର୍ଗୀୟ ଆନନ୍ଦ ପାଇଲେ । ବାବା ଉଦ୍ଧବେଶଙ୍କୁ ପ୍ରତିଦିନ ୧୧ଟଙ୍କା ଦକ୍ଷିଣା ମାଗୁଥିଲେ, ହେଲେ ଦକ୍ଷିଣା ଦେବାବେଳେ ଗ୍ରହଣ କରୁନଥିଲେ । କାରଣ ପଚାରିଲେ ବାବା କହୁଥିଲେ ଯେ ସେ ପ୍ରକୃତରେ ଦଶ ଇନ୍ଦ୍ରିୟ ସହିତ ମନକୁ ସମର୍ପଣ କରିବା କଥା କହୁଛନ୍ତି । ଉଦ୍ଧବେଶ କହିଲେ ବାବା ମୁଁ ତ ଏସବୁ ବହୁଦିନରୁ ଆପଣଙ୍କୁ ସମର୍ପଣ କରିସାରିଛି । ବାବା ବିରକ୍ତ ହୋଇ କହିଲେ ଦେବାକୁ ତୁମେ କିଏ? ସେ ସବୁତ ମୋର । ମୁଁ ନିଜେ ସେ ସବୁକୁ ମୋ ପାଖକୁ  ଟାଣିଆଣିଛ । ଏଥର ସାଇ ଆଦେଶ ଦେଲେ ଯେ ସେ ବାପୁ ସାହେବ ଜୋଗଙ୍କ ଠାରୁ ଏକନାଥ ଭାଗବତ ଆଣି  ପାଠ କରନ୍ତୁ । ଭାବାଙ୍କ ନିର୍ଦ୍ଦେଶ ମାନି ଉଦ୍ଧବେଶ ନିୟମିତ ଭାବରେ ଏକନାଥ ଭାଗବତ ପାଠ ଆରମ୍ଭ କଲେ । ଦିନେ ପାଠ କରୁଥିବା ସମୟରେ ବାବା ବୁଟ୍ଟିଙ୍କୁ ତାଙ୍କ ନିକଟକୁ ପଠାଇଲେ ଏବଂ ଉଦ୍ଧବେଶଙ୍କ ଠାରୁ ଷୋହଳ ଟଙ୍କା ପଚାଶ ପଇସା ଦକ୍ଷିଣା ରୂପେ ଗ୍ରହଣ କରିବାକୁ କହିଲେ । ବୁଟ୍ଟି ପାଖକୁ ଯାଇ ଦକ୍ଷିଣା ମାଗିବାରେ ଉଦ୍ଧବେଶ ବୁଝିପାରିଲେ ଯେ ବାବା ଟଙ୍କା ମାଗିବାର ଅନ୍ୟ ଉଦ୍ଦେଶ୍ୟ ରହିଛି । ନିଶ୍ଚିତ ଭାବେ ସେ ଭାବବତରୁ ଉପଲବ୍ଧ ଆତ୍ମଜ୍ଞାନ ବିଷୟରେ ଇଙ୍ଗିତ କରୁଛନ୍ତି । ଚିନ୍ତା କରି ଜାଣିପାରିଲେ ଯେ ତିନୋଟି ତ୍ରିକରଣ (ଚିନ୍ତା, କଥା ଓ କାର୍ଯ୍ୟ), ଦଶ ଇନ୍ଦ୍ରିୟ, ମେଧା, ଅହଙ୍କାର ଏବଂ ଅର୍ଦ୍ଧ ପ୍ରକୃତି ଏସବୁ ମିଶି ପନ୍ଦର ଟଙ୍କା ପ·ଶ ପଇସା ହେଉଛି । ତେବେ ଆଉ ଗୋଟିଏ କ’ଣ ହୋଇପାରେ? ଚିନ୍ତା କରି କରି ଶେଷରେ ବାବାଙ୍କ ଠାରୁ ଉତ୍ତର ପାଇଷଲ ଯେ, ‘ଚିତ୍ତ’ । ଏବେ ଯାଇ ବାବା କହିଥିବା ଷୋହଳ ଟଙ୍କା ପଚାଶ ପଇସାର ତାତ୍ପର୍ଯ୍ୟ ବୁଝିପାରିଲେ, ବୁଟିଙ୍କ ମାଧ୍ୟମରେ ଏସବୁ ସାଇଙ୍କୁ ସମର୍ପଣ କରୁଛନ୍ତି ବୋଲି ଶପଥ କଲେ । ବୁଟ୍ଟ ଫେରିଆସି ସବୁକଥା କହିବାରୁ ବାବା ବହୁତ ଖୁସି ହେଲେ । ଉଦ୍ଧବେଶଙ୍କୁ ଆର୍ଶୀବାଦ କଲେ । ଆଉଥରେ ଭକ୍ତ ନର୍କେ କୌଣସି ଚାକିରୀ ନ ପାଇ ହତାଶ ହୋଇ ଶିରିଡ଼ିରେ ରହୁଥô୍ବା ସମୟରେ ବାବା ତାଙ୍କୁ ପ୍ରତିଦିନ ୧୫ଟଙ୍କା ପାଇସା କିଛି ନ ଥିବାରୁ ସେ ଲଜ୍ଜିତ ଓ ଅପମାନିତ ମନେ କରୁଥିଲେ । ଦିନେ ଧୈର୍ଯ୍ୟଚ୍ୟୁତି ଘଟିବାରୁ ବାବାଙ୍କୁ କହିଲେ ଆପଣ ତ ସର୍ବଜ୍ଞ । ମୁଁ ବେକାର ଲୋକଟିଏ । ସଂସାର ଚଳାଇବା ପାଇଁ ଶ୍ୱଶୂରଙ୍କ ଉପରେ ନିର୍ଭର କରୁଛି । ପାଖରେ ଟଙ୍କାଟିଏ ମଧ୍ୟ ନାହିଁ । ମୋର ପରିସ୍ଥିତି ଆପଣଙ୍କୁ ଭଲ ଭାବରେ ଜଣା । ତଥାପି ଆପଣ ମୋତେ ଏତେ ଟଙ୍କା ବାରମ୍ବାର ମାଗୁଛନ୍ତି କାହିଁକି? ମୋ ଭଳି ସମୂଳଶୂନ୍ୟ ଲୋକଟିଏ କେଉଁଠାରୁ ଅର୍ଥ ଆଣି ଆପଣଙ୍କୁ ଦକ୍ଷିଣା ଦେବ? ଆପଣଙ୍କ ଅନୁରୋଧ ରକ୍ଷା କରି ନ ପାରି ମୁଁ କେତେ ଦୁଃଖିତ ଓ ଅନୁତପ୍ତ, ସେ କଥା କ’ଣ ଆପଣ ବୁଝିପାରୁ ନାହାଁନ୍ତି ।

Loading...
Share It
  • 213
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.